Indus Valley Times

ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରୀଙ୍କୁ ମାଡ଼ : ଖେଳ ଶିକ୍ଷକଙ୍କ ମାଡ଼ରେ ପାଞ୍ଚ ଛାତ୍ରୀ ଲହୁ ଲୁହାଣ

 Breaking News

ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରୀଙ୍କୁ ମାଡ଼ : ଖେଳ ଶିକ୍ଷକଙ୍କ ମାଡ଼ରେ ପାଞ୍ଚ ଛାତ୍ରୀ ଲହୁ ଲୁହାଣ

ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରୀଙ୍କୁ ମାଡ଼ : ଖେଳ ଶିକ୍ଷକଙ୍କ ମାଡ଼ରେ ପାଞ୍ଚ ଛାତ୍ରୀ ଲହୁ ଲୁହାଣ
September 12
18:40 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୨/୯ :ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରୀଙ୍କୁ ମାଡ଼ ଅଭିଯୋଗ । ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇବା ବେଳେ ପାଞ୍ଚ ଜଣ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଖେଳ ଶିକ୍ଷକ ମାଡ଼ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ରୁତୁଙ୍ଗିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା ।
ସୂଚନା ପ୍ରକାରେ ବୁଧବାର ବିଦ୍ୟାଳୟ ପରିସରରେ ମଧ୍ୟାହ୍ନ ଭୋଜନ ଖାଇବା ସମୟରେ ଛାତ୍ରୀଙ୍କ ମଧ୍ୟରେ ଥଟା ମଜା ହେଉଥିବା ବେଳେ ଖେଳ ଶିକ୍ଷକ ରୋହିତ କୁମାର ଗୌଡ଼ ଉତକ୍ଷିପ୍ତ ହୋଇ ବାଡ଼ିରେ ପାଞ୍ଚ ଜଣ ଛାତ୍ରୀଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ ।
ଛାତ୍ରୀମାନେ ଘରକୁ ଯିବାପରେ ଘଟଣା ସମ୍ପର୍କରେ ବାପା ମା\’ ଙ୍କୁ ଜଣାଇଥିଲେ । ଗୁରୁବାର ସକାଳୁ ପରିବାର ଲୋକେ ଛାତ୍ରୀକୁ ନେଇ ବୁଡାଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇବା ପରେ ସ୍କୁଲରେ ପହଁଚିଥିଲେ ।
କିନ୍ତୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ବେହେରା ଅନୁପସ୍ଥିତ ଥିବା ବେଳେ ଛାତ୍ରୀଙ୍କୁ ମାଡ଼ ଘଟଣାକୁ ନେଇ ଉଭୟ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଛି ‌।
ଘଟଣାକୁ ନେଇ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ମାଡ଼ ମାରିଥିବା ଘଟଣାକୁ ସ୍ବୀକାର କରିଛନ୍ତି ଖେଳ ଶିକ୍ଷକ ରୋହିତ କୁମାର ଗୌଡ଼ । ସେପଟେ ଏକଥା ଦିନକର ନୁହେଁ, ବିଭିନ୍ନ ସମୟରେ ଆମକୁ ବିଦ୍ୟାଳୟର କିଛି ଶିକ୍ଷକ ଶିକ୍ଷୟତ୍ରୀ ଏଭଳି ମାଡ଼ ମାରିବା ସହ ଗାଳିଗୁଲଜ କରୁଥିବା କହିଛନ୍ତି ଛାତ୍ରୀ ।
