Legatus

‘ଦାନା’ ମୁକାବିଲା ପାଇଁ ଟିପିଏନଓଡିଏଲର ପ୍ରସ୍ତୁତି :- ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସ୍ଵତନ୍ତ୍ର ଟିମ୍ ପ୍ରସ୍ତୁତ,- ଖୋଲିଛି ସର୍କଲ୍ ଓ ଡିଭିଜନ ସ୍ତରୀୟ ନିୟନ୍ତ୍ରଣ କକ୍ଷ

 Breaking News

‘ଦାନା’ ମୁକାବିଲା ପାଇଁ ଟିପିଏନଓଡିଏଲର ପ୍ରସ୍ତୁତି :- ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସ୍ଵତନ୍ତ୍ର ଟିମ୍ ପ୍ରସ୍ତୁତ,- ଖୋଲିଛି ସର୍କଲ୍ ଓ ଡିଭିଜନ ସ୍ତରୀୟ ନିୟନ୍ତ୍ରଣ କକ୍ଷ

‘ଦାନା’ ମୁକାବିଲା ପାଇଁ ଟିପିଏନଓଡିଏଲର ପ୍ରସ୍ତୁତି :- ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସ୍ଵତନ୍ତ୍ର ଟିମ୍ ପ୍ରସ୍ତୁତ,- ଖୋଲିଛି ସର୍କଲ୍ ଓ ଡିଭିଜନ ସ୍ତରୀୟ ନିୟନ୍ତ୍ରଣ କକ୍ଷ
October 23
08:32 2024

