Indus Valley Times

ଡେରାଡୁନ୍ରେ ଘର ଭୁଶୁଡ଼ି ୩ ମୃତ, ଅନେକ ଭଙ୍ଗା ଘରେ ପୋତି ହୋଇ ପଡ଼ିଥିବା ଆଶଙ୍କା

 Breaking News

ଡେରାଡୁନ୍ରେ ଘର ଭୁଶୁଡ଼ି ୩ ମୃତ, ଅନେକ ଭଙ୍ଗା ଘରେ ପୋତି ହୋଇ ପଡ଼ିଥିବା ଆଶଙ୍କା

ଡେରାଡୁନ୍ରେ ଘର ଭୁଶୁଡ଼ି ୩ ମୃତ, ଅନେକ ଭଙ୍ଗା ଘରେ ପୋତି ହୋଇ ପଡ଼ିଥିବା ଆଶଙ୍କା
July 15
10:51 2020

ନୂଆଦିଲ୍ଲୀ,୧୫/୭: ବିଳମ୍ବିତ ମଙ୍ଗଳବାରେ ଉତ୍ତରାଖଣ୍ଡର ଡେରାଡୁନ୍ ଅନ୍ତର୍ଗତ ଚୁକ୍କୁୱାଲାରେ ଗୋଟାଏ କୋଠା ଭୁଶୁଡ଼ି ପଡ଼ିବା କାରଣରୁ ତିନି ଜଣଙ୍କର ପ୍ରାଣହାନୀ ଘଟିବା ସହ ଅନେକେ ଭଙ୍ଗା ଘର ଭିତରେ ପୋତି ହୋଇ ପଡ଼ିଥିବା ଆଶଙ୍କା ହେଉଛି।
ରାଜ୍ୟ ବିପର‌୍ୟ୍ୟୟ ପ୍ରଶମନ ବଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଛି। ପରେ ଜାତୀୟ ବିପର‌୍ୟ୍ୟୟ ପ୍ରଶମନ ବଳକୁ ମଧ୍ୟ ଡକାଯାଇଛି।
ଭାଙ୍ଗି ପଡ଼ିଥିବା କୋଠାର ସ୍ତୂପ ମଧ୍ୟରୁ ଉଦ୍ଧାରକାରୀମାନେ ତିନିଜଣଙ୍କୁ ଜୀବନ୍ତ ଅବସ୍ଥାରେ ବାହାର କରି ଆଣିଛନ୍ତି। ସେଠାରୁ ଅନ୍ୟ ତିନିଜଣଙ୍କ ଶବ ମଧ୍ୟ ଉଦ୍ଧାର କରାଯାଇଥିବା କଥା ଏନ୍ଡିଆର୍ଏଫ୍ ମୁଖ୍ୟ ସତ୍ୟ ପ୍ରଧାନ କହିଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

-Sambad

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031