Indus Valley Times

ଦଶପଲ୍ଲା ବିଧାୟକ ଙ୍କ ଦ୍ଵାରା ଜଳ ବିଭାଜିକା ପ୍ରକଳ୍ପ ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ

 Breaking News

ଦଶପଲ୍ଲା ବିଧାୟକ ଙ୍କ ଦ୍ଵାରା ଜଳ ବିଭାଜିକା ପ୍ରକଳ୍ପ ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ

December 01
21:14 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ଦଶପଲ୍ଲା,୧/୧୨: ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଖମାର ସାହି ପଞ୍ଚାୟତ ଅଧୀନରେ ଥିବା ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ଭୀମରା ଠାରେ ଜଳ ବିଭାଜିକା ପ୍ରକଳ୍ପ ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଜଳ ବିଭାଜିକା ପ୍ରକଳ୍ପ ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।ବିଧାୟକ ଙ୍କ ସହିତ ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ,ଉପାଧ୍ୟକ୍ଷ ବସନ୍ତ କୁମାର ସାହୁ,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ, ସ୍ଥାନୀୟ ସରପଞ୍ଚ ,ସମିତି ସଭ୍ୟ ଏବଂ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ଥିଲେ। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଯୋଗୁଁ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ଭୀମରା ଠାରେ ଜଳ ବିଭାଜିକା ପ୍ରକଳ୍ପ ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇପାରିଥିବା ରୁ ଅଞ୍ଚଳ ବାସୀ ଦଶପଲ୍ଲା ବିଧାୟକ ଙ୍କ କାର‌୍ୟ୍ୟ କୁ ପ୍ରଶଂସା କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031