Indus Valley Times

ତିନି ସାଙ୍ଗ ଟ୍ରେନ୍ ଟ୍ରାକରେ ବସି ମୋବାଇଲ୍ ଗେମ୍ ଖେଳୁଥିବା ବେଳେ ମୃତ୍ୟୁ ଫାଶ ଧରି ଧାଇଁ ଆସିଗଲା ଲୌହଦାନବ

 Breaking News

ତିନି ସାଙ୍ଗ ଟ୍ରେନ୍ ଟ୍ରାକରେ ବସି ମୋବାଇଲ୍ ଗେମ୍ ଖେଳୁଥିବା ବେଳେ ମୃତ୍ୟୁ ଫାଶ ଧରି ଧାଇଁ ଆସିଗଲା ଲୌହଦାନବ

ତିନି ସାଙ୍ଗ ଟ୍ରେନ୍ ଟ୍ରାକରେ ବସି ମୋବାଇଲ୍ ଗେମ୍ ଖେଳୁଥିବା ବେଳେ ମୃତ୍ୟୁ ଫାଶ ଧରି ଧାଇଁ ଆସିଗଲା ଲୌହଦାନବ
November 23
19:20 2021

ବିନିକା , ୨୩/୧୧: ଜୀବନ ମୃତ୍ୟୁର ଚକ୍ରରେ ଏକ ସଙ୍ଗେ ଯାଇଛି ତିନି ସାଙ୍ଗଙ୍କ ପ୍ରାଣ। ଏ ମୃତ୍ୟୁ ନଥିଲା ସ୍ୱାଭାବିକ। ଆକସ୍ମିକ ଥିଲା ଏ ମୃତ୍ୟୁ। ତିନି ସାଙ୍ଗ ଟ୍ରାକ୍ରେ ବସି ମୋବାଇଲ୍ ଗେମ୍ ଖେଳୁଥିବା ବେଳେ ମୃତ୍ୟୁ ଫାଶ ଧରି ଧାଇଁ ଆସିଗଲା ଲୌହଦାନବ। କିଛି ଭାବିବା ଆଗରୁ ମାଡ଼ି ଗଲା ତିନି ସାଙ୍ଗଙ୍କ ଉପରେ। ଆଉ ତା’ପରେ ତିନି ସାଙ୍ଗଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଛି।
ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁର ଗଗନ ସେଠ, ଆଦିତ୍ୟ ବିଶ୍ୱାଳ ଓ ସାନ ସେଠ ତିନି ସାଙ୍ଗ। ଏମାନେ ଯୁକ୍ତ ତିନିରେ ପଢ଼ନ୍ତି। ସୋମବାର ସନ୍ଧ୍ୟା ବେଳେ ଗାଁ ପାଖ ଦେଇଯାଇଥିବା ଟ୍ରେନ୍ ଲାଇନ୍ରେ ବସି ତିନି ସାଙ୍ଗ କାନରେ ହେଡ୍ଫୋନ୍ ଦେଇ ୩ ଷ୍ଟାର ଗେମ୍ ଖେଳୁଥିଲେ। ଏହି ସମୟରେ ଆସିଥିଲା ମାଲଗାଡ଼ି।
ମାଲ୍ଗାଡ଼ି ହର୍ଣ୍ଣ ମାରିଥିଲେ ସୁଦ୍ଧା ତିନି ସାଙ୍ଗ ଶୁଣିନଥିଲେ। କାରଣ ସେମାନେ କାନରେ ହେଡ୍ଫୋନ୍ ଦେଇ ଖେଳରେ ମାତିଥିଲେ। ଏମାନେ ଖେଳରେ ଏମିତି ମାତିଥିଲେ ଯେ, ଟ୍ରେନ୍ ଲାଇଟ୍କୁ ମଧ୍ୟ ନଜର କରିପାରିନଥିଲେ। ଶେଷରେ ଲୌହଦାନବ ତିନି ସାଙ୍ଗଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ତିନି ସାଙ୍ଗଙ୍କ ମୃତ୍ୟୁ ଘଟିଥିଲା।
ପରିବାର ଲୋକେ ଖବର ପାଇ ଟ୍ରେନ୍ ଟ୍ରାକ୍ରେ ପହଞ୍ଚିଥିଲେ। ତିନି ସାଙ୍ଗଙ୍କ ମୃତଦେହକୁ ଟ୍ରେନ୍ ଲାଇନ୍ରୁ ଉଦ୍ଧାର କରି ପରିବାର ଲୋକେ ବିଳମ୍ୱିତ ରାତିରେ ପୋଡ଼ି ଦେଇଛନ୍ତି। ଏ ସମ୍ପର୍କରେ ବଲାଙ୍ଗିର ଜିଆର୍ପି କିମ୍ୱା ଡୁଙ୍ଗୁରିପାଲି ପୁଲିସ୍ ପାଖରେ କୌଣସି ଖବର ନାହିଁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031