Indus Valley Times

ତାଳଚେର : ଗୋପାଳପୁର ରେଳପଥ ଦାବି ଯଥାର୍ଥ ;ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

 Breaking News

ତାଳଚେର : ଗୋପାଳପୁର ରେଳପଥ ଦାବି ଯଥାର୍ଥ ;ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

September 20
19:49 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୦/୯ : ୧୯୯୦ ମସିହାରୁ ତାଳଚେର ଠାରୁ ଗୋପାଳପୁର ରେଳପଥ ନିର୍ମାଣ ପାଇଁ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପରିକଳ୍ପନା ଥିଲା। ଦିର୍ଘ ତିରିଶି ବର୍ଷ ବିତିଯାଇଥିଲେ ମଧ୍ୟ ଯୋଜନା ପାଇଁ ସର୍ଭେ ମଧ୍ୟ ହୋଇପାରିନାହିଁ।
ସ୍ୱାଧୀନତା ପରଠାରୁ ରେଳ ବିକାଶ କ୍ଷେତ୍ରରେ ପଛୁଆ ରାଜ୍ୟ ରୁପେ ପରିଗଣିତ ହେଉଥିବାରୁ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କ୍ଷୋଭ ପ୍ରକାଶ କରିଛନ୍ତି। ତାଳଚେର – ଗୋପାଳପୁର ରେଳପଥ ନିର୍ମାଣ ଦାବି ଅତ୍ୟନ୍ତ ଯଥାର୍ଥ ଏବଂ ଏହି ଦାବି ପ୍ରତି ତାଙ୍କର ସମର୍ଥନ ଥିବା ସଙ୍ଗେସଙ୍ଗେ ଦାବି ପୂରଣ ନିମନ୍ତେ ସମର୍ଥନ ଯୋଗାଡ କରିବେ ବୋଲି ଦୃଢ କଣ୍ଠରେ କହିଥିଲେ।
ତାଳଚେର – ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ର ଆବାହକ ସମାଜସେବୀ ପ୍ରମୋଦ ପଟ୍ଟନାୟକ , ନିରଞ୍ଜନ ମିଶ୍ର, ବିଶ୍ବନାଥ ମହାପାତ୍ର ରେଳପଥ ନିର୍ମାଣ ସମ୍ପର୍କିତ ଦାବିପତ୍ର ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ସାହୁଙ୍କ ଜରିଆରେ ରେଳ ବିଭାଗ ମାନ୍ୟବର ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି।
ତାଳଚେର – ଗୋପାଳପୁର ରେଳପଥ ୨୯୩ କିଲୋମିଟର କାର୍ଯ୍ୟକାରୀ କରାଗଲେ ଅନୁଗୁଳ, ଢେଙ୍କାନାଳ , କଟକ, ନୟାଗଡ଼ ଏବଂ ଗଞ୍ଜାମ ପାଞ୍ଚୋଟି ଜିଲ୍ଲାର ସାମାଜିକ-ଅର୍ଥନୈତିକ, ପର୍ଯ୍ୟଟନର ବିକାଶ ହୋଇପାରିବ।
ଏହି ପ୍ରକଳ୍ପ ନିମନ୍ତେ ୧୯୯୦ ମସିହାରେ ପ୍ରଥମ ସର୍ଭେ କରାଯାଇ ବ୍ୟୟ ଅଟକଳ କରାଯାଇଥିଲେ ମଧ୍ୟ କାର୍ଯ୍ୟର ଅଗ୍ରଗତି ନହେବା ଦୁଃଖ ର ବିଷୟ ବୋଲି କ୍ରିୟାନୁଷ୍ଠାନ କମିଟି ପ୍ରକାଶ କରିଛି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930