Indus Valley Times

ଦଶପଲ୍ଲା : ୬୮ ବର୍ଷୀୟ ବୃଦ୍ଧ ବ୍ୟକ୍ତି ନିଖୋଜ,ପରିବାରରେ ହତାଶ ର ଛାୟା

 Breaking News

ଦଶପଲ୍ଲା : ୬୮ ବର୍ଷୀୟ ବୃଦ୍ଧ ବ୍ୟକ୍ତି ନିଖୋଜ,ପରିବାରରେ ହତାଶ ର ଛାୟା

August 02
19:47 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୟାଗଡ,୮/୨: ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଦ୍ୱାର ଗାଁ ଗ୍ରାମର ୬୮ ବର୍ଷୀୟ ବୃଦ୍ଧ ବ୍ୟକ୍ତି ତ୍ରିନାଥ ମହାରଣା ଆଜକୁ ୧୫ ଦିନ ହେବ ନିଖୋଜ ଅଛନ୍ତି।ନିଖୋଜ ଥିବା ବୃଦ୍ଧ ବ୍ୟକ୍ତି ତ୍ରିନାଥ ମହାରଣା ମାନସିକ ରୋଗଗ୍ରସ୍ତ ଯୋଗୁଁ କେତେବେଳେ କେଉଁ କାର‌୍ୟ୍ୟ କରନ୍ତି,କେଉଁ ଆଡେ ଯାଆ ନ୍ତି ଜାଣିପାରି ନଥାନ୍ତି।ବୃଦ୍ଧ ବ୍ୟକ୍ତି ଙ୍କ ଏକ ମାତ୍ର ପୁତ୍ର ପବିତ୍ର କୁମାର ମହାରଣା ୧୫ ଦିନ ପୂର୍ବେ କୃଷି କାର‌୍ୟ୍ୟ ପାଇଁ କୃଷି ଜମିକୁ ଯାଇ କୃଷି କାର‌୍ୟ୍ୟ ସାରି ଘରକୁ ଆସି ଦେଖନ୍ତି ତ ତାଙ୍କ ବାପା ଘରେ ନାହାନ୍ତି।ପଡୋଶୀ ,ଏବଂ ଗ୍ରାମର କିଛି ଲୋକ ମାନଙ୍କୁ ପଚାରିବାରୁ ତାଙ୍କ ବାପା ଙ୍କୁ ଦେଖିନାହାନ୍ତି ବୋଲି ଲୋକମାନେ ପ୍ରକାଶ କରିବା ପରେ ସମ୍ପର୍କୀୟ,ଆଖପାଖ ଅଞ୍ଚଳ ଏପରିକି ଦଶପଲ୍ଲା ବ୍ଲକ୍ ର ବିଭିନ୍ନ ସ୍ଥାନ ଖୋଜା ଖୋଜି କରିସାରିବା ପରେ ବୃଦ୍ଧ ବାପା ଙ୍କ ପତ୍ତା ମିଳିନାହିଁ ପବିତ୍ର ଙ୍କୁ।କିଛି ବର୍ଷ ପୂର୍ବେ ମା ଙ୍କୁ ହରାଇ ଥିବା ପବିତ୍ର ବାପା ଙ୍କ ନିଖୋଜ ରେ ଭାଙ୍ଗିପଡ଼ି ଛନ୍ତି।ଦଶପଲ୍ଲା ଥାନା ଅଧିକାରୀ ଏବଂ କିଛି ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଯୋଗୁଁ ଥାନା ଭିତରକୁ ପ୍ରବେଶ ନିଷେଧ କରାଯାଇଥିବା ଯୋଗୁଁ ଥାନା ରେ ଅଭିଯୋଗ କରିପାରିନାହାନ୍ତି।ତେଣୁ ସେ ଗଣ ମାଧ୍ୟମର ଆଶ୍ରୟ ନେଇଛନ୍ତି।କୌଣସି ବ୍ୟକ୍ତି ଯଦି ନିଖୋଜ ବୃଦ୍ଧ ବ୍ୟକ୍ତି ତ୍ରିନାଥ ମହାରଣା ଙ୍କ ସନ୍ଧାନ ପାଏ ତେବେ ୮୯୧୭୨୧୪୨୭୯ ରେ ଯୋଗା ଯୋଗ କରିବା ପାଇଁ ତାଙ୍କ ପୁତ୍ର ପବିତ୍ର ନିବେଦନ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031