Indus Valley Times

ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ବୀର ସହିଦ ଙ୍କ ଗ୍ରାମର ପାନୀୟ ଜଳ ସମସ୍ୟା ଦୂରୀକରଣ

 Breaking News

ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ବୀର ସହିଦ ଙ୍କ ଗ୍ରାମର ପାନୀୟ ଜଳ ସମସ୍ୟା ଦୂରୀକରଣ

October 11
23:42 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୧୧/୧୦: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ବିଭିନ୍ନ ସମସ୍ୟା ଦୂରୀକରଣ ଉପରେ ଅହରହ ପ୍ରଚେଷ୍ଟା ଜାରି ରଖି ଥିବା ଯୋଗୁଁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଦଶପଲ୍ଲା ବିଧାୟକ ଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୁଶ ବିଡା ଗ୍ରାମ ଯାହାକି ସ୍ଵାଧୀନତା ସଂଗ୍ରାମୀ ବୀର ସହିଦ କଷ୍ଟିଡ଼ାକୁଆ ଙ୍କ ପବିତ୍ର ଜନ୍ମସ୍ଥାନ ରେ ବହୁ ବର୍ଷ ଧରି ପାନୀୟ ଜଳ ର ସମସ୍ୟା ଲାଗିରହିଥିଲା।ଏହି ସମସ୍ୟା କୁ ଗଭୀର ଭାବେ ହୃଦୟଙ୍ଗମ କରିଥିଲେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ।

ପରିଶେଷରେ ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ଗ୍ରାମରେ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ନିର୍ମିତ ହୋଇପାରିଥିଲା। ବୀର ସହିଦ କଷ୍ଟିଡ଼ାକୁଆଙ୍କ ବଳିଦାନ ଦିବସ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ କୁ ଉଦ୍ଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଅନ୍ତର‌୍ୟ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସ ମଲ,ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା, ଡ଼. ବନମାଳୀ ପ୍ରଧାନ ,ବିଜେଡ଼ି ସଭାପତି ସନାତନ ସାମଲ,ସ୍ଥାନୀୟ ସରପଞ୍ଚ ତ୍ରିଲୋଚନ ସାହୁ,ସମିତି ସଭ୍ୟ ଙ୍କ ପ୍ରତିନିଧି ପାଣୁ ଚରଣ ଖଣ୍ଡୁଆଳ,ନୂଆଗାଁ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ,ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳ ବେହେରା ପ୍ରମୁଖ ଯୋଗଦେଇଥିଲେ। ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ଦୀର୍ଘ ବର୍ଷ ଧରି ଗ୍ରାମରେ ଲାଗିରହିଥିବା ପାନୀୟ ଜଳ ସମସ୍ୟା ଦୂରୀକରଣ ହୋଇ ପାରିଥିବାରୁ ଗ୍ରାମବାସୀ ବିଧାୟକ ଙ୍କୁ ପ୍ରଶଂସା କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031