Indus Valley Times

ତପସ୍ୱିନୀ-ସୁମିତ୍ ବିବାଦ: ହାଇକୋର୍ଟରୁ ମିଳିଲା ସୁମିତଙ୍କୁ ବଡ଼ ଝଟ୍‌କ୍କା, ତପସ୍ୱିନୀଙ୍କୁ ପ୍ରତିମାସ ୧୦ ସୁଦ୍ଧା ଭରଣପୋଷଣ ବାବଦକୁ ଟଙ୍କା ଦେବାକୁ ନିର୍ଦ୍ଦେଶ

 Breaking News

ତପସ୍ୱିନୀ-ସୁମିତ୍ ବିବାଦ: ହାଇକୋର୍ଟରୁ ମିଳିଲା ସୁମିତଙ୍କୁ ବଡ଼ ଝଟ୍‌କ୍କା, ତପସ୍ୱିନୀଙ୍କୁ ପ୍ରତିମାସ ୧୦ ସୁଦ୍ଧା ଭରଣପୋଷଣ ବାବଦକୁ ଟଙ୍କା ଦେବାକୁ ନିର୍ଦ୍ଦେଶ

February 02
16:31 2022

କଟକ, ୨/୨: ବ୍ରହ୍ମପୁରର ବହୁଚର୍ଚ୍ଚିତ ତପସ୍ୱିନୀ ଓ ଡାକ୍ତର ସୁମିତ୍ ସାହୁଙ୍କ ବିବାହ ବିବାଦ ମାମଲାରେ ହାଇକୋର୍ଟରେ ବୁଧବାର ଶୁଣାଣି ହୋଇଛି। ହାଇକୋର୍ଟ ଭରଣପୋଷଣ ନେଇ ତଳକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ହାଇକୋର୍ଟ ପ୍ରତି ମାସ ୧୦ତାରିଖ ସୁଦ୍ଧା ତପସ୍ବିନୀଙ୍କୁ ମାସିକ ଭରଣପୋଷଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଫେବ୍ରୁଆରି ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର‌୍ୟ୍ୟ ହୋଇଛି। ତେବେ ହୋଇକୋର୍ଟରେ ତଳ କୋର୍ଟଙ୍କ ରାୟ କାଏମ୍ ରହିବା ପରେ ସୁମିତ୍ଙ୍କୁ ତପସ୍ବିନୀଙ୍କ ଭରଣପୋଷଣ ପାଇଁ ପ୍ରତିମାସ ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ହେବ। ସୂଚନାଯୋଗ୍ୟ, ତପସ୍ବିନୀଙ୍କୁ ପ୍ରତିମାସ ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ବ୍ରହ୍ମପୁର ଜିଲ୍ଲା ଦୌରାଜଜଙ୍କ ଡାକ୍ତର ସୁମିତ୍ଙ୍କୁ ନିର୍ଦ୍ଦେଶ ଥିଲା।
ସୂଚନାଯୋଗ୍ୟ, ବ୍ରହ୍ମାନଗରସ୍ଥିତ ଶ୍ବଶୁର ଘରେ ତପସ୍ବିନୀ ରହି ପାରିବେ ବୋଲି ଜିଲ୍ଲା ଜଜ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ଓ ମହିଳା ସୁରକ୍ଷା ଅଧିକାରୀ ଏ ସମ୍ପର୍କରେ ତପସ୍ବିନୀ ଶ୍ବଶୁର ପ୍ରମୋଦ ସାହୁଙ୍କ ସହିତ ଆଲୋଚନା କରିଥିଲେ। ପର‌୍ୟ୍ୟାୟ କ୍ରମେ ଆଲୋଚନା ପରେ ତପସ୍ବିନୀଙ୍କ ପାଇଁ ଉପର ମହଲା ଘର ଠିକ୍ କରାଯାଇଥିଲା।
ଶ୍ବଶୁର ପ୍ରମୋଦ ସାହୁଙ୍କ ଉପସ୍ଥିତିରେ ଉପର ମହଲରେ ଥିବା ବେଡ ରୁମ୍, ରୋଷେଇ ଘର ଓ ପୂଜାଘର ପ୍ରଭୃତି ସଫା କରାଯାଇଥିଲା।
ରାତିରେ ସ୍ଥାନୀୟ ତହସିଲଦାର, ଦୁଇ ପକ୍ଷ ଓକିଲ ଓ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ଉପସ୍ଥିତିରେ ତପସ୍ବିନୀ ଶ୍ବଶୁର ଘରକୁ ପ୍ରବେଶ କରିଥିଲେ। ତେବେ, ଏହାପୂର୍ବରୁ ଜିଲ୍ଲାଜଜ୍ ଶ୍ବଶୁରଙ୍କ ଘରେ ରହିବା ପାଇଁ ଅନୁମତି ଦେଇନଥିବା ଡା. ସୁମିତଙ୍କ ଓକିଲ ପ୍ରଦୀପ ବେହେରା କହିବା ପରେ ପୁଣିଥରେ ବିବାଦ ସୃଷ୍ଟି ହୋଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031