Legatus

ଦୁଇ ବ୍ୟାଡମିଣ୍ଟନ ଷ୍ଟାରଙ୍କୁ ଖେଳ ରତ୍ନ, ଶାମିଙ୍କୁ ଅର୍ଜୁନ ପୁରସ୍କାର

 Breaking News

ଦୁଇ ବ୍ୟାଡମିଣ୍ଟନ ଷ୍ଟାରଙ୍କୁ ଖେଳ ରତ୍ନ, ଶାମିଙ୍କୁ ଅର୍ଜୁନ ପୁରସ୍କାର

December 20
19:14 2023

ନୂଆଦିଲ୍ଲୀ, ୨୦/୧୨: ୨୦୨୩ ବର୍ଷ ପାଇଁ ଭାରତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି। କ୍ରୀଡ଼ା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ପୁରସ୍କାର ‘ଖେଳ ରତ୍ନ’ ପାଇଁ ଦୁଇ ଜଣ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଚୟନ କରାଯାଇଛି। ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀଙ୍କୁ ଏହି ବଡ ପୁରସ୍କାର ମିଳିବାକୁ ଯାଉଛି । ସେହିପରି କ୍ରିକେଟ ଖେଳାଳି ମହମ୍ମଦ ସାମିଙ୍କୁ ‘ଅର୍ଜୁନ ପୁରସ୍କାର’ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ୨୬ ଜଣ କ୍ରୀଡ଼ାବିତଙ୍କ ତାଲିକାରେ ପାରା ତୀରନ୍ଦାଜ ଶୀତଲ ଦେବୀଙ୍କ ନାମ ମଧ୍ୟ ରହିଛି।
ଚଳିତ ବର୍ଷ ବ୍ୟାଡମିଣ୍ଟନ୍ କ୍ଷେତ୍ରରେ ଭାରତର ପତାକା ଜିତିଛନ୍ତି ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ। ହାଙ୍ଗଜୋରେ ଖେଳାଯାଇଥିବା ଏସୀୟ କ୍ରୀଡ଼ାରେ ଏହି ଯୋଡ଼ି ଭାରତକୁ ଐତିହାସିକ ବିଜୟ ଦେଇଥିଲେ। ଅନ୍ୟପକ୍ଷରେ ମହମ୍ମଦ ସାମି ୨୦୨୩ ବିଶ୍ୱକପ୍ ରେ ଧମାକାଦାର ପ୍ରଦର୍ଶନ କରିଥିଲେ। ଚଳିତ ବିଶ୍ବକପ୍ ରେ ସେ ସର୍ବାଧିକ ୱିକେଟ୍ ନେଇଥିଲେ।
ଅର୍ଜୁନ ପୁରସ୍କାର: ଓଜସ ପ୍ରବୀଣ ଦେଓତାଲେ (ତୀରନ୍ଦାଜି), ଅଦିତି ଗୋପୀଚାନ୍ଦ ସ୍ୱାମୀ (ତୀରନ୍ଦାଜି), ଶ୍ରୀଶଙ୍କର (ଆଥଲେଟିକ୍ସ), ପାରୁଲ ଚୌଧୁରୀ (ଆଥଲେଟିକ୍ସ), ମହମ୍ମଦ ହୁସାମୁଦ୍ଦିନ (ବକ୍ସର), ଆର ବୈଶାଳୀ (ଚେସ୍), ମହମ୍ମଦ ସାମି (କ୍ରିକେଟ୍), ଅନୁଷ ଅଗ୍ରୱାଲ (ଅଶ୍ୱାରୋହୀ), ଦିକ୍ଷା ଡାଗର (ଗଲ୍ଫ), କ୍ରିଷନ ବାହାଦୁର ପାଠକ (ହକି), ସୁଶୀଲା ଚାନୁ (ହକି), ପବନ କୁମାର (କବାଡି), ରିତୁ ନେଗି (କବାଡି), ନସରିନ (ଖୋ-ଖୋ), ପିଙ୍କି (ଲନ୍ ବାଉଲ୍ସ), ଐଶ୍ୱର୍ଯ୍ୟା ପ୍ରତାପ ସିଂହ ତୋମାର (ସୁଟିଂ)। ଇଶା ସିଂହ (ସୁଟିଂ), ହରିନ୍ଦର ପାଲ ସିଂହ (ସ୍କ୍ୱାଶ), ଆୟିକା ମୁଖାର୍ଜୀ (ଟେବୁଲ ଟେନିସ), ସୁନୀଲ କୁମାର (କୁସ୍ତି), ଆଣ୍ଟିମ୍ (କୁସ୍ତି), ରୋଶିବିନା ଦେବୀ (ଉଶୁ), ଶୀତଲ ଦେବୀ (ପାରା ଆର୍ଚରୀ), ଅଜୟ କୁମାର (ଦୃଷ୍ଟିହୀନ କ୍ରିକେଟ), ପ୍ରାଚୀ ଯାଦବ (ପାରା କ୍ୟାନୋଇଙ୍ଗ୍)।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930