Indus Valley Times

ଦୁର୍ଗମ ଅଞ୍ଚଳର ବିକାଶ ଉପରେ ଦଶପଲ୍ଲା ବିଧାୟକଙ୍କ ଗୁରୁତ୍ବ

 Breaking News

ଦୁର୍ଗମ ଅଞ୍ଚଳର ବିକାଶ ଉପରେ ଦଶପଲ୍ଲା ବିଧାୟକଙ୍କ ଗୁରୁତ୍ବ

October 09
21:33 2020

ନୂଆଗାଁ,୯/୧୦ : ନୟାଗଡ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି ର ଦଶମ ସାଧାରଣ ଅଧିବେଶନ ପଞ୍ଚାୟତ ସମିତି ସଭା ଗୃହ ମଧ୍ୟରେ ଶକୁବାର ଦିନ ଅନୁଷ୍ଠିତ ହୋଇଯାଇଛି।ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଶମ ସାଧାରଣ ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ ।

ଅଧିବେଶନରେ ଯୋଗ ଦେଇ ଶ୍ରୀ ବେହେରା କହିଥିଲେ ଦୁର୍ଗମ ଅଞ୍ଚଳରେ ଜନସାଧାରଣ ଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀ ମାନେ ଚେଷ୍ଟିତ ହେବା ଆବଶ୍ୟକ । ତତ୍ ସହିତ ଗମନାଗମନ ,ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଉପରେ ଗୁରୁତ୍ୱରୋପ କରିଥିଲେ। ରତାଦେଇ ଗୁମ୍ଫା ,ରାଜଗିରି ପାହାଡ଼ ଆଦି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସ୍ଥାନ ଗୁଡ଼ିକ କୌଣସି ପର୍ଯ୍ୟଟନ ସ୍ଥଳୀ ଠାରୁ କମ୍ ନ ହୋଇଥିଲେ ମଧ୍ୟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବାରୁ ଗମନା ଗମନ ପାଇଁ ରାସ୍ତା ର ସୁବିଧା କରାଯିବା ସହିତ ସେହି ସ୍ଥାନ ଗୁଡ଼ିକ ର ବିକାଶ ପାଇଁ ସମସ୍ତ ବ୍ୟବସ୍ଥା ଅତିଶିଘ୍ର କରାଯିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ବିଧାୟକ ଶ୍ରୀ ବେହେରା କହିଥିଲେ।

ସମ୍ମାନୀତ ଅତିଥି ଭାବେ ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସ୍ ମଲ,ଜିଲ୍ଲାପରିଷଦ ସଭ୍ୟ ସୁଦୀପ୍ତ ଚନ୍ଦ୍ର ରାୟ, ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ ଉପସ୍ଥିତ ଥିଲେ। ଏହି ଅଧିବେଶନରେ ବିଭିନ୍ନ ବିଭାଗୀୟ ଅଧିକାରୀ ,ସରପଞ୍ଚ,ସମିତି ସଭ୍ୟ ମାନେ ଉପସ୍ଥିତ ରହି ବିଭିନ୍ନ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ବିକାଶ ଉପରେ ଗୁରୁତ୍ବ ଦେଉଥିବା ବିଧାୟକ ଶ୍ରୀ ବେହେରା ଙ୍କୁ ଅଧିବେଶନରେ ପ୍ରଶଂସା କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031