Legatus

ଡ୍ରେନରେ ବୁଡି ସ୍ୱିପର ମୃତ, ଆବର୍ଜନ ସଫା କରିବା ବେଳେ ଚାଲିଗଲା ଜୀବନ

 Breaking News

ଡ୍ରେନରେ ବୁଡି ସ୍ୱିପର ମୃତ, ଆବର୍ଜନ ସଫା କରିବା ବେଳେ ଚାଲିଗଲା ଜୀବନ

July 19
18:14 2023

କଟକ,୧୯/୭: ଐତିହାସିକ କଟକ ସହରରେ ସମସ୍ୟା ଭର୍ତ୍ତି ହୋଇରହିଛି। ଏଥି ମଧ୍ୟରୁ ମୁକୁଳା ଡ୍ରେନ୍ ହେଉଛି ଅନ୍ୟତମ ପ୍ରମୁଖ ସମସ୍ୟା, ଯେଉଁଥି ପାଇଁ ବିଗତ କିଛି ମାସ ମଧ୍ୟରେ ଏକାଧିକ ଲୋକଙ୍କର ଜୀବନ ଯାଇସାରିଛି।
ପ୍ରଶାସନର ଅବହେଳା କାରଣରୁ ଜଣକ ପରେ ଜଣଙ୍କର ମୃତ୍ୟୁ ହେଉଛି। ଏହି କ୍ରମରେ ଆଜି ପୁଣି ଜଣଙ୍କର ମୃତ୍ୟୁ ହୋଇଛି। ବକ୍ସିବଜାର ଅଞ୍ଚଳରେ ଡ୍ରେନ୍ ନିକଟରେ ସଫେଇ କାମ କରୁଥିବା ବେଳେ ଖସିପଡ଼ିଯିବାରୁ ନରସିଂହା ରାଓ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ କଟକ ମହାନଗର ନିଗମ ଅନ୍ତର୍ଗତ ତଥା ଦରଘାବଜାର ଥାନା ଅଧୀନ ବକ୍ସିବଜାର ନିକଟ ବାରପଥର ଅଞ୍ଚଳରେ ଥିବା ବଡ଼ ମୁକୁଳା ଡ୍ରେନ୍ ପାର୍ଶ୍ବରେ ନରସିଂହ ସଫେଇ କରୁଥିଲେ।
ସେ ଜାଇକା ପ୍ରକଳ୍ପ କାମରେ ନିୟୋଜିତ ଥିଲେ। ସଫେଇ କାମ କଲା ବେଳେ ଭୁଲବଶତଃ ତାଙ୍କର ଗୋଡ଼ ଡ୍ରେନ୍ରେ ଖସିଯାଇଥିଲା। ଡ୍ରେନ୍ରେ ଖସି ପଡ଼ିଯିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ତେବେ କଟକ ସହରରେ ବିଗତ କିଛି ମାସ ମଧ୍ୟରେ ଡ୍ରେନ୍ରେ ପଡ଼ି ୪ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏଭଳି ଅଭାବନୀୟ ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। କଟକ ମହାନଗର ନିଗମର ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ହେଉଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଛନ୍ତି। ଅନ୍ୟପଟରେ ଆଜିର ଘଟଣା ନେଇ ପ୍ରଶାସନିକ ଅଧିକାରୀଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31