Indus Valley Times

ତାଲା ଭାଙ୍ଗି ଖୋଲାଗଲା ଭିତର ରତ୍ନଭଣ୍ଡାର, ବାହାର ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

 Breaking News

ତାଲା ଭାଙ୍ଗି ଖୋଲାଗଲା ଭିତର ରତ୍ନଭଣ୍ଡାର, ବାହାର ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ତାଲା ଭାଙ୍ଗି ଖୋଲାଗଲା ଭିତର ରତ୍ନଭଣ୍ଡାର, ବାହାର ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
July 14
18:44 2024

ପୁରୀ, ୧୪/୭: ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ରବିବାର ଦିନ ୧ଟା ୨୮ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇଛି। ରତ୍ନଭଣ୍ଡାର ଖୋଲିବା ପାଇଁ ଗଠନ କରାଯାଇଥିବା ସ୍ବତନ୍ତ୍ର ଟିମ୍ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିଛନ୍ତି। ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିବା ପରେ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଛି।
ଏହାକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତରିତ କରାଯାଇଛି। ବାହାର ରତ୍ନଭଣ୍ଡାର ଖୋଲିବାର ପ୍ରାୟ ୨ ଘଣ୍ଟା ପରେ ଭିତର ରତ୍ନଭଣ୍ଡାର ତାଲା କଟା ଯାଇ ଖୋଲାଯାଇଥିଲା। ଚାବିରେ ନ ଖୋଲିବାରୁ କଟରରେ କଟା ଯାଇଥିଲା।
ଭିତର ରତ୍ନଭଣ୍ଡାରର ଅଳଙ୍କାର କେବଳ ଦେଖାଯାଇଛି। କିନ୍ତୁ କ’ଣ ରହିଛି, ସେନେଇ ଜଣାପଡ଼ି ନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ରତ୍ନଭଣ୍ଡାରରୁ ବାହାରିଲା ପରେ ସନ୍ଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ଏସ୍ଓପି ଅନୁସାରେ ଆମେ କାର‌୍ୟ୍ୟକାରୀ କରିଛୁ।
୧୧ ଜଣିଆ କମିଟି ରତ୍ନଭଣ୍ଡାର ତଦାରଖ କରିଛନ୍ତି। ଏସ୍ଓପି ଅନୁସାରେ ଆଜି ବାହାର ରତ୍ନଭଣ୍ଡାର ଦେଖାଯାଇଥିଲା। ଗଜପତି ମହାରାଜଙ୍କ ପ୍ରତିନିଧି, ଶ୍ରୀମନ୍ଦିର ପ୍ରଶାସନ ଓ ଅନ୍ୟ ସେବାୟତମାନେ ରତ୍ନଭଣ୍ଡାର ଖୋଲିବା ସମୟରେ ଉପସ୍ଥିତ ଥିଲେ। ବାହାର ରତ୍ନଭଣ୍ଡାରରୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଛି।
ବାହାର ରତ୍ନଭଣ୍ଡାର ସ୍ଥାନାନ୍ତରିତ କରାଯିବା ପରେ ପରବର୍ତ୍ତୀ ସମୟରେ ଭିତର ରତ୍ନଭଣ୍ଡାର ଗେଟ୍କୁ ପ୍ରବେଶ କରିଥିଲୁ। କିନ୍ତୁ ଟ୍ରେଜେରିରୁ ଯେଉଁ ଚାବି ଆସିଥିଲା, ସେଥିରେ ଖୋଲିବାକୁ ଚେଷ୍ଟା କରାଯାଇଥିଲା। ଭିତର ରତ୍ନଭଣ୍ଡାରରେ ୩ଟି ତାଲା ଥିଲା। କିନ୍ତୁ କୌଣସି ଚାବିରେ ଖୋଲିଲା ନାହିଁ।
ଏସ୍ଓପି ଅନୁସାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୩ଟି ତାଲା ଭଙ୍ଗାଗଲା। ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ୩ଟି ତାଲା ଭଙ୍ଗା ଯାଇଥିଲା। ଆମେ ସବୁ ଦେଖିଲୁ। ସିନ୍ଦୁକ, ଆଲମାରୀରେ ଅଳଙ୍କାର ଅଛି। ସମୟ ଅଭାବରୁ ଆଜି ଅଳଙ୍କାର ସ୍ଥାନାନ୍ତରିତ କରାଯାଇପାରିଲା ନାହିଁ। ଏଥି ପାଇଁ ଆଉ ଗୋଟିଏ ଦିନ ଦରକାର। ଏଥି ପାଇଁ ସରକାରଙ୍କୁ ଅନୁରୋଧ କରାଯିବ। ରତ୍ନଭଣ୍ଡାରର ସ୍ଥାନାନ୍ତରିତ ହେଲା ପରେ ଗଣତି ହେବ।
ଭିତର ରତ୍ନଭଣ୍ଡାରରେ ବିରାଟ ବିରାଟ ଗାତ ରହିଛି। ମୂଷାମାନେ ଏଭଳି ବଡ଼ ବଡ଼ ଗାତ କରିଛନ୍ତି। ମୂଷାମାନଙ୍କ ଦ୍ବାରା ସୁଡ଼ଙ୍ଗ ଭଳି ବଡ଼ ବଡ଼ ଗାତ ହୋଇଛି। ରତ୍ନଭଣ୍ଡାର ଭିତରେ କୌଣସି ସାପ ଭୟ ନଥିଲା।
ତେଣୁ ଶ୍ରୀମନ୍ଦିର ଭିତରୁ ସ୍ନେକ ହେଲ୍ପଲାଇନ ସଦସ୍ୟ ବାହାରି ଆସିଥିଲେ ବୋଲି ଶୁଭେନ୍ଦୁ ମଲ୍ଲିକ କହିଛନ୍ତି। ସେ କହିଛନ୍ତି, ଆମକୁ ଷ୍ଟାଣ୍ଡବାଇ ରଖାଯାଇଥିଲା, ଆମେ ଅପେକ୍ଷା କରିଥିଲୁ। ଆମେ ଭିତରକୁ ଯାଇନଥିଲୁ, ବାହାରେ ଅପେକ୍ଷା କରିଥିଲୁ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930