Indus Valley Times

ଦଶପଲ୍ଲା ବିଧାୟକ ଙ୍କ ଦ୍ଵାରା ରକ୍ତଦାନ ଶିବିର ସହ କୋଠଘର ଏବଂ ସାଂସ୍କୃତିକ ମଣ୍ଡପ ଉଦ୍ଘାଟିତ

 Breaking News

ଦଶପଲ୍ଲା ବିଧାୟକ ଙ୍କ ଦ୍ଵାରା ରକ୍ତଦାନ ଶିବିର ସହ କୋଠଘର ଏବଂ ସାଂସ୍କୃତିକ ମଣ୍ଡପ ଉଦ୍ଘାଟିତ

August 08
20:40 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୂଆଗାଁ,୮/୮: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖଣ୍ତୁଗାଁ ପଞ୍ଚାୟତ ବିଜୁ ଜନତା ଦଳ ତରଫରୁ ଖଣ୍ଡୁଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଜୀବନ ବିନ୍ଦୁ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର କୁ ଉଦ୍ଘାଟନ କରିଥିଲେ। କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ରକ୍ତ ଅଭାବ ଦୂରୀକରଣ ପାଇଁ ଏହି କାର‌୍ୟ୍ୟକ୍ରମ ଏକ ଗୁରୁତ୍ବ ପୂର୍ଣ୍ଣ ବୋଲି ବିଧାୟକ ଶ୍ରୀ ବେହେରା କହିବା ସହିତ ରକ୍ତଦାନ ପାଇଁ ଯୁବକ ମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଉତ୍ସାହ ଓ ଆଗ୍ରହ ମନୋବୃତ୍ତିକୁ ପ୍ରଶଂସା କରିଥିଲେ।ତତ୍ ସହିତ ରକ୍ତଦାନ ଏକ ମହତ୍ କାର୍ଯ୍ୟ ବୋଲି କହିଥିଲେ।


ଅନୁଷ୍ଠିତ ହୋଇଥିବା ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ରେ ୩୮ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଖଣ୍ଡୁଗାଁ ପୋଖରୀ ସାହି ଥରେ ଥିବା ଦୀର୍ଘ ୨୦ ବର୍ଷ ଧରି ଅଧପନ୍ତରିଆ ଭାବେ ପଡି ରହିଥିବା କୋଠଘର ବିଧାୟକ ଙ୍କ ପ୍ରଚେଷ୍ଟା ଓ ସ୍ଥାନୀୟ ସମିତି ସଭ୍ୟ ଙ୍କ ସହଯୋଗରେ ପୂର୍ଣ୍ଣାଙ୍ଗ ହୋଇଥିଲା।
ଦୀର୍ଘ ବର୍ଷ ଧରି ପୋଖରୀ ସାହି ବାସିନ୍ଦା ଙ୍କ ଆଶା ଆକାଂକ୍ଷା ପୂରଣ କରି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କୋଠଘର କୁ ଉଦ୍ଘାଟନ କରିଥିଲେ।ସେହିପରି ଭାବେ ବିଧାୟକ ଶ୍ରୀ ବେହେରା ଗୋଳ ଗୋଳା ଗ୍ରାମ ଉପର ସାହି ଠାରେ ଥିବା କାଲବାଇ ସାଂସ୍କୃତିକ ମଣ୍ଡପ,ଏବଂ ଖଣ୍ଡୁଗାଁ ରଘୁନାଥ ସାଂସ୍କୃତିକ ମଣ୍ଡପ କୁ ଉଦ୍ଘାଟନ କରିଥିଲେ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନୂଆଗାଁ ବ୍ଳକ ଅଧ୍ୟକ୍ଷ ଅନ୍ତର‌୍ୟ୍ୟାମୀ ସ୍ୱାଇଁ,ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ,ବିଜେଡ଼ି ସଭାପତି ସନାତନ ସାମଲ,ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମଳିକ,ସମିତି ସଭ୍ୟ ରାଜ କିଶୋର ପ୍ରଧାନ,ସମାଜ ସେବୀ ଦାମୋଦର ସାହୁ,ଯୁବ ସଂଗଠକ ସଞ୍ଜୀବ କୁମାର ସାହୁ,ଯୁଗଳ କିଶୋର ସାହୁ,ଜିତେନ୍ଦ୍ର ସାହୁ,ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳ ବେହେରା,ବରିଷ୍ଠ ବିଜେଡ଼ି କର୍ମୀ ଦୀପକ କୁମାର ଦାଶ ,ସୁରେଶ ମହାପାତ୍ର ,ଅନ୍ତର‌୍ୟ୍ୟାମୀ ମହାପାତ୍ର ,ୱାର୍ଡ ସଭ୍ୟ ତ୍ରିନାଥ ପାଳ , ବୟ ଜୈଷ୍ଠ ବ୍ୟକ୍ତି ମୃତ୍ୟୁଞ୍ଜୟ ମହାପାତ୍ର,ବୈକୁଣ୍ଠ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031