Legatus

ଦୀପାବଳିରେ ପ୍ରିୟଙ୍କା ସେୟାର କଲେ ଝିଅର ପ୍ରଥମ ରଙ୍ଗୋଲି, ଫ୍ୟାନ୍ସ କହିଲେ-ବହୁତ ସୁନ୍ଦର

 Breaking News

ଦୀପାବଳିରେ ପ୍ରିୟଙ୍କା ସେୟାର କଲେ ଝିଅର ପ୍ରଥମ ରଙ୍ଗୋଲି, ଫ୍ୟାନ୍ସ କହିଲେ-ବହୁତ ସୁନ୍ଦର

November 13
18:12 2023

ମୁମ୍ବାଇ,୧୩/୧୧: ବଲିଉଡର ଦେଶୀ ଗର୍ଲ ଅର୍ଥାତ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିବାହ ପରେ ବିଦେଶରେ ରହୁଛନ୍ତି। ସ୍ବାମୀ ଓ ଝିଅ ସହ ସେ ଆମେରିକାରେ ରହୁଥିବା ବେଳେ ଅନେକ ସମୟରେ ଭାରତ ଆସନ୍ତି। ତେବେ ବିଦେଶରେ ବସବାସ କରି ବି ପ୍ରିୟଙ୍କା ଭାରତୀୟ ଭାବେ ସବୁ ପର୍ବପର୍ବାଣୀକୁ ପାଳନ କରୁଥିବା ଦେଖାଯାଏ। ରଙ୍ଗର ପର୍ବ ହୋଲି ହେଉ କି ଆଲୋକର ପର୍ବ ଦୀପାବଳି, ସବୁ ପର୍ବକୁ ସେ ଧୁମଧାମରେ ପରିବାର ସହ ପାଳନ୍ତି।
ପ୍ରିୟଙ୍କାଙ୍କ ପରେ ଏବେ ତାଙ୍କ ଝିଅ ମାଲତୀ ମ୍ୟାରି ମଧ୍ୟ ତାଙ୍କ ପଥରେ ଆଗକୁ ବଢ଼ୁଥିବା ଦେଖାଯାଇଛି। ଏତେ କମ ବୟସରୁ ମଧ୍ୟ ମାଲତୀ ରଙ୍ଗୋଲୀ କରିବା ଆରମ୍ଭ କରିଛନ୍ତି, ଯାହାର ପ୍ରମାଣ ଦେଇଛନ୍ତି ପ୍ରିୟଙ୍କା। ଇନଷ୍ଟାରେ ସେ ୨ଟି ଫଟୋ ଷ୍ଟାଟସରେ ରଖିଛନ୍ତି। ଗୋଟିଏ ଫଟୋରେ ଝିଅ ମାଲତୀ କରିଥିବା ରଙ୍ଗୋଲିର ଥିବା ବେଳେ ଅନ୍ୟ ଫଟୋରେ ଜଳୁଥିବା ଦୀପ ରହିଛି। ଝିଅର ରଙ୍ଗୋଲି ଫଟୋ ସେୟାର କରି ପ୍ରଥମ ରଙ୍ଗୋଲି ବୋଲି ଲେଖିଛନ୍ତି ପ୍ରିୟଙ୍କା। ଅନ୍ୟ ଫଟୋରେ ସେ ଦୀପାବଳିର ଶୁଭେଚ୍ଛା ଦେଇଥିବା ଦେଖାଯାଇଛି।
ତେବେ ପ୍ରିୟଙ୍କା ଚୋପ୍ରା ଶେଷ ଥର ପାଇଁ ମାମି ଚଳଚ୍ଚିତ୍ର ମହୋତ୍ସବରେ ଯୋଗଦେବା ପାଇଁ ମୁମ୍ବାଇରେ ପହଞ୍ଚିଥିଲେ। ପେସାଦାର ଜୀବନ ବିଷୟରେ କହିବାକୁ ଗଲେ ଅଭିନେତ୍ରୀଙ୍କୁ ଶେଷ ଥର ପାଇଁ ‘ସିଟାଡେଲ’ରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଖୁବ୍ ଶୀଘ୍ର ଅଭିନେତ୍ରୀ ଅନେକ ବଡ ପ୍ରୋଜେକ୍ଟରେ ନଜର ଆସିବେ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930