Indus Valley Times

ତେନ୍ତୁଳିପାଲି ମହାନଦୀ ଘାଟରେ ମାଛ ଜାଆଁଳ ଛାଡିବା କାର୍ଯ୍ୟକ୍ରମ ଓ ସଚେତନତା ଶିବିର, ଯୋଗଦେଲେ ଜିଲ୍ଲାପାଳ

 Breaking News

ତେନ୍ତୁଳିପାଲି ମହାନଦୀ ଘାଟରେ ମାଛ ଜାଆଁଳ ଛାଡିବା କାର୍ଯ୍ୟକ୍ରମ ଓ ସଚେତନତା ଶିବିର, ଯୋଗଦେଲେ ଜିଲ୍ଲାପାଳ

ତେନ୍ତୁଳିପାଲି ମହାନଦୀ ଘାଟରେ ମାଛ ଜାଆଁଳ ଛାଡିବା କାର୍ଯ୍ୟକ୍ରମ ଓ ସଚେତନତା ଶିବିର, ଯୋଗଦେଲେ ଜିଲ୍ଲାପାଳ
March 25
20:24 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୫/୩: (ମଙ୍ଗଳବାର) ଦିନ ସକାଳ ଘ.୧୦.୩୦ ମିନିଟ ସମୟରେ ବୌଦ୍ଧ ବ୍ଲକ୍ ବହିରା ଗ୍ରାମ ପଞ୍ଚାୟତର ତେନ୍ତୁଳିପାଲି ମହାନଦୀ ଘାଟରେ ମତ୍ସ୍ୟ ସମ୍ପଦର ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ଉନ୍ନତ ମାନର ଅଙ୍ଗୁଳିକା ମାଛ ଜାଆଁଳ ଛାଡିବା କାର୍ଯ୍ୟକ୍ରମ ଓ ସଚେତନତା ଶିବିର ଜ଼ିଲ୍ଲା ମତ୍ସ୍ୟ ବିଭାଗ, ବୌଦ୍ଧ ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିବା ସହ ମହାନଦୀ ର ସୁରକ୍ଷା, ପାଣିପାଗ ର ସନ୍ତୁଳନ,ବୃକ୍ଷ ଲଗାଇବା, ବାୟୋଫ୍ଲକ ମାଧ୍ୟମ ରେ ମାଛ ଚାଷ କରିବା, ମହାନଦୀ ରେ ମାଛ, ଯାଆଁଳା ଛାଡ଼ି ତାର ସୁରକ୍ଷା ପ୍ରତି ଦୃଷ୍ଟି ଦେବା, ମାଛ କୁ ବଢିବାକୁ ଦେବା, ସମସ୍ୟା କୁ ସାମ୍ନା କରିବା ଆଦି ବିଷୟରେ ମତବ୍ୟକ୍ତ କରିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଯୋଗ ଦେଇ ମହାନଦୀ ଏବଂ ମତ୍ସ୍ୟ ସମ୍ପଦ ର ସୁରକ୍ଷା, କୌଳିକ ବୃତ୍ତି, ବ୍ଲାଷ୍ଟି ବିରୁଦ୍ଧରେ ନିଜ ବକ୍ତବ୍ୟ ରଖିଥିଲେ ।
ଉପ -ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଗ୍ରାମବାସୀ ଙ୍କୁ ଛୋଟ ମାଛ କୁ ବଡ଼ ହେବାକୁ ଦେବା, ଛୋଟ ମାଛ ଧରିବାରୁ ନିବୃତ୍ତି ରହିବା ସହିତ କିଏ ମାଛ ଧରିଲେ ତାକୁ ବାରଣ କରିବାକୁ ଆହ୍ୱାନ କରିଥିଲେ ।
କଣ୍ଟାମାଳ ବିଧାୟକଙ୍କ ପ୍ରତିନିଧି ପୟୋଧର ମହାକୁର ଏବଂ ବହିରା ସରପଞ୍ଚ ଯଯାତୀ କେଶରୀ ମହାଲିକ ମଧ୍ୟ ଯୋଗଦେଇ ଗ୍ରାମବାସୀଙ୍କୁ ମାଛ ଧରିବାରୁ ନିବୃତ୍ତ ହେବାପାଇଁ ପରାମର୍ଶ ଦେଇଥିଲେ ।
ଏଥିସହିତ ମହାନଦୀ ପାଣିରେ ରାସାୟନିକ ଔଷଧ ପ୍ରୟୋଗ କିମ୍ବା ବିସ୍ଫୋରକ ମାଧ୍ୟମରେ, ଅସଦ ଉପାୟରେ ମାଛ ନମାରିବା ପାଇଁ ଉପସ୍ଥିତ ମତ୍ସ୍ୟଜୀବି ଓ ଗ୍ରାମବାସୀଙ୍କୁ ଅତିଥି ମାନେ ସଚେତନ କରାଇଥିଲେ ।
ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କଁହର ସଭାପତିତ୍ୱ ଅଭିଭାଷଣ ଦେବା ସହ କାର‌୍ୟ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।
ସହକାରୀ ମତ୍ସ୍ୟ ଅଧିକାରୀ ଚିନ୍ମୟୀ ଶୁଭସ୍ମିତା ସମସ୍ତ ଙ୍କୁ ସ୍ୱାଗତ କରିବା ସହ ସଭା ସଂଯୋଜନା କରିଥିଲେ ।
ସଭା ଶେଷ ରେ ସହକାରୀ ମତ୍ସ୍ୟ ଅଧିକାରୀ ନିର୍ଲିପ୍ତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ପରେ ତେନ୍ତୁଳିପାଲି ମହାନଦୀ ରେ ତେନ୍ତୁଳିପାଲି ଗ୍ରାମବାସୀ, ମତ୍ସ୍ୟଜିବି , ସ୍ୱୟଂ ସହାୟକ ଗୋଷ୍ଟୀ, ମିଶନ ଶକ୍ତି ମହିଳା, ବହିରା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ର କର୍ମଚାରୀ ଙ୍କ ଉପସ୍ଥିତି ରେ ଅତିଥି ମାନେ ଏବଂ ମତ୍ସ୍ୟ ଅଧିକାରୀ, ଗ୍ରାମବାସୀ ମାନେ ୭ ଲକ୍ଷ ୫୦ ହଜାର ଯାଆଁଳ ଛାଡିଥିଲେ ।
ଏହି କାର୍ଯ୍ୟକ୍ରମ ରେ ସହକାରୀ ମତ୍ସ୍ୟ ଅଧିକାରୀ ବିଶ୍ଵନାଥ ଖେତୀ, ଅଂଶୁମାନ ପଣ୍ଡା, ମତ୍ସ୍ୟ ବୈଷୟିକ ସହାୟକ ମଧୁସ୍ମିତା ପ୍ରଧାନ, ବିଶ୍ୱମ୍ବର ପ୍ରଧାନ, ବିଭୁ ଭୂଷଣ ପ୍ରଧାନ, ପରେଶ କୁମାର ପ୍ରଧାନ, ଜୀଵନଜ୍ୟୋତି ବିଶ୍ୱାଲ, ସାଗର ମିତ୍ର, ଶ୍ରୀହରି ମେହେର, ଗ୍ରାମବାସୀ ଏବଂ ମତ୍ସ୍ୟଚାଷୀ ମାନେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031