Indus Valley Times

ତ୍ରାହି ନାହିଁ; ପଶ୍ଚିମରେ ତାତିବ, ଉପକୂଳରେ କଲବଲ କରିବ ପ୍ରଚଣ୍ଡ ଗୁଳୁଗୁଳି

 Breaking News

ତ୍ରାହି ନାହିଁ; ପଶ୍ଚିମରେ ତାତିବ, ଉପକୂଳରେ କଲବଲ କରିବ ପ୍ରଚଣ୍ଡ ଗୁଳୁଗୁଳି

ତ୍ରାହି ନାହିଁ; ପଶ୍ଚିମରେ ତାତିବ, ଉପକୂଳରେ କଲବଲ କରିବ ପ୍ରଚଣ୍ଡ ଗୁଳୁଗୁଳି
June 02
16:47 2024

ଭୁବନେଶ୍ବର,୨/୬: ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ୩ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମପ୍ରବାହ। ସେହିଭଳି ଉପକୂଳ ଓଡିଶାରେ ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗୁଳୁଗୁଳି।
ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। ରାଜ୍ୟର ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡା ଓ ସୋନପୁରରେ ଆଜି ଗ୍ରୀଷ୍ମପ୍ରବାହ ଜାରି ରହିବ।
ବଲାଙ୍ଗୀର ଓ ବରଗଡ଼ରେ ଅରେଞ୍ଜ ୱାର୍ଣ୍ଣିଂ ଓ କଳାହାଣ୍ଡି, ନୂଆପଡ଼ା, ସୋନପୁରରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହା ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ।
ଗତ ୨୪ ଘଣ୍ଟା ମଧ୍ୟରେ ୪୫ ଡିଗ୍ରି ଉପରେ ୩ ସହର ରହିଛି। ଟିଟିଲାଗଡ଼ ରାଜ୍ୟର ରାଜ୍ୟର ଉତ୍ତପ୍ତ ସହର ଭାବେ ୪୬ ଡିଗ୍ରି ରେକର୍ଡ ହୋଇଛି।
ସେହିଭଳି ବରଗଡ଼ ୪୫.୮ ଡିଗ୍ରି , ବଲାଙ୍ଗୀର ୪୫.୫ ଡିଗ୍ରି ରେକର୍ଡ ହୋଇଛି । ଅନ୍ୟପଟେ ୧୨ ସହରରେ ୪୧ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।
ଅନ୍ୟପଟେ ଆଜି ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ – ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି।
ବିଶେଷକରି ମୟୂରଭଞ୍ଜ , କେନ୍ଦୁଝର , ବାଲେଶ୍ଵର , ଝାରସୁଗୁଡ଼ା , ସୁନ୍ଦରଗଡ଼ , ରାୟଗଡ଼ା , ମାଲକାନଗିରି , ଅନୁଗୁଳ , ଯାଜପୁର , ଭଦ୍ରକ , ଜଗତସିଂହପୁର , କେନ୍ଦ୍ରାପଡ଼ା , ନବରଙ୍ଗପୁର , କଳାହାଣ୍ଡି , କନ୍ଧମାଳ , ଗଞ୍ଜାମ , ଗଜପତି ଓ ନୂଆପଡ଼ାର କିଛି କିଛି ସ୍ଥାନରେ ଆଜି ଘଡଘଡି ସହ ମାଧ୍ୟମ ଧରଣର ବର୍ଷା ହୋଇପାରେ।
ଏହାକୁ ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ଆସନ୍ତା ୪ ତାରିଖଠୁ କମିବ ବର୍ଷାର ପରିମାଣ। ତେବେ ଓଡ଼ିଶାକୁ ମୌସୁମୀ ଆସିବା ନେଇ ବର୍ତ୍ତମାନ ସୁଦ୍ଧା କିଛି ଆକଳନ ହୋଇ ନାହିଁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031