Indus Valley Times

ଡ୍ରଗ୍ସ ଲିଙ୍କରେ ଗିରଫ ହେଲେ ଅର୍ଜୁନ ରାମପାଲଙ୍କ ସମ୍ପର୍କୀୟ

 Breaking News

ଡ୍ରଗ୍ସ ଲିଙ୍କରେ ଗିରଫ ହେଲେ ଅର୍ଜୁନ ରାମପାଲଙ୍କ ସମ୍ପର୍କୀୟ

October 18
20:39 2020

ମୁମ୍ୱାଇ,୧୮/୧୦: ଡ୍ରଗ୍ସ କେସ୍‌ରେ ବଲିଉଡର ବଡ଼ ବଡ଼ ଅଭିନେତ୍ରୀ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋର ଜେରା ହେବାପରେ ଏବେ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ସମ୍ପର୍କୀୟଙ୍କୁ ଡ୍ରଗ୍ସ ମାମଲାରେ ଏନସିବି ଗିରଫ କରିଛି। ଅକ୍ଟୋବର ୨୦ ତାରିଖ ପର‌୍ୟ୍ୟନ୍ତ ରାମପାଲଙ୍କ ସ୍ତ୍ରୀଙ୍କ ଭାଇ ଅଗିସିଲୋଅଶ ଡେମେଟ୍ରିଏଡେଶ ଙ୍କୁ ନିଜ ହେପାଜତକୁ ଏନସିବି ନେଇଛି। ରବିବାର ରାମପାଲଙ୍କୁ ଶଳାକୁ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା। ଏହାପରେ ଏନସିବି ନିଜ ହେପାଜତକୁ ନେଇଛି। ଅଗିସିଲୋଅଶ ଅନେକ ଡ୍ରଗ୍ସ ପେଡଲରଙ୍କ ସହ ସମ୍ପର୍କରେ ଥିଲେ। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ବେଳେ ଗିରଫ ହୋଇଥିବା ପେଡଲରଙ୍କ ସହ ରାମପାଲଙ୍କ ଶଳାଙ୍କ ଲିଙ୍କ୍ ଥିବା ଏନସିବି ଜାଣିବାକୁ ପାଇଥିବା ସୂଚନା ରହିଛି।
ଏହି ମାମଲାରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍, ଶ୍ରଦ୍ଧା କାପୁର, ରକୁଲ ପ୍ରୀତ ସିଂ ଏବଂ ସାରା ଅଲ୍ଲୀ ଖାନ୍ ଆଦି ଜେରାର ସମ୍ମୁଖୀନ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031