Indus Valley Times

ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ :ବାଲିଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

 Breaking News

ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ :ବାଲିଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ :ବାଲିଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ
February 12
19:25 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୨/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ବାଲିଗୁଡା ପଞ୍ଚାୟତ ସମିତିରେ ଆଗାମୀ ପଞ୍ଚାୟତ ନିର୍ବାଚନ ଚଳିତ ମାସ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀକକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼.ଜଗଦିଶ ଷଢଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ପୁଲିଙ୍ଗ୍ ପର୍ସନାଲିଟି ଓ ସେକ୍ଟର ଅଫିସର ମାନେ ଉପସ୍ଥିତ ରହି ପଞ୍ଚାୟତ ନିର୍ବାଚନରେ କିପରି ପ୍ରସ୍ତୁତ ରହିବେ ଏବଂ ବ୍ୟାଲେଟ୍ ବକ୍ସ ଓ ବ୍ୟାଲଟ୍ ପେପରକୁ ନେଇ ଭୋଟ ଗ୍ରହଣ କିପରି ସୁରୁଖୁରୁରେ କରାଯିବ ସେନେଇ ବିଡ଼ିଓ ଶ୍ରୀ ଷଢଙ୍ଗୀ ତାଲିମ ପ୍ରଦାନ କରିଥିଲେ ।
ବାଲିଗୁଡା ବ୍ଲକରେ ୧୪୩ଟି ବୁଥ୍ ରେ ମତଦାନ ଗ୍ରହଣ କରାଯିବାକୁ ଥିବା ବେଳେ ଏଥି ମଧ୍ୟରୁ ଅତି ସମ୍ବେଦନଶିଳ ବୁଥ୍ ୪୬ ଟି ଥିବା ବେଳେ ସମ୍ବେଦନଶିଳ ବୁଥ୍ ୭୬ ଟି ଥିବା ବିଷୟ ଜଣାପଡିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031