Indus Valley Times

ତାଲିବାନଙ୍କ ନୂଆ ସରକାର ଚୂଡ଼ାନ୍ତ, ମହିଳାଙ୍କୁ ପ୍ରତିନିଧିତ୍ୱ ମିଳିବ ନାହିଁ

 Breaking News

ତାଲିବାନଙ୍କ ନୂଆ ସରକାର ଚୂଡ଼ାନ୍ତ, ମହିଳାଙ୍କୁ ପ୍ରତିନିଧିତ୍ୱ ମିଳିବ ନାହିଁ

ତାଲିବାନଙ୍କ ନୂଆ ସରକାର ଚୂଡ଼ାନ୍ତ, ମହିଳାଙ୍କୁ ପ୍ରତିନିଧିତ୍ୱ ମିଳିବ ନାହିଁ
September 03
19:31 2021

କାବୁଲ,୩/୯ : ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ଏକ ଅନ୍ତରୀଣ ସରକାର ଗଠନ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଛି । ମୁଲ୍ଲା ଅବଦୁଲ ଗନି ବରାଦର ଅନ୍ତରୀଣ ସରକାରର ମୁଖ୍ୟ ହେବେ । ଏହା ସହିତ ଅନ୍ତରୀଣ ସରକାରର ରୂପରେଖ ବି ଚୂଡ଼ାନ୍ତ ହୋଇଛି ।
ସୁରା ବା ଧର୍ମୀୟ ପରିଷଦ ସରକାର ଚଳାଇବାର ସର୍ବୋଚ୍ଚ ସଂସ୍ଥା ହେବ । ସୁରାରେ ତାଲିବାନର ବରିଷ୍ଠ ନେତାମାନେ ସଦସ୍ୟ ରହିବେ । ଆଫଗାନିସ୍ତାନର କେତେକ ପ୍ରମୁଖ ଜନଜାତି ନେତାମାନଙ୍କୁ ମଧ୍ୟ ଏଥିରେ ସ୍ଥାନ ମିଳିବ ।
ଦୋହାରେ ଥିବା ତାଲିବାନ ରାଜନୈତିକ କାର୍ଯ୍ୟାଳୟର ପ୍ରାୟ ୮୦ ପ୍ରତିଶତ ଲୋକ ଏଥିରେ ସ୍ଥାନ ପାଇବେ । ମାତ୍ର ସୁରାରେ କୌଣସି ମହିଳାଙ୍କୁ ସ୍ଥାନ ଦିଆଯିବ ନାହିଁ ।
ତାଲିବାନର ଏକ ପ୍ରଭାବଶାଳୀ ଗୋଷ୍ଠୀ ହକ୍କାନି ନେଟଓ୍ବାର୍କର ଗୁରୁତ୍ବପୂର୍ଣ୍ଣ ଭାଗିଦାରୀ ରହିବ । ସେହିପରି ଆଫଗାନ ରାଜନୀତିଜ୍ଞ ତଥା ପୂର୍ବତନ ମୁଜାହିଦ୍ଦିନ କମାଣ୍ଡର ଗୁଲବୁଦ୍ଦିନ ହୁକମତୟାର ବି ସରକାରର ଅଂଶଗ୍ରହଣ କରିବେ ।
କିନ୍ତୁ ଏହି ସରକାରରେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହାମିଦ କାର୍ଜାଇ ଓ ଉପରାଷ୍ଟ୍ରପତି ଅବଦୁଲ୍ଲା ଅବଦୁଲ୍ଲାଙ୍କୁ ସ୍ଥାନ ଦିଆଯିବ ନାହିଁ । ସେମାନଙ୍କୁ ଉପଦେଷ୍ଟା କରାଯିବାର ସମ୍ଭାବନା ରହିଛି ।
ତେବେ ଏହି ସରକାର ଏକ ଅନ୍ତରୀଣ ସରକାର ହେବ ଓ ଆଫଗାନିସ୍ତାନର ଏକ ନୂଆ ସମ୍ବିଧାନ ଗଠନ ହେବା ପରେ ଆସନ୍ତା ବର୍ଷ ସ୍ଥାୟୀ ସରକାର ଗଠନ କରାଯିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031