Indus Valley Times

ଡ୍ରେନ ପାଣିରେ ଭାସି ଗଲା ଦଶମ ଶ୍ରେଣୀର ଛାତ୍ର

 Breaking News

ଡ୍ରେନ ପାଣିରେ ଭାସି ଗଲା ଦଶମ ଶ୍ରେଣୀର ଛାତ୍ର

September 19
20:28 2021

ଭୁବନେଶ୍ୱର,୧୯/୯: ଭୁବନେଶ୍ୱରରେ ରବିବାର ଦିନ ଅପରାହ୍ଣରେ ପାଣି ସୁଅରେ ଭାସିଯାଇ ଜଣେ ଦଶମ ଶ୍ରେଣୀର ଛାତ୍ର । ଟ୍ୟୁସନ ପଢ଼ିବାକୁ ଯାଉଥିବା ଛାତ୍ର ଜଣକ ନିଖୋଜ ହୋଇଯାଇଛନ୍ତି । ଛାତ୍ର ଜଣକ ଶିରିପୁର ଶତାବ୍ଦୀ ନଗର ବ୍ୟାଙ୍କ କଲୋନୀର । ପ୍ରବଳ ବର୍ଷା ପରେ ଡ୍ରେନରେ ଚାଲିଥିବା ପାଣି ସୁଅରେ ପଡିଯିବାରୁ ଭାସି ଯାଇଛନ୍ତି ଛାତ୍ର ଜଣକ। ଖୋଜାଖୋଜି ଚାଲିଥିଲେ ବି ଏଯାଏଁ ଛାତ୍ରଙ୍କୁ ଠାବ କରାଯାଇପାରିନି । ଛାତ୍ରଙ୍କୁ ଠାବ କରିବାକୁ ପୋଲିସ ଓ ଅଗ୍ନିଶମବାହିନୀ ପ୍ରୟାସ ଜାରି ରଖିଛନ୍ତି ।
ଡ୍ରେନରେ ଭାସିଯାଇଥିବା ଛାତ୍ରଙ୍କ ଏଯାଏଁ କୌଣସି ପତ୍ତା ମିଳିପାରିନାହିଁ । ଛାତ୍ର ଜଣକ ସାଇକେଲରେ ଫେରୁଥିବା ବେଳେ ଡ୍ରେନ ସୁଅରେ ପଡି ନାଳରେ ଭାସିଯାଇଛନ୍ତି । ତେବେ ସ୍ଥାନୀୟ ଲୋକଙ୍କ କହିବାମୁତାବକ ଛାତ୍ର ଜଣକ ଡ୍ରେନ ପାଖ ଦେଇ ଆସୁଥିବା ବେଳେ ତାଙ୍କ ଗୋଡ ଖସିଯାଇଥିଲା । ଫଳରେ ସେ ଡ୍ରେନରେ ପଡି ଭାସିଯାଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031