ଦଶପଲ୍ଲା ବିଧାୟକ ଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପଦାନ
October 27
21:36
2020
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ଦଶପଲ୍ଲା,୨୭/୧୦ : ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କରୋନା ଆକ୍ରାନ୍ତ ହେବା ପରେ ନିଜେ ସୋସିଆଲ ସାଇଟ୍ ରେ ସୂଚନା ଦେଇଥିଲେ। ବିଧାୟକ କରୋନା ଆକ୍ରାନ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଶପଲ୍ଲା ବିଧାୟକ ଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।ଦଶପଲ୍ଲା ବିଧାୟକ ଙ୍କ ଆଶୁ ଆରୋଗ୍ୟ କାମନା କରି ଦଶପଲ୍ଲା ଶ୍ରୀ ସିଦ୍ଧ ମହାବୀର ଙ୍କ ପୀଠରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ,ବ୍ଲକ୍ ବିଜେଡ଼ି ସଭାପତି ,ବରିଷ୍ଠ ବିଜେଡ଼ି କର୍ମୀ,ଶୁଭେଚ୍ଛୁ ସମୂହ ଦୀପଦାନ କରିବା ସହିତ ବିଶ୍ୱକୁ କରୋନା ମୁକ୍ତି ପାଇଁ ପ୍ରାର୍ଥନା କରିଥିଲେ।ସେହିପରି ଭାବେ ନୂଆଗାଁ ବ୍ଲକ୍ ମାଳିସାହି ପଞ୍ଚାୟତ ର ସମିତି ସଭ୍ୟ ଦୀପକ କୁମାର ପ୍ରଧାନ ,ଯୁବ ଓ ବରିଷ୍ଠ ବିଜେଡ଼ି କର୍ମୀ ,ସଂଗଠକ ରାଜଗିରି ମହାବୀର ପୀଠ ଓ ଦେଉଳି ଗ୍ରାମ ଶ୍ରୀ ଶନି ଦେବ ଙ୍କ ପୀଠରେ ବିଧାୟକ ଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ କରିଥିଲେ।