Indus Valley Times

ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହୋଟେଲ ଗୁଡିକରେ ପ୍ରଶାସନର ମିଳିତ ଚଢଉ

 Breaking News

ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହୋଟେଲ ଗୁଡିକରେ ପ୍ରଶାସନର ମିଳିତ ଚଢଉ

December 03
10:40 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୩/୧୨: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ିରେ ଖାଦ୍ୟର ମାନ ଯାଞ୍ଚ ସହ ପର୍ଯ୍ୟ ଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ତହସିଲଦାର ଶରତ ଶବର ଓ ବିଡ଼ିଓ ଗଦାଧର ପାତ୍ର ମିଳିତ ଚଢଉ କରିଥିଲେ ।
ଏହି ଚଢ଼ଉରେ ଜମି ପଟ୍ଟା, ଏନଓସି ସାର୍ଟିଫିକେଟ, ଖାଦ୍ୟ ସୁରକ୍ଷା ସାର୍ଟିଫିକେଟ, ଅଗ୍ନି ସୁରକ୍ଷା ସାର୍ଟିଫିକେଟ, ହୋଟେଲ ରେଜିଷ୍ଟ୍ର ଯାଞ୍ଚ ସହ ଅନ୍ୟାନ୍ୟ କାଗଜ ପତ୍ର ଯାଞ୍ଚ ହୋଇଥିଲା ।
ଖାଦ୍ୟ ଯାଞ୍ଚ ବେଳେ ଏକାଧିକ ଦିନର ରହିଥିବା ବାସି ଖାଦ୍ୟ ଫୋପାଡ଼ା ଯାଇଥିଲା । କାଗଜ ପତ୍ର ସଠିକ୍ ନଥିବା ଯୋଗୁଁ ୫ ଗୋଟି ହୋଟେଲ ଓ ଲର୍ଡଜରୁ ୨୭ ହଜାର ଜରିମାନା ଆଦାୟ ହୋଇଥିଲା ।
ଏଥି ସହିତ ହୋଟେଲରେ ଘରୋଇ ଗ୍ୟାସ ବ୍ୟବହାର କରାଯାଇଥିବା ଯୋଗୁଁ ୧୦ ଗୋଟି ଗ୍ୟାସ ହାଣ୍ଡି ଜବତ କରାଯାଇଥିଲା ।
ଚଢ଼ଉରେ ଦାରିଙ୍ଗବାଡି ରାଜସ୍ବ ନୀରିକ୍ଷକ ସୁବ୍ରତ ମଲ୍ଲିକ, ଯୋଗାଣ ଅଧିକାରୀ ନିହାର ରଞ୍ଜନ ବେହେରା, ଅଗ୍ନିସମ ହାବିଲଦାର ସତ୍ୟନାରାୟଣ ବେହେରା ସମେତ ପୋଲିସ ଫୋର୍ସ ସାମିଲ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031