Indus Valley Times

ଦସ କୁଇଣ୍ଟାଲ ଏକାଅସି କିଲ ଚାଉଳର ହିସାବ ଦେଇପାରୁ ନାହାନ୍ତି ପ୍ରଧାନଶିକ୍ଷକ

 Breaking News

ଦସ କୁଇଣ୍ଟାଲ ଏକାଅସି କିଲ ଚାଉଳର ହିସାବ ଦେଇପାରୁ ନାହାନ୍ତି ପ୍ରଧାନଶିକ୍ଷକ

August 12
16:17 2020

ପ୍ରଦିପ୍ତ କୁମାର ସାହୁ ନୂଆଗାଁ

ନୟାଗଡ଼/ ନୂଆଗାଁ,୧୨/୮:  ସାରା ବିଶ୍ବରେ କୋରନା ମହାମାରୀ ଗ୍ରାସ କରିଥୀବା ବେଳେ ସାଧାରଣ ଲୋକ ବହୁ ଦୁଃଖ କଷ୍ଟ ସହି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ବେଳେ କିଛି ସରକାରୀ ବାବୁଙ୍କ ମୋଟା ଅଙ୍କର ଦରମା ଉଠାଉଥୀବା ବେଳେ ତଥାପି ଲୋଭ ଛାଡୁନାହାନ୍ତି କିଛି ସରକାରୀ ବାବୁ।   ଏମିତି ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବେରୁଆବାରି ପଂଚାୟତର ଦୁର୍ଗା ମାଧବ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ।

ସରକାର ପିଲାମାନଙ୍କର ସ୍ୱାସ୍ଥ୍ୟ କୁ ଗୁରୁତ୍ୱ ଦେଇ ବିଦ୍ୟାଳୟ କୁ ଛୁଟି ଘୋଷଣା କରିଥିଲେ ସେହି ସମୟରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ବଳକା ଥିବା ଚାଉଳ ହିସାବ କମିଟି ଉପସ୍ଥିତି ରେ ସିଆର୍‌ସି ଙ୍କୁ ୧୭ କୁଇଣ୍ଟାଲ ୮୧ କିଲେ ଚାଉଳ  ବଳକା ଥିବା ହିସାବ ଦେଇଥୀଲେ

କିନ୍ତୁ ସରକାରଙ୍କ ନିୟମ ଅନୁସାରେ ପ୍ରତି ପିଲାଙ୍କୁ ଚାଉଳ ବଣ୍ଟନ କରିବା ପାଇଁ ନିର୍ଦ୍ଦେଶ ଆସିବାପରେ ପ୍ରଧାନ ଶିକ୍ଷକ ପିଲାଙ୍କୁ ଓ ଅଭିଭାବକ ଙ୍କୁ

ଚାଉଳ ନେବାପାଇଁ ଡାକିଥୀଲେ କିଛି ପିଲାଙ୍କୁ ଦେବାପରେ ଚାଉଳ ସରିଯାଇଥୀଲା ଖବରପାଇ କମିଟି ମେମ୍ବର ସହ ସଭାପତି ଭବାନି ପ୍ରସାଦ ଦେଓ ପହଂଚି ଥୀଲେ ହିସାବ କଲାବେଳକୁ ଚାଉଳ  ଦସ କୁଇଣ୍ଟାଲ ଏକାଅସି କିଲ ପାଖାପାଖି ସଟେଜ ହେଉଛି  ସଭାପତି  ସିଆର୍‌ସି ଙ୍କୁ ଡାକିଥୀଲେ

ଚାବି ହିସାବ ସବୁ ପ୍ରଧାନ ଶିକ୍ଷକ ଙ୍କ ପାଖରେ ଥୀବାବେଳେ କମିଲା କେମିତି ପଚାରିଥୀଲେ କିନ୍ତୁ ପ୍ରଧାନ ଶିକ୍ଷକ ଭିକାରି ଚରଣ ସେଠୀ କିଛି

ଜାଣି ହେଉନି କହିଥୀଲେ । ଏହି ବିଷୟରେ ବିଓ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ଓଅଭିଭାବକ ହୋହାଲ୍ଲା କରିଥିଲେ କମିଟି ସଭାପତି ଭବାନି ପ୍ରସାଦ ଦେଓ ଓ କମିଟି ମେମ୍ବର ମାନେ ଏହାର ଉଚ ସ୍ତରିୟ ତଦନ୍ତ କରାଯାଇ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆଣିବା ସହ ପିଲାଙ୍କୁ ଚାଉଳ ବଣ୍ଟନ କରିବା ପାଇଁ ଦାବି କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031