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର,୨୨/୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’ କୁ ଦୃଷ୍ଟିରେ ରଖି ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏନଓଡିଏଲ୍) ତତ୍ପରତା ପ୍ରକାଶ କରିଛି। ଉପଭୋକ୍ତାଙ୍କୁ ନିର୍ଭରଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିଛି ।
ବାତ୍ୟା ଯୋଗୁ ପ୍ରବଳ ବର୍ଷା ଓ ପବନ ବହିବା ଆକଳନ କରାଯାଇଥିବାରୁ ବିଦ୍ୟୁତ ସେବା ସମ୍ଭାବ୍ୟ କ୍ଷୟକ୍ଷତିର ତ୍ଵରିତ ମୁକାବିଲା ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ସହ ବିଦ୍ୟୁତ୍ ସରବରାହରେ ବାଧାବିଘ୍ନକୁ ହ୍ରାସ କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ଯୋଜନା(ଡିଏମ୍‌ପି) ପ୍ରସ୍ତୁତ କରାଯାଇଛି। ଗୁଣାତ୍ମକ ବିଜୁଳି ସେବା ପାଇଁ ଟିପିଏନଓଡ଼ିଏଲ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଅଧିକ ଗୁରୁତ୍ଵ ଦେବା ସହ ବିଦ୍ୟୁତ୍ ଟ୍ରାନ୍ସଫର୍ମରର ସ୍ଥିତି ଆକଳନ ଓ ସମସ୍ୟାର ମରାମତି କାର୍ଯ୍ୟ ତ୍ଵରିତ କରିବା ଉପରେ ଗୁରୁତ୍ଵ ଦେଇଛି । ଏଥି ପାଇଁ ସ୍ଵତନ୍ତ୍ର ପ୍ରଶିକ୍ଷଣ ପ୍ରାପ୍ତ କର୍ମଚାରୀମାନଙ୍କୁ ଦାୟିତ୍ଵ ଦିଆଯାଇଥିବାବେଳେ ବିଭ୍ରାଟ ଜନିତ ରକ୍ଷଣାବେକ୍ଷଣ ଓ ଅଭିଯୋଗର ତ୍ୱରିତ ମୁକାବିଲା ପଦକ୍ଷେପ ଗ୍ରହଣ କରାଯାଇଛି ।
ଚବିଶ ଘଂଟିଆ ପିଏସ୍‌ସିସ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ଭାବେ ପରିଚାଳନା ସାଙ୍ଗକୁ ଏକ ଉତ୍ସର୍ଗୀକୃତ ୨୪ ଘଂଟିଆ କଲ୍ ସେଣ୍ଟର ସ୍ଥାପନ କରାଯାଇଛି। ସ୍ଥାନୀୟ ଟିମ୍ ଓ ବାଲେଶ୍ୱର ପିଏସ୍‌ସିସିର ମୁଖ୍ୟ ନିୟନ୍ତ୍ରଣ କକ୍ଷ ସହ ସମନ୍ୱୟ ରକ୍ଷା କରିବା ପାଇଁ ସର୍କଲ୍ ଓ ଡିଭିଜନ ସ୍ତରୀୟ ନିୟନ୍ତ୍ରଣ କକ୍ଷ ସ୍ଥାପନ ମଧ୍ୟ କରାଯାଇଛି ।
ଜରୁରୀକାଳୀନ ସ୍ଥିତି ପାଇଁ ଡିଜି ସେଟ ବ୍ୟବସ୍ଥା ସାଙ୍ଗକୁ ଯେକୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ଉପକରଣର ସ୍ୱତନ୍ତ୍ର ଭଣ୍ଡାର ବାଲେଶ୍ଵର, ବେତନଟୀ, ଯାଜପୁର ଓ କେନ୍ଦୁଝରରେ ସ୍ଥାପନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜନସ୍ବାସ୍ଥ୍ୟ କେନ୍ଦ୍ରକୁ ଅଗ୍ରାଧିକାର ଭିତ୍ତିରେ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ କରିବା, ଜରୁରୀକାଳୀନ ସମୟରେ ଓସଡମା ସହ ସମ୍ପର୍କ ସ୍ଥାପନର ବ୍ୟବସ୍ଥା ସାଙ୍ଗକୁ ସୁରକ୍ଷା କ୍ଷେତ୍ରରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ଟିପିଏନଓଡିଏଲ୍ ସିଇଓ ଶ୍ରୀ ଦ୍ୱିଜଦାସ ବସାକ କହିଛନ୍ତି ଯେ, ବାତ୍ୟା ସମୟରେ ବିଜୁଳି ଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।
ସମ୍ଭାବ୍ୟ କ୍ଷୟକ୍ଷତିକୁ କୁ ହ୍ରାସ କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ଟିମ୍ ସହ ମିଶି କାମ କରୁଛୁ। ଉପଭୋକ୍ତାମାନେ ଯେମିତି ବିଶେଷ ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ତାହା ସୁନିଶ୍ଚିତ କରିବାକୁ ପ୍ରାଥମିକତା ଦିଆଯାଇଛି।
ଅଘଟଣକୁ ରୋକିବା ପାଇଁ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ସମସ୍ତ କର୍ମଚାରୀଙ୍କୁ ସତର୍କ କରାଯାଇଛି । ବିଦ୍ୟୁତ୍ ସରବରାହ ବିଘ୍ନ ହେଲେ ପୁନରୁଦ୍ଧାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଟ୍ରାନ୍ସଫର୍ମର ଏବଂ ସୁଇଚ୍ ଗିୟର ସମେତ ଅତ୍ୟାବଶକୀୟ ଉପକରଣଗୁଡ଼ିକୁ ମହଜୁଦ ରଖାଯାଇଥିବାବେଳେ ସମସ୍ତ ଫିଲ୍ଡ କର୍ମଚାରୀଙ୍କ ଛୁଟି ବାତିଲ ହୋଇଥିବା ଏବଂ ସମସ୍ତ ସୂଚନା ପାଇଁ ଏକ \”ସୂଚନା ପୋର୍ଟାଲ\” ଖୋଲିଥିବା ସେ କହିଛନ୍ତି।
ସେହିପରି ବାତ୍ୟା ସମୟରେ ବୈଦୁତିକ ସତର୍କତା ପ୍ରତି ଧ୍ୟାନ ଦେବା ପାଇଁ ମଧ୍ୟ ଟିପିଏନଓଡିଏଲ୍ ପରାମର୍ଶ ଦେଇଛି। ଝଡ଼ ତୋଫାନ,ବଜ୍ରପାତ ସମୟରେ କୌଣସି ତାର କିମ୍ବା ବିଦ୍ୟୁତ ଖୁଣ୍ଟି ନିକଟରୁ ଦୂରେଇ ରହିବା, ବଜ୍ରପାତ, ପ୍ରବଳ ବର୍ଷା ବେଳେ ଗଛ କିମ୍ବା ଅସ୍ଥାୟୀ ଗୃହ ତଳେ ଆଶ୍ରୟ ନନେବା, ଓଦା ହାତରେ କୌଣସି ବୈଦ୍ୟୁତିକ ଉପକରଣକୁ ସ୍ପର୍ଶ ନକରିବା ପାଇଁ ପରାମର୍ଶ ଦିଆଯାଇଛି।
ବିଦ୍ୟୁତ ସେବା ବିଭ୍ରାଟ ଜନିତ ଅଭିଯୋଗ ପାଇଁ ୯୭୭୭୭୭୪୭୮୭ ନମ୍ବରରେ ମିସ୍ଡ କଲ୍ କରିବା କିମ୍ବା ନିଃଶୁଳ୍କ ଗ୍ରାହକ ସେବା ନମ୍ବର ୧୮୦୦-୩୪୫-୬୭୧୮ ଓ ୧୯୧୨ରେ ଯୋଗାଯୋଗ କରିବାକୁ ଟିପିଏନଓଡ଼ିଏଲ ପକ୍ଷରୁ ଦର୍ଶାଯାଇଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31