Legatus

ଥାଲାଇବାଙ୍କ କ୍ରେଜ୍, ‘ଜେଲର’ ଦେଖିବାକୁ ଜାପାନରୁ ଚେନ୍ନାଇ ଆସିଲେ ସ୍ୱାମୀ-ସ୍ତ୍ରୀ

 Breaking News

ଥାଲାଇବାଙ୍କ କ୍ରେଜ୍, ‘ଜେଲର’ ଦେଖିବାକୁ ଜାପାନରୁ ଚେନ୍ନାଇ ଆସିଲେ ସ୍ୱାମୀ-ସ୍ତ୍ରୀ

August 10
17:31 2023

ନୂଆଦିଲ୍ଲୀ,୧୦/୮: ଦୀର୍ଘଦିନ ପରେ ପରଦାକୁ ଫେରିଛନ୍ତି ରଜନୀକାନ୍ତ। ଆଜି ତାଙ୍କ ଅଭିନୀତ ସିନେମା ଜେଲର୍ ରିଲିଜ୍ ହୋଇଛି। ବିଶ୍ୱବ୍ୟାପୀ ରିଲିଜ୍ ହୋଇଥିବା ଏହି ସିନେମାକୁ ମିଳିଛି ଫ୍ୟାନ୍ସଙ୍କ ଜବରଦସ୍ତ ରେସ୍ପନ୍ସ।
୭୨ ବର୍ଷୀୟ ରଜନୀକାନ୍ତଙ୍କ ସିନେମା ଦେଖିବାକୁ ଏବେ ଫ୍ୟାନ୍ସ ଖୁବ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। କେବଳ ଯେ ଦେଶ କାହିଁକି, ସିନେମା ଦେଖିବା ପାଇଁ ବିଦେଶରୁ ମଧ୍ୟ ତେର ନଈ ସାତ ଦରିଆ ଡେଇଁ ଆସିଛନ୍ତି ରଜନୀକାନ୍ତଙ୍କ ଫ୍ୟାନ୍ସ।
ଜାପାନର ଏକ ଦମ୍ପତି ଫିଲ୍ମ ଦେଖିବାକୁ ଚେନ୍ନାଇ ଆସିଥିବା କୁହାଯାଉଛି। ଟ୍ୱିଟରରେ ଜଣେ ଫ୍ୟାନ୍ କହିଛନ୍ତି ଯେ, ରଜନୀକାନ୍ତଙ୍କ ଚନ୍ଦ୍ରମୁଖୀ ପରି ଜେଲର ମଧ୍ୟ ଅତି କମରେ ୩ ମାସ ପ୍ରେକ୍ଷାଳୟରେ ଚାଲିବ। ଜେଲର ପ୍ରଥମ ଦିନରେ ୱାର୍ଲ୍ଡ ବକ୍ସ ଅଫିସରେ ୬୦ କୋଟି ଟଙ୍କା ଆୟ କରିବ ବୋଲି ଆଶା କରାଯାଉଛି। ଖବର ଅନୁଯାୟୀ ଏହି ଚଳଚ୍ଚିତ୍ର ତାମିଲନାଡୁରେ ୪୦ କୋଟି ଏବଂ ବାକି ୨୦ କୋଟି ଅନ୍ୟ ରାଜ୍ୟ ତଥା ବିଦେଶରୁ ଆୟ ହେବ।
ଜେଲର୍ ସହ ଦୀର୍ଘଦିନ ପରେ ପରଦାକୁ କମ୍ ବ୍ୟାକ୍ କରିଛନ୍ତି ରଜନୀକାନ୍ତ। ଶେଷ ଥର ପାଇଁ ରେଦ୍ଦନାରେ ଅଭିନୟ କରିଥିଲେ। ନେଲସନଙ୍କ ନିର୍ଦ୍ଦେଶିତ ଜେଲରରେ ରଜନୀକାନ୍ତଙ୍କ ବ୍ୟତୀତ ଜ୍ୟାକି ଶୈର୍ଫ, ଶିବ ରାଜକୁମାର, ରାମିଆ କୃଷ୍ଣନ, ବିନୟକାନ, ତମନ୍ନା ଭାଟିଆ, ବସନ୍ତ ରବି, ଯୋଗୀ ବାବୁ ଏବଂ ମୋହନଲାଲ ଅଭିନୟ କରିଛନ୍ତି। ସିନେମାର ସଙ୍ଗୀତକୁ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି ଦର୍ଶକ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930