Indus Valley Times

ଡ୍ରଗ୍ସ ପେଡଲର ମାନଙ୍କୁ ପୁଲିସ ଡିଜିଙ୍କ ଚେତାବନୀ: ନିଶା କାରବାରରେ ସାମିଲ ଥିବା ଲୋକଙ୍କ ସଂପତ୍ତି ଓ ବ୍ୟାଙ୍କ ଆକାଉଣ୍ଟ ସିଜ୍ ହବ

 Breaking News

ଡ୍ରଗ୍ସ ପେଡଲର ମାନଙ୍କୁ ପୁଲିସ ଡିଜିଙ୍କ ଚେତାବନୀ: ନିଶା କାରବାରରେ ସାମିଲ ଥିବା ଲୋକଙ୍କ ସଂପତ୍ତି ଓ ବ୍ୟାଙ୍କ ଆକାଉଣ୍ଟ ସିଜ୍ ହବ

ଡ୍ରଗ୍ସ ପେଡଲର ମାନଙ୍କୁ ପୁଲିସ ଡିଜିଙ୍କ ଚେତାବନୀ: ନିଶା କାରବାରରେ ସାମିଲ ଥିବା ଲୋକଙ୍କ ସଂପତ୍ତି ଓ ବ୍ୟାଙ୍କ ଆକାଉଣ୍ଟ ସିଜ୍ ହବ
October 05
22:26 2021

ଭୁବନେଶ୍ୱର,୫./୧୦: ଓଡିଶା ପୁଲିସ ଡ୍ରଗ୍ସ ପେଡଲର ମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଦେଖାଇବ। ଆଗକୁ ଏହି ନିଶା କାରବାରରେ ସାମିଲ ଥିବା ଲୋକଙ୍କ ସଂପତ୍ତି ଓ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ସିଜ୍ କରାଯିବ। ଡ୍ରଗ୍ସ ପେଡଲର ମାନଙ୍କୁ ପୁଲିସ ମହାନିର୍ଦ୍ଦେଶକ ଅଭୟ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ପୁର୍ବରୁ ଡ୍ରଗ୍ସ ଟ୍ରାଫିକିଙ୍ଗ ବିରୋଧରେ ଓଡିଶା ପୁଲିସ ବଡ଼ ଧରଣର ଅଭିଯାନ ଆରମ୍ଭ କରିଥିଲା। ପୁଲିସ ଗତ ଦୁଇ ବର୍ଷ ମଧ୍ୟରେ ବ୍ରାଉନସୁଗାର ଓ ଗଞ୍ଜେଇ ବିପୁଳ ମାତ୍ରାରେ ସିଜ୍ ହୋଇଛି। ଏବେ ଠାରୁ ଆମେ ଡ୍ରଗ୍ସ ଟ୍ରାଫିକିଙ୍ଗ ମାମଲାରେ ଥିବା ପ୍ରପର୍ଟିକୁ ସିଜ୍ ଓ ଫ୍ରିଜ୍ କରିବା ଆରମ୍ଭ କରିଛୁ।
ପୁଲିସ ଡିଜି କହିଛନ୍ତି ଯେ, ମାଲକାନଗିରି ଏମ୍ଭି ୭୯ ଥାନା ଅଧୀନରେ ଫେବ୍ରୁଆରି ମାସରେ ଅନେକ ଗଞ୍ଜେଇ ସିଜ୍ ହୋଇଥିଲା। ଆମେ ସେହି କେସ୍ ରେ ଫାଇନାନ୍ସିଆଲ ତଦନ୍ତ ଆରମ୍ଭ କରିଥିଲୁ। ତଦନ୍ତ ସମୟରେ ଜଣା ପଡିଲା ଯେଉଁମାନେ ଏହି ଗଞ୍ଜେଇ ଚାଲାଣରେ ସାମିଲ ଅଛନ୍ତି ସେମାନଙ୍କର ଅନେକ ପ୍ରପର୍ଟି ରହିଛି।
ଆମେ ସଂପର୍କିତ ଅଧିକାରୀଙ୍କୁ ତାଙ୍କ ଇଲିଗାଲ ପ୍ରପର୍ଟି ସିଜ୍ କରିବା ପାଇଁ ଅନୁମତି ମାଗିଥିଲୁ, ଆଜି ଆମକୁ ଅନୁମତି ମିଳିଥିଲା। ସେହି ଆଧାରରେ ଏହି ପେଡଲର ମାନଙ୍କ ୫ ଟି ବିଲଡିଂ, ୬ ଟି ଗାଡି ଓ ୧୨ ଟି ବ୍ୟାଙ୍କ ଆକାଉଣ୍ଟ କୁ ଫ୍ରିଜ୍ କରାଯାଇଛି। ଟୋଟାଲ ସାଢେ ୩ କୋଟି ଟଙ୍କାର ପ୍ରପର୍ଟି ସିଜ୍ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031