ଅନ୍ୟପଟେ ବାରମ୍ବାର ଆମ ପିଲାମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଛନ୍ତି ବିଦ୍ୟାଳୟର କିଛି ଶିକ୍ଷକ, ଶିକ୍ଷୟତ୍ରୀ ଏଣୁ ଏହି ବିଶ୍ଵବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣ ଓ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏଣୁ ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ସମ୍ପୃକ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ ମାନଙ୍କ ତରଫରୁ ଦାବୀ ହେଉଛି ।
ବାଲିଗୁଡା କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ଲଟା ବୁଦାରେ ପରିପୂର୍ଣ୍ଣ : ଭଙ୍ଗାରୁଜା ଅବସ୍ଥାରେ ଘାଇ, ଚିନ୍ତାରେ ଚାଷୀ
ବାଲିଗୁଡା, ୧୨/୯ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ୍ଷୁଦ୍ର ଜଳସେଚନ ଉପ-ବିଭାଜନ ଅଧିନରେ ବାଲିଗୁଡା ବ୍ଲକ ସମେତ ତୁମୁଡିବନ୍ଧ, କୋଟଗଡ ଓ କ.ନୂଆଗାଁ ଅଞ୍ଚଳରେ ଥିବା ଘାଇ ଗୁଡ଼ିକର ରକ୍ଷଣା ବେକ୍ଷଣ ଅଭାବରୁ ଭଙ୍ଗାରୁଜା ଅବସ୍ଥାରେ ରହିଥିରବାରୁ ଜଳସେଚନ ବାଧାପ୍ରାପ୍ତ ହେଉଥିବା ବିଷୟ ଚାଷୀ ମାନେ ଅଭିଯୋଗ କରି ଚିନ୍ତାରେ ରହିଛନ୍ତି ।
ଏହି କାର୍ଯ୍ୟାଳୟ ଅଧୀନରେ ରହିଛି ୧୨ଟି ଘାଇ । କିନ୍ତୁ ଘାଇ ଗୁଡ଼ିକର ନିୟମିତ ରକ୍ଷଣା ବେକ୍ଷଣ ଅଭାବରୁ ବାଲିଗୁଡା ବ୍ଲକ ଲଣ୍ଡାଗାଁ ପଞ୍ଚାୟତର ଚାଙ୍ଗୁଡୁବାଲି ଓ ବାଲିଗୁଡା ସହରରେ ଥିବା ଜାପିମାସ୍କା ଘାଇ ଭଗ୍ନ ଅବସ୍ଥାରେ ରହିଛି । କେନାଲ ସାହାଯ୍ୟରେ ଜଳସେଚନ ହୋଇପାରୁନି ।
ସେହିଭଳି ଚାଙ୍ଗୁରବାଲି ଘାଇରେ ମଧ୍ୟ କେନାଲ ଭାଙ୍ଗି ରାସ୍ତା ଉପରେ ପାଣି ଯାଉଛି । ତୁମୁଡିବନ୍ଧ ବ୍ଲକ ଲାଲିଆଚଞ୍ଚୁଡ ଘାଇ ଟିର କାମ ଅଧାପନ୍ତରିଆ ଅବସ୍ଥା ରହିଥି।ବା ବେଳେ କୋଟଗଡ ବ୍ଲକରେ ମଧ୍ୟ ଗୋଟିଏ ଘାଇର ରକ୍ଷଣାବେକ୍ଷଣ ଅଭାବରୁ ଅତି ଶୋଚନୀୟ ଅବସ୍ଥାରେ ପଡିରହିଛି।
କ.ନୂଆଗାଁ ବ୍ଲକରେ ବିଲାବାଡି, ଗୁଇବନ୍ଧା ,ଫୁଜିବାଡି, କଟାରୀ, ସାରଙ୍ଗଡ ଓ ସିର୍ତିଗୁଡା ଗ୍ରାମର ୭ଟି ଘାଇ ରହିଛି। ସମସ୍ତ ଘାଇ ଗୁଡିକର ରକ୍ଷଣା ବେକ୍ଷଣ ଅଭାବରୁ ଭଗ୍ନ ଅବସ୍ଥାରେ ରହିଥିବାରୁ ବିଲକୁ କେନାଲ ସାହାଯ୍ୟରେ ପାଣି ଯାଇପାରୁନାହିଁ । ଫଳରେ ଚାଷକାର୍ଯ୍ୟରେ ବାଧା ଉପୁଜୁଛି ।
ନିୟମିତ ପାଣି ମିଳୁନଥିବାରୁ ବାଲିଗୁଡା ଉପଖଣ୍ଡ ଅଞ୍ଚଳର ଚାଷୀ ମାନେ ବାଧ୍ୟ ହୋଇ କେବଳ ବର୍ଷା ଦିନିଆ ଚାଷ କରୁଛନ୍ତି । ବାଲିଗୁଡା କ୍ଷୁଦ୍ର ଜଳସେଚନ ଉପବିଭାଜନ, ସହକାରୀ ଯନ୍ତ୍ରୀ କାର୍ଯ୍ୟାଳୟ ପରିସର ଲଟାବୁଦା ହୋଇ ଭୁତକୋଠି ପାଲଟି ଯାଇଛି । ଏକାଧିକ କର୍ମଚାରୀ ମାନଙ୍କର ବାସଭବନ ଗୁଡିକ ଭଗ୍ନ ଅବସ୍ଥାରେ ରହିଛି ।
