Indus Valley Times

ତୀର୍ଥ ଯାତ୍ରୀଙ୍କ ପାଇଁ ଖୁସି ଖବର, ଚାରିଧାମକୁ ଗଡିବ ସ୍ୱତନ୍ତ୍ର ବସ୍‌

 Breaking News

ତୀର୍ଥ ଯାତ୍ରୀଙ୍କ ପାଇଁ ଖୁସି ଖବର, ଚାରିଧାମକୁ ଗଡିବ ସ୍ୱତନ୍ତ୍ର ବସ୍‌

November 07
12:56 2024

ଭୁବନେଶ୍ୱର, ୭/୧୧: ଚାରି ଧାମକୁ ଯାତ୍ରା କରିବା ଓଡ଼ିଶା ବାସୀଙ୍କ ପାଇଁ ଏବେ ସହଜ ହୋଇଯିବ । ଏଣିକି ଗୋଟିଏ ବସରେ ବସି ଶ୍ରଦ୍ଧାଳୁମାନେ ଚାରି ଧାମ ଦର୍ଶନ କରିପାରିବେ ।
ଏମିତିକି ସୁବିଧା ଉପଲବ୍ଧ କରିବାକୁ ଯାଉଛନ୍ତି ରାଜ୍ୟର ମୋହନ ସରକାର । ଏ ନେଇ ସୂଚନା ଦେଇଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ।
ପରିବହନ ମନ୍ତ୍ରୀ କହିଛନ୍ତି, ଚାରି ଧାମ ଯାତ୍ରା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବସର ବ୍ୟବସ୍ଥା କରିବାକୁ ଯାଉଛନ୍ତି । ଯେଉଁବସ୍ ଭୁବନେଶ୍ୱରରୁ ବାହାରି ଚାରି ଧାମ ବୁଲିବ ।
ସେହିପରି ଅନ୍ୟ ତୀର୍ଥ ସ୍ଥାନ ପୁରୀରୁ ଅଯୋଧ୍ୟା, ତିରୁପତି, ମଥୁରା ଓ ବୃନ୍ଦାବନ ଭଳି ତୀର୍ଥ କ୍ଷେତ୍ରକୁ ସ୍ୱତନ୍ତ୍ର ବସ୍ ସେବା ଯୋଗାଇଦେବେ ସରକାର । ଏଥିପାଇଁ ଭଲ ଓ ସ୍ୱତନ୍ତ୍ର ବସ୍ ଅଣାଯାଇଛି । ଭୋଲଭୋ ବସ ଅଣାଯାଇଛି । ତୀର୍ଥଯାତ୍ରାର ମାର୍ଗ ମଧ୍ୟ ଚୂଡ଼ାନ୍ତ ହୋଇସାରିଛି ।
ଶ୍ରଦ୍ଧାଳୁମାନଙ୍କୁ ରିହାତି ମୂଲ୍ୟରେ ବସ ସେବା ଯୋଗାଇ ଦିଆଯିବ । ଖାଲି ସେତିକି ନୁହେଁ, ମହିଳାଙ୍କ ପାଇଁ ସ୍ୱତନ୍ତ୍ର ରିହାତି ରହିବ । ଆଗରୁ ଆନ୍ତଃ ରାଜ୍ୟ ଗମନା ଗମନ ବ୍ୟବସ୍ଥା ଥିଲା । ପରିବହନ ବିଭାଗ ଏହାକୁ ଆହୁରି ସଂପ୍ରସାରଣ କରିଥିବା ନେଇ କହିଛନ୍ତି ମନ୍ତ୍ରୀ ଶ୍ରୀ ଜେନା ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031