Legatus

ଦାରିଙ୍ଗବାଡି ବ୍ଲକର ୧୩ ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ : ଭରଚ୍ୟୁଆଲ ମାଧ୍ୟମରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

 Breaking News

ଦାରିଙ୍ଗବାଡି ବ୍ଲକର ୧୩ ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ : ଭରଚ୍ୟୁଆଲ ମାଧ୍ୟମରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

January 30
10:16 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୩୦/୧: ରାଜ୍ୟର ବିଭିନ୍ନ ଜିଲାରେ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ କରାଯାଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବାକି ରହିଥିବା ୧୩ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ କରାଯାଉଛି।
ସୋମବାର ସନ୍ଧ୍ୟାରେ ବିଦ୍ୟାଳୟ ଗୁଡିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚ୍ୟୁଆଲ ମାଧ୍ୟମରେ ଏହାର ଉଦ୍ଘାଟନ କରିଛନ୍ତି। ତାଙ୍କ ସହ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।
ବ୍ଲକର ସରୋଜିନୀ ନାଇ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀମାନେ ଯୋଗ ଦେଇଥିଲେ। ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କ ସୂଚନା ଅନୁଯାୟୀ, ବ୍ଲକର ବାଡାବାଙ୍ଗା ପଞ୍ଚାୟତ କଟାସିଂ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମେତ ବ୍ରାହ୍ମଣୀଗାଁର ପ୍ରଭାତୀତାରା ବାଳିକା ଉଚ୍ଚ ବିଦ୍ୟାଳୟ, ଦାରିଙ୍ଗବାଡି ଲାଲ ବାହାଦୁର ବିଦ୍ୟାପୀଠ, ଦାସିଙ୍ଗବାଡି ଆଦିବାସୀ ଉଚ୍ଚ ବିଦ୍ୟାଳୟ, ଧୂସରିଗାଁର ସରକାରୀ ଉଚ୍ଚ ବିଦ୍ୟାଳୟ, ଗ୍ରୀନବାଡି ସରୋଜିନୀ ନାଇ ବାଳିକା ଉଚ୍ଚ ବିଦ୍ୟାଳୟ, ମିଞ୍ଜାପାଙ୍କା, କଟାବାଡି, ସୁଜାମାଜୁରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ସହ ବୁଡ଼ାଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ତାଜୁଙ୍ଗିଆ ଆଇଜକ ବେହେରା ଉଚ୍ଚ ବିଦ୍ୟାଳୟ, ଦାରିଙ୍ଗବାଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଝିଞ୍ଜିରୀଗୁଡା ପଞ୍ଚାୟତ ଉଲିପଦର ବାଳିକା ଉଚ୍ଚ ବିଦ୍ୟାଳୟର ଶୁଭ ଉଦ୍ଘାଟନ ହୋଇଯାଇଛି।
ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର ପାତ୍ରଙ୍କ ନେତୃତ୍ୱରେ କନିଷ୍ଠ ଯନ୍ତ୍ରୀ ତୁଷାର ସେଠୀ, ଧିରେନ ସେଠୀ, ଗୋପୀନାଥ ପଲାଇ, ସୁଜିତ ସେଠୀ, ସୁଶାନ୍ତ ପ୍ରଧାନ, ମନୋଜ ପୃଷ୍ଟି ପ୍ରମୁଖ ଏହି ରୂପାନ୍ତରଣ କାର୍ଯ୍ୟ ସମ୍ପାଦନା କରିଛନ୍ତି।
ବାଲିଗୁଡାରେ ନୂତନ ଉପ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ
ବାଲିଗୁଡା,୩୦/୧: ଚଳିତ ମାସ ୨୨ ତାରିଖ ସୋମବାର ଦିନ ରାଜ୍ୟ ସରକାରଙ୍କ ଦ୍ୱାରା ଆଇଏଏସ ସ୍ତରରେ ବଦଳି ନିମନ୍ତେ ଜାରୀ କରାଯାଇଥିବା ଆଦେଶ ଅନୁଯାୟୀ ସୋମବାର ବାଲିଗୁଡାର ନୂତନ ଉପଜିଲ୍ଲାପାଳ ଭାବେ ଡ଼.ରୀନା ପ୍ରଧାନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।
ସେ ପୂର୍ବରୁ କେ.ବି.କେ ଅଞ୍ଚଳରେ ଡାକ୍ତର (ଆସିଷ୍ଟାଣ୍ଟ ସର୍ଜନ) ଭାବେ କାର୍ଯ୍ୟରତ ଥିବା ବେଳେ ଗତ ୨୦୨୧ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ।
ପ୍ରଶିକ୍ଷଣ ପରେ ପ୍ରଥମ କରି ବାଲିଗୁଡାର ନୂତନ ଉପଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରି ଖୁସି ବ୍ୟକ୍ତ କରିବା ସହ ଉପଖଣ୍ଡର ଉନ୍ନତି ନିମନ୍ତେ ସମସ୍ତ ବିଭାଗର ସମନ୍ୱୟ ରଖି କାର୍ଯ୍ୟ କରିବା ଏବଂ ଆଗାମୀ ସାଧାରଣ ନିର୍ବାଚନ -୨୦୨୪ କୁ ସୁରୁଖୁରୁ ଭାବେ ସମ୍ପାଦନ କରିବା ନିମନ୍ତେ ମତ ରଖିଛନ୍ତି ।
କାର୍ଯ୍ୟର ପ୍ରଥମ ଦିବସରେ ଉପଜିଲ୍ଲାପାଳ ସାଧାରଣ ନିର୍ବାଚନ ସମ୍ପାଦନ ପ୍ରକ୍ରିୟା ବିଷୟରେ ପଚାରି ବୁଝିବା ସହିତ କାର୍ଯ୍ୟାଳୟ ପରିସର ଏବଂ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟରେ ହେବାକୁ ଥିବା ଇଭିଏମ ଷ୍ଟ୍ରଙ୍ଗ ରୁମ ପରିଦର୍ଶନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930