ଏହି ଦାୟିତ୍ବରେ ଥିବା ବଲାଙ୍ଗୀର ସହକାରୀ ଯନ୍ତ୍ରୀ ମହେନ୍ଦ୍ର ଶତପଥୀ ଙ୍କୁ ପଚାରିବାରୁ ସେ କହିଛନ୍ତି ଆମେ ମାର୍ଚ୍ଚ ମାସ ପୂର୍ବରୁ ସମସ୍ତ ଘାଇର ପୁନଃରୁଦ୍ଧାର ପାଇଁ ଖର୍ଚ୍ଚ ଆକଳନ କରି ଉଚ୍ଚ ଅଧିକାରୀଙ୍କ ନିକଟକୁ ପଠାଇଛୁ । ତାହା ମଞ୍ଜୁର ହୋଇ ଆସିଲେ କାର୍ଯ୍ୟ ଆରମ୍ଭ ହେବ । ଅନ୍ୟପଟେ ଘାଇ ଗୁଡ଼ିକର ଶୀଘ୍ର ପୁନରୁଦ୍ଧାର କରି କେନାଲ ସାହାଯ୍ୟରେ ଜମିକୁ ଜଳଯୋଗାଣ କରିବାକୁ ଚାଷୀ ମହଲରୁ ପ୍ରବଳ ଦାବି ହେଉଛି ।
ତିନି ଦୁର୍ବୁତ୍ତ ବାଇକ୍ ରେ ଆସି ଯୁବକଙ୍କ ଠାରୁ ଛଡ଼ାଇ ନେଲେ ଦୁଇଟି ମୋବାଇଲ୍
ବାଲିଗୁଡ଼ା, ୧୨/୯ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ସମେତ ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟ୍, ଡକାୟତି,ଚୋରି ବଢ଼ିବାରେ ଲାଗିଛି । ଘଟଣାକୁ ନେଇ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ପୁଣି ଏକ ଲୁଟ୍ ଘଟଣା ସାମ୍ନାକୁ ଆସିଛି ।
ଫୁଟବଲ୍ ଖେଳି ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ତିନିଜଣ ଦୁର୍ବୃତ୍ତ ମୋଟରସାଇକେଲରେ ଆସି ଯୁବକଙ୍କ ଠାରୁ ଦୁଇଟି ମୋବାଇଲ୍ ଫୋନ୍ ଲୁଟି ନେଇଥିବା ନେଇ ବାଲିଗୁଡା ଥାନାରେ ବୁଧବାର ଅଭିଯୋଗ ହୋଇଛି ।
ପ୍ରକାଶ ଯେ, ବାଲିଗୁଡ଼ା ଥାନା ଅର୍ନ୍ତଗତ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟି ଗ୍ରାମର ଲମ୍ବୋଦର ମାଳିକ ଚଳିତ ମାସ ୫ତାରିଖ ସନ୍ଧ୍ୟାରେ ସଲଗପଦରରୁ ଫୁଟବଲ୍ ଖେଳି ନିଜ ଗାଁ ମାଣିକୁଟି କୁ ଯିବାବେଳେ ହଠାତ୍ ତିନିଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ଲମ୍ବୋଦରଙ୍କୁ ଧମକାଇବା ସହ ତାଙ୍କଠାରୁ ଦୁଇଟି ମୋବାଇଲ୍ ଛଡ଼ାଇ ନେଇଥିଲେ ।
କିନ୍ତୁ ଭୟଭୀତ ହୋଇ ରହିବା ପରେ ପରିବାର ଲୋକଙ୍କ ପରାମର୍ଶ କ୍ରମେ ଏନେଇ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଅଭିଯୋଗ ପ୍ରକାରେ ବାଲିଗୁଡ଼ା ଥାନା କେସ୍ ନଂ -୨୧୧/୨୦୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।
ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର
ବାଲିଗୁଡ଼ା ୧୨/୯ : ଭାରସାମ୍ୟ ହରାଇ ମର ସାଇକେଲ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ମୋଟର ସାଇକେଲ ଆରୋହୀ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି ।
