Indus Valley Times

ଦଶପଲ୍ଲା ଓ ନୂଆଗାଁ ବ୍ଲକ୍ ର ବିଭିନ୍ନ ସ୍ଥାନରେ ସ୍ଵତନ୍ତ୍ର ସ୍କ୍ୱାର୍ଡ ର ଚଢ଼ାଉ

 Breaking News

ଦଶପଲ୍ଲା ଓ ନୂଆଗାଁ ବ୍ଲକ୍ ର ବିଭିନ୍ନ ସ୍ଥାନରେ ସ୍ଵତନ୍ତ୍ର ସ୍କ୍ୱାର୍ଡ ର ଚଢ଼ାଉ

ଦଶପଲ୍ଲା ଓ ନୂଆଗାଁ ବ୍ଲକ୍ ର ବିଭିନ୍ନ ସ୍ଥାନରେ ସ୍ଵତନ୍ତ୍ର ସ୍କ୍ୱାର୍ଡ ର ଚଢ଼ାଉ
July 10
20:01 2020

ଦଶପଲ୍ଲା,୧୦/୭ : ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ନୟାଗଡ ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦୁଇ ଶହ ଅତିକ୍ରମ କରିଛି। ଲୋକମାନଙ୍କୁ କରୋନା ସଂକ୍ରମଣ ରୁ ସୁରକ୍ଷିତ ରଖିବା ,ସାମାଜିକ ଦୁରତ୍ଵ ବଜାୟ ରଖିବା,ମାସ୍କ ବ୍ୟବହାର ଉପରେ ଗୁରୁତ୍ବ ଦେବା ଏବଂ ଲୋକମାନେ କିପରି କରୋନା ସମ୍ପର୍କିତ ନୀତି ନିୟମ ପାଳନ କରିବେ ଆଦି ଉଦ୍ଦେଶ୍ୟ ନେଇ ନୟାଗଡ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିବା ସ୍ଵତନ୍ତ୍ର ଟିମ୍ ନୂଆଗାଁ ବ୍ଲକ୍ ର ମହିପୁର ବଜାର ଓ ନୂଆଗାଁ ବଜାର ରେ ପହଞ୍ଚି ଫାଷ୍ଟ୍ ଫୁଡ୍ ଓ ପରିବା ଦୋକାନରେ ଗହଳି ଥିବା ଦେଖି ତାଗିଦ୍ କରିବା ସହ ମାସ୍କ ପିନ୍ଧି ନ ଥିବାରୁ ପାଞ୍ଚଶହ ଟଙ୍କା ଲେଖାଏଁ ଆଦାୟ କରିଥିଲେ। ଏହା ସହ ହୋଟେଲ୍ ମାମା ଠାରୁ ପାଞ୍ଚ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ। ସେହିପରି ଭାବେ ଦଶପଲ୍ଲା ହାଟ ରେ ମଧ୍ୟ ସ୍ଵତନ୍ତ୍ର ଟିମ୍ ଚଢାଉ କରିଥିଲା।ଏହି ଚଢାଉ ଉପଜିଲ୍ଲାପାଳ ଲଗ୍ନ ଜିତ୍ ରାଉତ ଏବଂ ସ୍ଵତନ୍ତ୍ର ସ୍କ୍ୱାର୍ଡ ଟିମ୍ ଲିଡର ଏଏସ ଆଇ ଧର୍ମେନ୍ଦ୍ର ସିଆଳ ଙ୍କ ଦ୍ଵାରା ହୋଇଥିଲା। ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପରିସ୍ଥିତି ନିୟନ୍ତ୍ରଣ ହେବା ସହ ଏହି ସ୍କ୍ୱାର୍ଡ ଟିମ୍ ଦ୍ଵାରା ଅମାନିଆ ସାବାଡ୍ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031