ଡିସେମ୍ବର ୪ରେ ସମୁଦ୍ର ସ୍ନାନ ଉପରେ କଟକଣା, ତୀକ୍ଷ୍ନ ନଜର ରଖିବ ପୋଲିସ
November 30
18:28
2024
ପୁରୀ, ୩୦/୧୧ : ପୁରୀରେ ଆସନ୍ତା ଡିସେମ୍ବର ୪ରେ ପୁରୀରେ ନୌସେନା ଦିବସ ପାଳନ କରାଯିବ । ନୌସେନା ଦିବସ ପାଇଁ ନୌବୀରମାନେ ନିଜର ପରାକ୍ରମ ସାରା ଦେଶକୁ ଦେଖାଇବା ପାଇଁ ପ୍ରସ୍ତୁତି ଜୋରସୋର କରୁଛନ୍ତି । ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।
ଆସନ୍ତା ୪ରେ ସମୁଦ୍ର ସ୍ନାନ ଉପରେ କଟକଣା ଲଗାଯାଇଛି । ସମୁଦ୍ରରେ କେହି ବି ସ୍ନାନ କରିପାରିବେନାହିଁ । ସୁରକ୍ଷା ପାଇଁ ପୋଲିସ ଅଧିକାରୀମାନଙ୍କୁ ମଧ୍ୟ ନିୟୋଜିତ କରାଯିବ ।