Indus Valley Times

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ ୪୦ ଜଣ ତୀର୍ଥଯାତ୍ରୀ ଫଶୀ ରହିଥିଲେ : ଥାନା ଅଧିକାରୀଙ୍କ ହସ୍ତକ୍ଷେପ ପରେ ଗନ୍ତବ୍ୟ ସ୍ଥଳକୁ ଗଲେ

 Breaking News

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ ୪୦ ଜଣ ତୀର୍ଥଯାତ୍ରୀ ଫଶୀ ରହିଥିଲେ : ଥାନା ଅଧିକାରୀଙ୍କ ହସ୍ତକ୍ଷେପ ପରେ ଗନ୍ତବ୍ୟ ସ୍ଥଳକୁ ଗଲେ

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ ୪୦ ଜଣ ତୀର୍ଥଯାତ୍ରୀ ଫଶୀ ରହିଥିଲେ : ଥାନା ଅଧିକାରୀଙ୍କ ହସ୍ତକ୍ଷେପ ପରେ ଗନ୍ତବ୍ୟ ସ୍ଥଳକୁ ଗଲେ
March 15
22:23 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୫/୩: ସାରା ରାଜ୍ୟରେ ଡ୍ରାଇଭର ମାନେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଡ଼ାକରା ଦେଇଥିବା ବେଳେ ଏହାର ପ୍ରଭାବ କନ୍ଧମାଳ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି।
ଏ ନେଇ ବାଲିଗୁଡ଼ା ଠାରେ ଡ଼୍ରାଇଭର ମାନେ ଏକତ୍ରିତ ହୋଇ ଗାନ୍ଧୀ ଛକ ଠାରେ ଧାରଣା ଦେଇଛନ୍ତି। ଏଠାରୁ ଜିଲ୍ଲା ଓ ଜିଲ୍ଲା ବାହରକୁ ଯଥା କଟକ, ଭୁବନେଶ୍ୱର, ବ୍ରହ୍ମପୁର, ବୌଦ , ରାୟଗଡ଼ା,କଳାହାଣ୍ଡି ଭଳି ବିଭିନ୍ନ ଅଞ୍ଚଳ କୁ ବେସରକାରୀ ବସ ଚଳାଚଳ ନ କରି ବସଷ୍ଟାଣ୍ଡ ରେ ଅଟକି ସେଥିରେ ମଧ୍ୟ ଏକ ତୀର୍ଥଯାତ୍ରୀ ବସ ମଧ୍ୟ ଅଟକି ରହିଥିଲା ।
ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ ହଇରାଣ ହେଉଛନ୍ତି ତୀର୍ଥଯାତ୍ରୀ । ଆନ୍ଦୋଳନରେ ସାମିଲ ହେବା ପାଇଁ ଅଧା ରାସ୍ତାରେ ଛାଡି ଦେଲା ବସ୍ ଡ୍ରାଇଭର । ବାଲିଗୁଡା ବସଷ୍ଟାଣ୍ଡରେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାର ୪୦ ତୀର୍ଥଯାତ୍ରୀ ଫସି ରହିଛନ୍ତି । ଗତ ୧ ତାରିଖରୁ ଉତ୍ତର ଭାରତ ଭ୍ରମଣରେ ଯାଇଥିଲେ ତୀର୍ଥଯାତ୍ରୀ ।
ବୁଧବାର ସକାଳେ ଆସି ବାଲିଗୁଡ଼ାରେ ପହଞ୍ଚିଥିଲେ । ହେଲେ ବସ୍ ଡ୍ରାଇଭର ଆନ୍ଦୋଳନରେ ସାମିଲ ହେବା ପାଇଁ ଅଧାରେ ଛାଡି ଦେଇଥିଲା । ଏଥିରେ ଅନେକ ବୟସ୍କ ଲୋକ, ଛୋଟ ପିଲା ଓ ରୋଗୀ ରହିଛନ୍ତି । ଏବେ ଡ୍ରାଇଭର ସେମାନଙ୍କୁ ନେଉନାହିଁ । ଅନ୍ୟ ବସ୍ ଡ୍ରାଇଭର ମଧ୍ୟ ଅନ୍ଦୋଳନରେ ସାମିଲ ହୋଇଛନ୍ତି ।
ଏହାରି ଭିତରେ ସେମାନେ କେମିତି ଗନ୍ତବ୍ୟ ସ୍ଥଳ ତଥା ନିଜ ନିଜ ଘରେ କିପରି ପହଞ୍ଚିବେ ସେ ନେଇ ଚିନ୍ତାରେ ରହିଥିଲେ । ସରକାର ଓ ପ୍ରଶାସନ କୁ ନିବେଦନ କରିବା ପରେ ଏଥିରେ ବାଲିଗୁଡ଼ା ଥାନା ଅଧିକାରୀ ବାବା ଶଙ୍କର ସରାଫ ହସ୍ତକ୍ଷେପ କରି ତିର୍ଥଯାତ୍ରୀ ବସ ଟିକୁ ସୁରକ୍ଷା ଯୋଗାଇ ସହର ଅତିକ୍ରମ କରାଇ ଦେଇଛନ୍ତି। ଦୀର୍ଘ ୫ଘଣ୍ଟା ଅଟକିବା ପରେ ତୀର୍ଥଯାତ୍ରୀ ମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ପାରିଥିବାରୁ ବାଲିଗୁଡା ପୁଲିସ କୁ ଧନ୍ୟବାଦ ଜଣାଇଛନ୍ତି ।

