Indus Valley Times

ତିନି ବର୍ଷରେ ଉଦ୍ଧାର ହେଲେଣି ୧୦୧ ଶିଶୁ ଶ୍ରମିକ

 Breaking News

ତିନି ବର୍ଷରେ ଉଦ୍ଧାର ହେଲେଣି ୧୦୧ ଶିଶୁ ଶ୍ରମିକ

ତିନି ବର୍ଷରେ ଉଦ୍ଧାର ହେଲେଣି ୧୦୧ ଶିଶୁ ଶ୍ରମିକ
September 23
18:36 2025

ଭୁବନେଶ୍ୱର, ୨୩/୯ : ରାଜ୍ୟରେ ବିଗତ ତିନି ବର୍ଷରେ ଉଦ୍ଧାର ହୋଇଛନ୍ତି ୧୦୧ ଶିଶୁ ଶ୍ରମିକ। ୨୦୨୨-୨୩ ରେ ୫ ଜଣ ଶିଶୁ ଉଦ୍ଧାର ହୋଇଥିବା ବେଳେ ୨୦୨୩-୨୪ରେ ୪୫ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି।
ସେହିପରି ୨୦୨୪-୨୫ରେ ୫୧ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଏନେଇ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ସରକାର।
ବିଜେପି ବିଧାୟିକା ଉପାସନା ମହାପାତ୍ର ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ ଯେ, ଗତ ତିନି ବର୍ଷରେ କେତେ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି ଏବଂ କେଉଁ କେଉଁ ଜିଲ୍ଲାରୁ କେତେ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି?
ଏହାର ଉତ୍ତର ରଖି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେ ଯେ, ରାଜ୍ୟରେ ଗତ ୩ ବର୍ଷରେ ୧୦୧ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।
ମନ୍ତ୍ରୀ କହିଛନ୍ତି ଉଦ୍ଧାର କରାଯାଇଥିବା ଶିଶୁମାନଙ୍କୁ ଥଇଥାନ କରିବା ପାଇଁ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯିବା ସହିତ ଶିଶୁ ଶ୍ରମିକ ନିଯୁକ୍ତିଦାତାମାନଙ୍କ ବିରୋଧରେ ୧୧୬ ଟି ମାମଲା ରୁଜ୍ଜୁ କରାଯାଇଛି ।
ଶିଶୁ ଶ୍ରମିକ ଗଣନା ୧୯୯୭ ଅନୁଯାୟୀ ରାଜ୍ୟରେ ୨ ଲକ୍ଷ ୧୫ ହଜାର ୨୨୨ ଜଣ ଶିଶୁ ଶ୍ରମିକଙ୍କୁ ଚିହ୍ନଟ କରାଯାଇଥିଲା । ୧୯୯୭ ମସିହା ପରଠାରୁ ଶିଶୁ ଶ୍ରମିକ ଗଣନା ହୋଇନାହିଁ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031