Indus Valley Times

ତାମିଲନାଡୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା: ହରିଶ୍ଚନ୍ଦ୍ର ଅନୁଦାନ ପ୍ରଦାନ ରେ ଅବହେଳା ଅଭିଯୋଗ

 Breaking News

ତାମିଲନାଡୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା: ହରିଶ୍ଚନ୍ଦ୍ର ଅନୁଦାନ ପ୍ରଦାନ ରେ ଅବହେଳା ଅଭିଯୋଗ

ତାମିଲନାଡୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା: ହରିଶ୍ଚନ୍ଦ୍ର ଅନୁଦାନ ପ୍ରଦାନ ରେ ଅବହେଳା ଅଭିଯୋଗ
July 20
21:22 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୦/୭: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଜଣେ ଯୁବକ ତାମିଲନାଡୁରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାବେଳେ ରାସ୍ତା ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ହେଲେ ମୃତକ ରଘୁନାଥ ନାୟକ।
ତାଙ୍କ ମୃତ ଶରୀର ନିଜ ଗାଁରେ ଗୁରୁବାର ପହଞ୍ଚି ଶେଷକୃତ୍ୟ ସରିଥିବାର ଇତିମଧ୍ୟରେ ୪ ଦିନ ବିତିଯାଇଥିଲେ ମଧ୍ୟ ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଆଜି ପର୍ଯ୍ୟନ୍ତ ମିଳିନାହିଁ। ଏମିତିକି ଶେଷକୃତ୍ୟ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ମଧ୍ୟ ସହାୟତା ରାଶି ଦିଆଯାଇ ନ ଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏନେଇ ଗ୍ରୀନବାଡ଼ି ସରପଞ୍ଚ ସୁନୀତା ପ୍ରଧାନ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କେଶବ କହଁରଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।
ଦାରିଙ୍ଗବାଡି ଓ ବେଲଘର ଜନଜାତିଙ୍କ ବସ୍ତିରେ ଖୋଲିବ \’ହୋମ୍ ଷ୍ଟେ’ ବ୍ୟବସ୍ଥା : ସର୍ଭେ କାର୍ଯ୍ୟ ଆରମ୍ଭ
ବାଲିଗୁଡା, ୨୦/୭: କନ୍ଧମାଳ ଜିଲାର ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଆଉ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। ଏଥିପାଇଁ ନୂତନ ଯୋଜନାକୁ ସଫଳ କରିବା ପାଇଁ ସର୍ଭେ କାର୍ଯ୍ୟ କରାଉଛନ୍ତି। ବିଶେଷକରି କନ୍ଧମାଳ ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରହିଥିବା ବେଳେ ପର୍ଯ୍ୟଟକମାନେ ଆଦିବାସୀଙ୍କ ଚଳଣି ପାରମ୍ପରିକ ଖାଦ୍ୟ, ନାଚ, ବାଦ୍ୟଯନ୍ତ୍ର, ପୂଜା ପାର୍ବଣ, ଧରଣୀ ପେନୁଙ୍କ ପୂଜା ପଦ୍ଧତି, ଅଳଙ୍କାର ଧାରଣ, ପାରମ୍ପରିକ ଚାଷ, ସେମାନଙ୍କ ଅତୀତ ବିଷୟରେ ଜାଣିବାକୁ ସମସ୍ତଙ୍କ ଆଗ୍ରହ ରହିଛି ତେଣୁ ଏହି ସବୁ ଜାଣିବା ଓ ଗାଁ ଗାଁରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ରୋଜଗାର ବୃଦ୍ଧି ସହ ସ୍ବାବଲମ୍ବୀ କରାଯିବା ପାଇଁ ସରକାର ଯୋଜନା କରୁଛନ୍ତି।
ଏଥିପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜନଜାତିଙ୍କ ବସ୍ତିରେ ଖାଲି ପଡ଼ିଥିବା ଜମିରେ \’ହୋମ୍ ଷ୍ଟେ’ର ବ୍ୟବସ୍ଥା କରିବା ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କନ୍ଧମାଳ ଜିଲାରେ ଜନଜାତି ଉନ୍ନୟନ ସଂସ୍ଥା ଓ ରାଜ୍ୟ ପର‌୍ୟ୍ୟଟନ ବିଭାଗର ଏକ୍ସପର୍ଟଙ୍କ ମିଳିତ ସର୍ଭେ କାର‌୍ୟ୍ୟ କରାଯାଉଛି।
ତୁମୁଡିବନ୍ଧ ବ୍ଲକ ବେଲଘର ପର‌୍ୟ୍ୟଟନକ୍ଷେତ୍ରର ଦେଓଗଡ଼ାଠାରେ \’ହୋମଷ୍ଟେ\’ କରାଯିବାକୁ ଚି଼ହ୍ନଟ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକର ଗ୍ରୀନବାଡ଼ି ପଞ୍ଚାୟତ ସମେତ ସିଆଙ୍ଗବାଲିର କିସୁବାଡ଼ି ଦାସିଙ୍ଗବାଡ଼ି ପଞ୍ଚାୟତର ମିଡିୟୁବାନ୍ଦା ଜଳପ୍ରପାତ, ଦାରିଙ୍ଗବାଡ଼ି ପଞ୍ଚାୟତର ହିଲଭିୟୁ ପାର୍କ ନିକଟ ହାତୀମୁଣ୍ଡା ପଞ୍ଚାୟତ ପୀଡିକାରିପି ଆଦି ଅଞ୍ଚଳରେ ସର୍ଭେ କରାଯାଉଥିବା ବିଷୟ ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା କହିଛନ୍ତି।
ଏହା ସରକାରଙ୍କ ଧରଣୀ ଆବା ଜନଜାତୀୟ ଗ୍ରାମୀଣ ଉତ୍କର୍ଷ ଅଭିଯାନ ତଥା ଭାରତ ଦର୍ଶନ ଚିନ୍ତାକଳ୍ପରେ ପର‌୍ୟ୍ୟଟନକ୍ଷେତ୍ରର ବିକାଶ ଯୋଜନା ରେ ଏହା କରାଯିବ। ଗାଁ ମଝିରେ ହୋମଷ୍ଟେ କରାଗଲେ ଗାଁର ବାସ୍ନାକୁ ପର୍ଯ୍ୟଟକ ଅନୁଭବ କରିପାରିବେ। ପର୍ଯ୍ୟଟକ ମାନେ ଦାରିଙ୍ଗବାଡ଼ି ବୁଲିବାକୁ ଆସି ଦିନରେ ଆସି ଦିନରେ ଫେରିଯାଇଥାନ୍ତି।
ଯଦି ସେମାନଙ୍କ ପାଇଁ ଗାଁରେ ହୋମଷ୍ଟେ ବ୍ୟବସ୍ଥା କରାଗଲେ ସେମାନେ ରାତ୍ରିଯାପନ କରିବା ସହ ଗାଁ ବିଷୟରେ ଜାଣିପାରିବେ ଗାଁର ବୃଦ୍ଧ ବୃଦ୍ଧା ମାନଙ୍କ ଠାରୁ ପୁରୁଣା ସ୍ମୃତି କାହାଣୀ ଭଳି ଶୁଣି ଜାଣିପାରିବେ।
ସେମାନଙ୍କ ଚଳଣି ସମ୍ପର୍କରେ ଜାଣିବା ସହ ସ୍ଥାନୀୟ ଏସଏଚ୍‌ଜି ମାନଙ୍କ ଠାରୁ ପର୍ଯ୍ୟଟକ ପାରମ୍ପରିକ ଖାଦ୍ୟ ଖାଇବାକୁ ପାଇବେ। ଫଳରେ ଗାଁ ପରିବେଶ ଦେଖିବାକୁ ଜାଣିବାକୁ ଆସୁଥିବା ସହରୀ ପର୍ଯ୍ୟଟକଙ୍କୁ ଏହା ଆକୃଷ୍ଟ କରିପାରିବ ବୋଲି ସେ କହିଛନ୍ତି।
ପର୍ଯ୍ୟଟକଙ୍କ ସୁବିଧା ପାଇଁ ହୋମଷ୍ଟେରେ ମୌଳିକ ସମସ୍ତ ବ୍ୟବସ୍ଥା ରହିବା ସହ ସମ୍ପୂର୍ଣ୍ଣ ଗାଁ ଭଳି ହୋମଷ୍ଟେଟି ପର୍ଯ୍ୟଟକଙ୍କୁ ଅନୁଭୂତି କରାଇ ପାରିବ ବୋଲି କୁହାଯାଇଛି।
ଏହି ସର୍ଭେ ଦଳରେ ବାଲିଗୁଡ଼ା ଆଇଟିଡିଏର ପ୍ରକଳ୍ପ ପ୍ରଶାସକଙ୍କ ସହ ଭୁବନେଶ୍ୱରର ପର୍ଯ୍ୟଟନ ବିଭାଗର ଏକ୍ସପର୍ଟ ଶ୍ରଦ୍ଧା ହୋତାଙ୍କ ସମେତ ଅନ୍ୟ ପ୍ରତିନିଧି ଦଳ ଉପସ୍ଥିତ ରହିଥିଲେ।
ସେଣ୍ଟ ଜାଭିୟର ସ୍କୁଲ ହଷ୍ଟେଲରୁ ଲୁଚି ପଳାଇଲେ ଦୁଇ ଛାତ୍ର: ଉଦ୍ଧାର କରି ଥାନାରେ ଜିମା ଦେଲେ

