Indus Valley Times

ଦୁଇ ଦିନିଆ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ପ୍ରଶିକ୍ଷଣ ଶିବିର ଉଦଯାପିତ

 Breaking News

ଦୁଇ ଦିନିଆ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ପ୍ରଶିକ୍ଷଣ ଶିବିର ଉଦଯାପିତ

April 30
10:37 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୩୦/୪ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଗତକାଲି ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଏବଂ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଥିବା ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ସମ୍ପର୍କିତ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି ।
ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଜ୍ୟୋତି ଶଙ୍କର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ରମେଶ ଚନ୍ଦ୍ର ମଲ୍ଲିକ, ବରିଷ୍ଠ ଲେଖା ଅଧିକାରୀ,ଏ ଜି, ଓଡ଼ିଶା, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି,ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ,ସ୍ଵତନ୍ତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଓଡ଼ିଆ ଭାଷା ପ୍ରତିଷ୍ଠାନ, ଆଞ୍ଚଳିକ ନିର୍ଦ୍ଦେଶକ, ଉଚ୍ଚ ଶିକ୍ଷା ବିଭାଗ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ତାଲିମ ପ୍ରଦାନକାରୀ ଭାବେ ଯୋଗ ଦେଇ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର କଟି ନଥି ଉପସ୍ଥାପନ କରିବା ତଥା ଟିପ୍ପଣୀ ଲେଖିବା ଧାରା, ଓଡ଼ିଆ ଭାଷା ପ୍ରୟୋଗ କୌଶଳ, ବିଭାଗୀୟ ଚିଠି ଲେଖିବା, ଅନ୍ୟ ବିଭାଗରୁ ଆସୁଥିବା ଚିଠିର ଉତ୍ତର ପ୍ରସ୍ତୁତ କରି ଓଡ଼ିଆ ଭାଷାରେ ପ୍ରେରଣ କରିବା,ବିଭିନ୍ନ ବୈଠକର କାର୍ଯ୍ୟ ବିବରଣୀ ବା ପ୍ରୋସିଡିଂ ଲେଖିବା, ବିଭିନ୍ନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ, ଯୋଜନାର ଓଡ଼ିଆ ଭାଷା ଭିତ୍ତିକ ବ୍ୟବହାର ଓ ଲେଖିବା ପ୍ରଣାଳୀର ଯାବତୀୟ ଲେଖିବା ଓଡ଼ିଆ ଭାଷା ବ୍ୟବହାର କାର‌୍ୟ୍ୟ ସମ୍ବନ୍ଧରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ଏହି ପ୍ରଶିକ୍ଷଣ କାର୍ଯ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ପରିଷଦ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସମସ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ଅଧିକାରୀ, ବରିଷ୍ଠ ରାଜସ୍ବ ସହାୟକ, କନିଷ୍ଠ ରାଜସ୍ୱ ସହାୟକ, ଉପବିଭାଗୀୟ ଅଧିକାରୀ, ବରିଷ୍ଠ କିରାଣୀ ସମେତ ଦପ୍ତରି କର୍ମଚାରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।
ଏହି ଦୁଇ ଦିନ ଯାକ ପ୍ରଶିକ୍ଷଣ ଶିବିର ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଜ୍ୟୋତି ଶଙ୍କର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଙ୍କ ପରିଚାଳନା ରେ ସଫଳ ଭାବେ ଅନୁଷ୍ଠିତ ହୋଇଥିଲା ।
ଏହି ପ୍ରଶିକ୍ଷଣ ଶିବିର ଦ୍ଵାରା ଜିଲ୍ଲାର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ମୋଟ ୨୬୮ ଜଣ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ସମ୍ପର୍କିତ ପ୍ରଶିକ୍ଷଣ ନେଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930