Indus Valley Times

ଡ୍ରୋନ କ୍ୟାମେରା ସହାୟତାରେ ବେଆଇନ ଭାବେ ହୋଇଥିବା ଗଞ୍ଜାଇ ଚାଷକୁ ନଷ୍ଟ କରି ଦିଆଗଲା

 Breaking News

ଡ୍ରୋନ କ୍ୟାମେରା ସହାୟତାରେ ବେଆଇନ ଭାବେ ହୋଇଥିବା ଗଞ୍ଜାଇ ଚାଷକୁ ନଷ୍ଟ କରି ଦିଆଗଲା

February 03
21:28 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩/୨: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କମରଖାଲି ଗ୍ରାମ ନିକଟସ୍ଥ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ଅବକାରୀ ବିଭାଗ ସମେତ ପୋଲିସ , ଜଙ୍ଗଲ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଅବକାରୀ ଚଢ଼ାଉ କରାଯାଇ ବ୍ୟାପକ ଭାବେ ହୋଇଥିବା ବେଆଇନ ଗଞ୍ଜାଇ ଚାଷକୁ ଡ୍ରୋନ କ୍ୟାମେରା ସହାୟତାରେ ନଷ୍ଟ କରି ଦିଆଯାଇଛି। ।
ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂ ଏବଂ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏହି ବେଆଇନ ଭାବେ କରା ଯାଇଥିବା ଗଞ୍ଜାଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଦିଆଯାଇଛି ।
ପ୍ରକାଶ ଯୋଗ୍ୟ ଯେ , ମୋହନା ଥାନା ଅନ୍ତର୍ଗତ ଏହି ଆଦିବାସୀ ବହୁଳ କମରଖାଲି ଗ୍ରାମ ନିକଟସ୍ଥ ଦୁର୍ଗମ ଅଞ୍ଚଳରେ ବ୍ୟାପକ ଭାବେ ବେଆଇନ ଗଞ୍ଜାଇ ଚାଷ କରା ଯାଇଥିଲା । କୋଣସି ସୂତ୍ରରୁ ଖବର ପାଇବା ପରେ ଡ୍ରୋନ କ୍ୟାମେରାର ସହାୟତା ନେଇ ଗଞ୍ଜାଇ ଚାଷ ହୋଇଥିବା ଅଞ୍ଚଳକୁ ଠାବ କରାଯାଇ ପରେ ସମ୍ପୃକ୍ତ ବେଆଇନ ଗଞ୍ଜାଇ ଚାଷ ହୋଇଥିବା ଅଞ୍ଚଳରେ ଗତକାଲି ୨/୨/୨୦୨୨ ତାରିଖ ଦିନ ଅବକାରୀ , ପୋଲିସ , ଜଙ୍ଗଲ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରା ଯାଇଥିଲା । ମିଳିତ ଚଢ଼ାଉ ବେଳେ ୨୦ରୁ ଉର୍ଦ୍ଧ୍ବ ଏକର ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ଲାଗିଥିବା ୧ ଲକ୍ଷ ୫୪ ହଜାର ଗଞ୍ଜାଇ ଗଛ ସବୁକୁ କଟର ମେସିନ ଯୋଗେ କାଟିବା ପରେ ସେ ସବୁକୁ ପୋଡି ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଦିଆ ଯାଇଥିଲା ।
ଏହି ମିଳିତ ଚଢ଼ାଉ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ସେଠୀ ଏବଂ ଆର୍ ଉଦୟଗିରି ପୋଲିସ ଏସଡିପିଓ: ଶ୍ରୀ ଦିଲୀପ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହୋଇଥିଲା ।
ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ଶ୍ରୀ ବାଳକୃଷ୍ଣ ପରିଡାଙ୍କ ସମେତ ମୋହନା ଥାନାଧିକାରୀ ଏବଂ ଆନ୍ୟନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031