ବାଲିଗୁଡା, ୨୦/୭: ହଷ୍ଟେଲରୁ ଲୁଚି ପଳାଇଲେ ଦୁଇଜଣ ଛାତ୍ର । କିଛି ବାଟ ଚାଲିଯିବା ପରେ ଓଏସ୍ଆରଟିସି ବସରେ ବସି ବାଲିଗୁଡ଼ା ବସ୍ ଷ୍ଟାଣ୍ଡରେ ପହଁଚିଥିଲେ ଦୁଇ ଛାତ୍ର ।
ସେଠାରୁ ଦୁଇଜଣ ମହିଳା ଦୁଇ ଛାତ୍ରଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଥାନାର ଜିମା ଦେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ଅନ୍ତର୍ଗତ ରୁତୁଙ୍ଗିଆ ସ୍ଥିତ ସେଣ୍ଟ ଜାଭିୟର ସ୍କୁଲରେ ।
ସୂଚନା ପ୍ରକାରେ ରବିବାର ସକାଳୁ କୌଣସି କାରଣରୁ ରୁତୁଙ୍ଗିଆ ନିକଟରେ ଥିବା ସେଣ୍ଟ୍ ଜାଭିୟର ଆଶ୍ରମ ସ୍କୁଲର ୩ୟ ଶେଣୀର ରୋହନ୍ ପ୍ରଧାନ ଓ ୪ର୍ଥ ଶ୍ରେଣୀର ଆୟୁଷ ଦିଗାଳ ନାମକ ଦୁଇଜଣ ଛାତ୍ର ସ୍କୁଲ୍ ପରିସରରୁ ଲୁଚି ପଳାଇ ଆସିଥିଲେ ।
କିଛି ବାଟ ଚାଲିବା ପରେ ରୁତୁଙ୍ଗିଆ ଗାଁ ମୁଣ୍ଡ ଘାଟିରେ ଓଏସ୍ଆରଟିସି ବସ୍ ଅଟକାଇ ସେଥିରେ ବସି ବାଲିଗୁଡ଼ା ବସ୍ ଷ୍ଟାଣ୍ଡରେ ପହଁଚିଥିଲେ ।
ବାଲିଗୁଡ଼ା ବସ୍ ଷ୍ଟାଣ୍ଡରେ ଦୁଇ ମହିଳା ଛାତ୍ର ଦୁଇଜଣଙ୍କୁ ଏକୁଟିଆ ଦେଖି ପଚରାଉଚରା କରିବାରୁ କୌଣସି ପ୍ରକାର ସନ୍ତୋଷଜନକ ଉତ୍ତର ନପାଇବାରୁ ଦୁଇଜଣଙ୍କୁ ସାଥିରେ ଆଣି ବାଲିଗୁଡ଼ା ଥାନାରେ ଜିମା ଦେଇଥିଲେ । ପରେ ଛାତ୍ର ଦୁଇଜଣଙ୍କ ପରିବାର ଲୋକଙ୍କୁ ଥାନା ପକ୍ଷରୁ ସୂଚନା ଦେବାପରେ ଉଭୟ ଛାତ୍ରଙ୍କ ଅଭିଭାବକ ଥାନାରେ ପହଁଚିଛନ୍ତି ।
ବର୍ତ୍ତମାନ ସୁଦ୍ଧା ସ୍କୁଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ହସ୍ତଗତ ସମ୍ଭବ ହୋଇନଥିବା ବେଳେ ସ୍କୁଲ୍ କର୍ତ୍ତୁପକ୍ଷଙ୍କ ଦାୟିତ୍ବରେ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି ।
ଏଥିରେ ପିଲାଙ୍କ କଛି ଅସୁବିଧା ହୋଇଥାନ୍ତା ତେବେ ଏଥିପାଇଁ କିଏ ଦାୟୀ ହେବେ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଙ୍କ ବାପା,ମା । ସ୍କୁଲ୍ କର୍ତ୍ତୁପକ୍ଷଙ୍କ ଏଭଳି ଅବହେଳା ଯୋଗୁଁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି କହିଛନ୍ତି ଉଦ୍ଧାରକାରୀ ମହିଳା।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031