Indus Valley Times

ଦଶପଲ୍ଲା ଏନ୍‌ଏସି ର ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କଲେ ବିଧାୟକ ରମେଶ ଚନ୍ଦ୍ର ବେହେରା

 Breaking News

ଦଶପଲ୍ଲା ଏନ୍‌ଏସି ର ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କଲେ ବିଧାୟକ ରମେଶ ଚନ୍ଦ୍ର ବେହେରା

August 09
21:55 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ଦଶପଲ୍ଲା,୯/୮:ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଦଶପଲ୍ଲା ଏନ୍ ଏ ସି ର ବିଭିନ୍ନ କାର‌୍ୟ୍ୟ ର ସମୀକ୍ଷା କରିଛନ୍ତି।ଦଶପଲ୍ଲା ଏନ୍ ଏ ସି ର ୧୧ ଟି ୱାର୍ଡ ରେ ଆମୋଦ ପ୍ରମୋଦ ପାଇଁ ଏକ ମିନି ପାର୍କ ଖୁବ୍ ଶୀଘ୍ର ନିର୍ମାଣ କରାଯିବା ଉପରେ ଗୁରୁତ୍ୱାରୋପ ବିଧାୟକ ରମେଶ ଚନ୍ଦ୍ର ବେହେରା କରିବା ସହ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସହ ରାସନ୍ ବଣ୍ଟନ କାର‌୍ୟ୍ୟ ର ସମୀକ୍ଷା କରିଥିଲେ।ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଯେପରି ହିତାଧିକାରୀ ଗୃହ କରିବାରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଏବଂ ପ୍ରତ୍ୟେକ ହିତାଧିକାରୀ ଯେପରି ରାସନ୍ ସାମଗ୍ରୀ ପାଇବାରେ କୌଣସି ଅସୁବିଧା ନ ହୁଏ ସେଥିପ୍ରତି ବିଧାୟକ ଶ୍ରୀ ବେହେରା ଗୁରୁତ୍ୱାରୋପ କରିବା ସହ ପରାମର୍ଶ ଦେଇଥିଲେ।ବିଧାୟକ ସମୀକ୍ଷା କରିବା ସମୟରେ ଉପଜିଲ୍ଲାପାଳ ଲଗ୍ନ ଜିତ୍ ରାଉତ ,ଏନ୍ ଏ ସି କାର‌୍ୟ୍ୟ ନିର୍ବାହୀ ଅଧିକାରୀ ତଥା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031