ବାଲିଗୁଡା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟେରିଂ ଛାଡ଼ ଆନ୍ଦୋଳନ: ଯାତାୟାତ ଯାତ୍ରୀ ହନ୍ତସନ୍ତ

ବାଲିଗୁଡ଼ା,୧୫/୩: ଡ୍ରାଇଭର ଏକତା ମହାମଞ୍ଚ ଆନୁକୁଲ୍ୟରେ ବୁଧବାର ମାର୍ଚ୍ଚ ୧୫ ତାରିଖରୁ ୧୦ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଷ୍ଟେରିଂ ଛାଡ଼ ଆନ୍ଦୋଳନ ସହ ଧର୍ମଘଟ ଆରମ୍ଭ କରିଛି ଓଡ଼ିଶା ଡ୍ରାଇଭର ମହାସଂଘ । ଏହାର ପ୍ରଭାବ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ମଧ୍ୟ ଦେଖିବାକୁ ମିଳିଛି ।
ସଭାପତି ଦୁଃଶାସନ ଦିଗାଳ ଓ ବ୍ଲକ୍ ଆଡମିନ୍ ମଦନ ମୋହନ ଦିଗାଲଙ୍କ ନେତୃତ୍ୱରେ ସକାଳ ୬ଟା ସମୟରୁ ବାଲିଗୁଡ଼ା ଗାନ୍ଧୀ ଛକଠାରେ ଅଞ୍ଚଳର ଶତାଧିକ ଡ୍ରାଇଭର ଏକାଠି ହୋଇ ନାରାବାଜି କରି ଧର୍ମଘଟ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ବାଲିଗୁଡ଼ାରୁ ବ୍ରହ୍ମପୁର,ଭୂବନେଶ୍ବର, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର ଆଦି ଅଞ୍ଚଳକୁ ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।
ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା, ଜନସାଧାରଣଙ୍କ ଅକ୍ରୋଶର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ୍,୫୫ ବର୍ଷ ପରେ ଡ୍ରାଇଭର ମାନଙ୍କୁ ମାସିକ ୫ହଜାର ଟଙ୍କା ପେନସନ୍,ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ପ୍ରଦାନ, ପ୍ରତି ୧୦୦ କିଲୋମିଟର ବ୍ୟବଧାନରେ ଗାଡ଼ି ପାର୍କିଂ ବ୍ୟବସ୍ଥା ସହ ବିଶ୍ରାମଗାର ଓ ଶୌଚାଳୟ ନିର୍ମାଣ, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭର ମାନଙ୍କୁ ୨୦ଲକ୍ଷ ଟଙ୍କାର ବୀମା ରାଶି ଏବଂ ଅକର୍ମଣ୍ୟ ହେଲେ ୧୦ ଲକ୍ଷ ଟଙ୍କାର ବୀମା ରାଶି ସହ ଦୁର୍ଘଟଣା ଜନିତ ଚିକିତ୍ସା ପାଇଁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ଯୋଗାଇବା, ଡ୍ରାଇଭର ମାନଙ୍କ ନିର୍ଦ୍ଧାରିତ ମୂଲ୍ୟାଙ୍କନ ଗାଡ଼ି ଚଲାଇବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ, ଡ୍ରାଇଭର ମାନଙ୍କୁ ଦ୍ବିତୀୟ ସୈନିକ ମାନ୍ୟତା, ଡ଼୍ରାଇଭରଙ୍କ ପିଲାମାନଙ୍କର ଉଚ୍ଚ ଶିକ୍ଷା ନିମନ୍ତେ ବ୍ୟବସ୍ଥା, କାଗଜ ପତ୍ର ଯାଞ୍ଚ ଆଳରେ ଡ୍ରାଇଭର ମାନଙ୍କୁ ହଇରାଣ ନକରିବା,ଲାଇସେନ୍ସ ପାଇଁ ସରକାର ଧାର୍ଯ୍ୟ କରିଥିବା ୧୫ହଜାର ଟଙ୍କା ବଦଳରେ ମୂଲ୍ୟ ପରିବର୍ତ୍ତନ କରି କମ ଟଙ୍କା କରିବା ଭଳି ୧୦ ଦଫା ଦାବିରେ ଆନ୍ଦୋଳନକୁ ଓଲ୍ହାଇଥିବା କହିଛନ୍ତି ସଭାପତି ଦୁଃଶାସନ ଦିଗାଳ । ଧର୍ମଘଟ ଯୋଗୁଁ ଗାଡ଼ି ଚଳାଚଳ ବନ୍ଦ ଥିବାବେଳେ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031