Indus Valley Times

ଦୀପାବଳିରେ ଅଘଟଣ, ପୁଅକୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା

 Breaking News

ଦୀପାବଳିରେ ଅଘଟଣ, ପୁଅକୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା

ଦୀପାବଳିରେ ଅଘଟଣ, ପୁଅକୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା
November 12
12:17 2023

କଟକ,୧୨/୧୧: ନଦୀରୁ ପୁଅକୁ ଉଦ୍ଧାର କରିବା ବେଳେ ବୁଡ଼ିଯାଇ ବାପାଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, କଟକ ନିକଟ ନରାଜ କୈବର୍ତ୍ତସାହି ନଦୀଘାଟକୁ ଆଜି ସକାଳେ ଶରତ ସାହୁ ନାମକ ଜଣେ ଯୁବକ ନିଜର ୮ ବର୍ଷର ପୁଅକୁ ସାଙ୍ଗରେ ଧରି ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଉଭୟେ ଗାଧୋଇବା ସମୟରେ ଅସାବଧାନତାବଶତଃ ପୁଅ ନଦୀ ଭିତରକୁ ଚାଲିଯାଇଥିଲା। ଏଣେ ପୁଅକୁ ରକ୍ଷା କରିବାକୁ ଯାଇଥିଲେ ଶରତ।
ପୁଅକୁ ସୁରକ୍ଷିତଭାବେ ନଦୀକୂଳକୁ ଫେରାଇ ଆଣିବାରେ ସେ ସକ୍ଷମ ହୋଇଥିଲେ। ମାତ୍ର ନିଜେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଲୋକେ କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ। ହେଲେ ଶରତ ସାହୁଙ୍କୁ ସେଠାରେ ମୃତ ଘୋଷଣା କଲେ ଡାକ୍ତର। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହି ଘଟଣା ସାଢ଼େ ୯ଟା ବେଳେ ଘଟିଥିଲା। ବଡ଼ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031