ଆହତ ଯୁବକ ଜଣକ କୋଟଗଡ଼ ଥାନା ଅନ୍ତର୍ଗତ ମାର୍ଲାଙ୍ଗା ପଞ୍ଚାୟତର ବାଡେସ୍ ଗ୍ରାମର ରୋହନ ବେହେରା ମାଝୀ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ମଙ୍ଗଳବାର ରୋହନ୍ କୌଣସି କାମରେ ବାଲିଗୁଡ଼ା ଆସିଥିଲେ କାମ ସାରି ରାତିରେ ଗାଁ କୁ ଫେରିବା ବେଳେ କୁର୍ତ୍ତମଗଡ଼ ନିକଟରେ ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଦୁର୍ଘଟଣାରେ ରୋହନ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ବୁଧବାର ଡାକ୍ତର ତାଙ୍କୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି ।
ଜଙ୍ଗଲ ପାଲଟିଛି ଗଞ୍ଜେଇ ବେପାରୀଙ୍କ ନିରାପଦ ସ୍ଥାନ : ପାଟ୍ରୋଲିଂ ବେଳେ ୪ ବସ୍ତା ଗଞ୍ଜେଇ ଜବତ କଲା ପୋଲିସ
ବାଲିଗୁଡା, ୧୨/୯ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କୁମ୍ଭାରୀଗାଁ ପଞ୍ଚାୟତ ପାଡ଼ିକିଆ ଜଙ୍ଗଲରୁ ଗଞ୍ଜେଇ ଭର୍ତ୍ତି ବସ୍ତାକୁ ପୋଲିସ ଜବତ କରିଛି। ଗଞ୍ଜେଇର ଓଜନ ୧୩୫ କେଜି ବୋଲି ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚିରଞ୍ଜୀବ ବେହେରା କହିଛନ୍ତି।
ପ୍ରକାଶ ଯେ, ଉକ୍ତ ଜଙ୍ଗଲରେ ପରିତ୍ୟକ୍ତ ଅବସ୍ଥାରେ ୪ଟି ପ୍ଲାଷ୍ଟିକ୍ ବସ୍ତାରେ ଗଞ୍ଜେଇ ଭର୍ତ୍ତି କରି କୌଣସି ସ୍ଥାନକୁ ବିକ୍ରି ପାଇଁ ପଠାଯିବାକୁ କେହି ଦୁର୍ବୃତ୍ତ ରଖିଥିବା ପୋଲିସକୁ ଖବର ପହଞ୍ଚିଥିଲା।
ଖବର ପାଇ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚିରଞ୍ଜୀବ ବେହେରା, ସବ୍‌ଇନ୍ସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି, ହୋମଗାର୍ଡ ସୁରେଶ ମଳିକ, ଜିତେନ୍ଦ୍ର ରାଜଗୁରୁ ସଦଳବଳ ଉକ୍ତ ଜଙ୍ଗଲରେ ପହଞ୍ଚି ଗଞ୍ଜେଇ ଭର୍ତ୍ତି ବସ୍ତା ଜବତ କରିଥିଲେ।
ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ପୋଲିସ କହିଛି।
ଏତେ ସଂଖ୍ୟା ଓ ଲକ୍ଷାଧିକ ତାଙ୍କର ଗଞ୍ଜେଇ ଜିଲା ତଥା ରାଜ୍ୟ ବାହାରକୁ ଚାଲାଣ ପାଇଁ ଦୁର୍ବୃତ୍ତମାନେ ଗଞ୍ଜେଇ ଚାଷରୁ ଅମଳ କରି ଏକାଠି ରଖିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରିବା ସହ ଉକ୍ତ ଅଞ୍ଚଳରେ ଏହା ଚାଷ ହେଉଛି ନା ଅନ୍ୟ କେଉଁ ଜଙ୍ଗଲରୁ ଅମଳ ପରେ ଆଣି ଏଠି ରଖାଯାଇଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
ଏନେଇ ଥାନାରେ କେଶ ନଂ.୧୧୮/୨୪ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଛି ବୋଲି ପୋଲିସ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30