Indus Valley Times

ଥାନାରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା, କାର୍ଯ୍ୟରେ ଅବହେଳା ପାଇଁ ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ

 Breaking News

ଥାନାରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା, କାର୍ଯ୍ୟରେ ଅବହେଳା ପାଇଁ ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ

ଥାନାରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା, କାର୍ଯ୍ୟରେ ଅବହେଳା ପାଇଁ ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ
September 11
17:02 2023

କଟକ,୧୧/୯: କଟକ ଜିଲ୍ଲା ଆଠଗଡ଼ ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଦୁଇ ପୁଲିସ କର୍ମଚାରୀଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ପାଇଁ ଏଏସଆଇ ରଞ୍ଜନ ସାହୁ ଓ କନଷ୍ଟେବଲ କ୍ଷୀରୋଦ ବେହେରାଙ୍କୁ ନିଲମ୍ବନ କରାଯାଇଛି। କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକ (ଏସ୍ପି) ଏହି ଦୁଇ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି।
ଅଗଷ୍ଟ ୯ ତାରିଖରେ ଆଠଗଡ଼ ଥାନା ଅମୃତମଣୋହୀପାଟଣା ଗାଁରେ ରାଜନୀତିକ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ବୋମାମାଡ଼ କରିବା ସହିତ ପରସ୍ପରକୁ ଖଣ୍ଡାରେ ଆକ୍ରମଣ କରିଥିଲେ।
ଏହି ଘଟଣାରେ ଅଭିଯୁକ୍ତ ଥିବା ବିରଞ୍ଚି ମନ୍ତ୍ରୀ ଫେରାର ହୋଇଯାଇଥିଲେ। ଗତ ୮ ତାରିଖରେ ସେ ତାଙ୍କ ଘରକୁ ଆସିଥିବା ନେଇ କୌଣସି ସୂତ୍ରରୁ ଆଠଗଡ଼ ଥାନା ପୁଲିସ ଖବର ପାଇଥିଲା। ଏହା ପରେ ବିଳମ୍ବିତ ରାତିରେ ତାଙ୍କୁ ପୁଲିସ ଘରୁ ଉଠାଇ ଆଣିଥିଲା ଓ ଥାନା ହାଜତରେ ରଖିଥିଲା।
ଗତ ୯ ତାରିଖ ସକାଳେ ଅଭିଯୁକ୍ତ ବିରଞ୍ଚି ମନ୍ତ୍ରୀ ଆଠଗଡ଼ ଥାନା ହାଜତରୁ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ନେଇ କାର୍ଯ୍ୟରେ ଅବହେଳା ପାଇଁ ଏଏସଆଇ ରଞ୍ଜନ ସାହୁ ଓ କନଷ୍ଟେବଲ କ୍ଷୀରୋଦ ବେହେରାଙ୍କୁ ନିଲମ୍ବନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031