Indus Valley Times

ଦୀପାବଳି ପାଇଁ ଆସିଲା ଗାଇଡଲାଇନ, ୩ଶହ କେଜିରୁ ଅଧିକ ବାଣ ରଖିପାରିବେନି

 Breaking News

ଦୀପାବଳି ପାଇଁ ଆସିଲା ଗାଇଡଲାଇନ, ୩ଶହ କେଜିରୁ ଅଧିକ ବାଣ ରଖିପାରିବେନି

ଦୀପାବଳି ପାଇଁ ଆସିଲା ଗାଇଡଲାଇନ, ୩ଶହ କେଜିରୁ ଅଧିକ ବାଣ ରଖିପାରିବେନି
October 28
19:00 2024

ଭୁବନେଶ୍ୱର, ୨୮/୧୦ : ଆଉ ତିନି ଦିନ ପରେ ପାଳିତ ହେବ ଆଲୋକର ପର୍ବ ଦୀପାବଳୀ । ଏହା ପୂର୍ବରୁ ଆକ୍ସନ ମୁଡରେ ଆସିଛି କମିଶନରେଟ୍ ପୁଲିସ ।
ଏକାଧିକ ସ୍ଥାନରେ ଚଢ଼ାଉ କରାଯାଇଛି । ଲାଇସେନ୍ସ ନ ଥିବା ବାଣ ଗୋଦାମ ଗୁଡ଼ିକ ଉପରେ ଚଢ଼ାଉ ହୋଇଛି । ଏହା ସହିତ ବାଣ ଦୋକାନ ପାଇଁ ମଧ୍ୟ କଟକଣା ଲାଗୁ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।
ଡିସିପିଙ୍କ ସୂଚନା ମୁତାବକ, ବାଣ ବିକ୍ରି ବେଳେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ କମିଶନରେଟ୍ ପୁଲିସ ପକ୍ଷରୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି । ରାଜଧାନୀର ୨୫ଟି ସ୍ଥାନରେ ଅସ୍ଥାୟୀ ବାଣ ଦୋକାନ ଖୋଲିବାକୁ ନିଷ୍ପତି ହୋଇଛି ।
ପୁଲିସର ନିୟମ ଅନୁଯାୟୀ ବାଣ ଦୋକାନ ମଧ୍ୟରେ ଅତି କମରେ ୫୦ ଫୁଟ୍ ଦୂରତା ରହିବା ଆବଶ୍ୟକ । କୌଣସି ଦୋକାନୀ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ ।
ଏ ଯାବତ ପୁଲିସ ପାଖରେ ଅସ୍ଥାୟୀ ବାଣ ଦୋକାନ ପାଇଁ ୪୬୫ରୁ ଅଧିକ ଆବେଦନ ହୋଇଛି । ସେଥିମଧ୍ୟରୁ ୨୦୦ରୁ ଅଧିକ ଦୋକାନୀଙ୍କୁ ଅନୁମତି ଦିଆଯାଇଛି ବୋଲି ଡିସିପି କହିଛନ୍ତି ।
ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିବା ପରେ ବେଆଇନ୍ ଭାବେ ଗଚ୍ଛିତ ରଖାଯାଇଥିବା ଗୋଦାମ ଉପରେ ପୁଲିସ ଚଢ଼ାଉ କରୁଛି ।
ଗତକାଲି ବାଲିପାଟଣାରେ ଚଢ଼ାଉ କରାଯାଇ ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାଣ ଜବତ କରାଯାଇଛି । ବାଲିପାଟଣା ଥାନା ଅଞ୍ଚଳରୁ ୧୫୦ କେଜିରୁ ଅଧିକ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଛି । ଏହା ସହିତ ୨ ଜଣଙ୍କୁ ଗିରଫ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930