Indus Valley Times

ଦୁର୍ଘଟଣାଗ୍ରସ୍ତ ହେଲା ଫର୍ଚୁନର ଗାଡି, ଦୁଇ ନିଖୋଜ ନାବାଳକଙ୍କୁ ଉଦ୍ଧାର କରି ଫେରୁଥିଲେ ପୋଲିସ

 Breaking News

ଦୁର୍ଘଟଣାଗ୍ରସ୍ତ ହେଲା ଫର୍ଚୁନର ଗାଡି, ଦୁଇ ନିଖୋଜ ନାବାଳକଙ୍କୁ ଉଦ୍ଧାର କରି ଫେରୁଥିଲେ ପୋଲିସ

ଦୁର୍ଘଟଣାଗ୍ରସ୍ତ ହେଲା ଫର୍ଚୁନର ଗାଡି, ଦୁଇ ନିଖୋଜ ନାବାଳକଙ୍କୁ ଉଦ୍ଧାର କରି ଫେରୁଥିଲେ ପୋଲିସ
July 06
14:35 2023

ଭୁବନେଶ୍ୱର,୬/୭ : ଭୁବନେଶ୍ୱର ସ୍ଥିତ ଚନ୍ଦକା ଥାନା ସୁନ୍ଦରପୁର ଅଞ୍ଚଳର ଏକ ଘରୋଇ ସ୍କୁଲର ୨ ଛାତ୍ର ଗତ ମଙ୍ଗଳବାରଠାରୁ ନିଖୋଜ ଥିବା ବେଳେ ଟିଟିଲାଗଡ଼ରୁ ସେମାନଙ୍କୁ ଉଦ୍ଧାର କରିଥିଲା ପୁଲିସ୍।
ମାତ୍ର ସେମାନଙ୍କୁ ଟିଟାଲଗଡ଼ରୁ କାର୍ ଯୋଗେ ଭୁବନେଶ୍ୱର ଅଣାଯାଉଥିବା ବେଳେ ଉକ୍ତ କାର୍ ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି। ତେବେ ଏହି ଦୁର୍ଘଟଣାରେ କେହି ଗୁରୁତର ହୋ ନ ଥିବା ଜଣାଯାଇଛି।
ନିଖୋଜ ଛାତ୍ର ଦ୍ୱୟ ହେଲେ ସୋନୁ କୁମାର ଓ ପୃଥ୍ୱୀରାଜ ପ୍ରଧାନ। ସେମାନେ ଅଷ୍ଟମ ଶ୍ରେଣୀର ଛାତ୍ର। ସେମାନେ ଗତ ମଙ୍ଗଳବାରଠୁ ନିଖୋଜ ଥିବା ବେଳେ ଏନେଇ ଗତକାଲି ତନାଘନା ହୋଇଥିଲା। ଉଭୟ ଘରକୁ ଫେରି ନ ଥିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ବହୁ ଖୋଜାଖୋଜି ପରେ ୮ ଜଣ ମୁଖାପିନ୍ଧା ଲୋକେ ଅପହରଣ କରି ଉଭୟଙ୍କୁ ଟ୍ରକରେ ଟିଟିଲାଗଡ଼ ନେଇ ଯାଇଥିବା ପୁଲିସ୍ ସୂଚନା ପାଇଥିଲା।
ଏହାପରେ ଚନ୍ଦକା ପୁଲିସ୍ ଟିଟିଲାଗଡ଼ରେ ପହଞ୍ଚ ଉଭୟଙ୍କୁ ଉଦ୍ଧାର କରିଥିଲା। ଏହାପରେ ଗତ ରାତିରେ ଟିଟିଲାଗଡ଼ରୁ ସେମାନଙ୍କୁ ଏକ ଭଡ଼ା ଗାଡ଼ି ଯୋଗୁ ଭୁବନେଶ୍ୱର ଅଣାଯାଉଥିଲା। କାର୍ଟି ଆଜି ନୟାଗଡ଼ ବାଣିଗୋଛା ନିକଟରେ ଅତିକ୍ରମ କରୁଥିବା ବେଳେ ତାହାର ଆଗ ଚକା ଫାଟି ଯାଇଥିଲା।
ଫଳରେ ଗାଡ଼ିଟି ସାମନା ପଟୁ ଭୁବନେଶ୍ୱରରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ କାର୍ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ପିଲାଙ୍କୁ ନେଇ ଭୁବନେଶ୍ୱର ଆସୁଥିବା କାର୍ଟି ଓଲଟି ପଡ଼ିଥିଲା। ମାତ୍ର ଉଭୟ କାର୍ର କେହି ଗୁରୁତର ହୋଇ ନ ଥିବା ଜଣାଯାଇଛି।
ବାଣିଗୋଛା ପୁଲିସ୍ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଅନ୍ୟ ଏକ ଗାଡ଼ିରେ ଚନ୍ଦକା ପୁଲିସ୍ ଟିମ୍ ସହ ପିଲାଦ୍ୱୟଙ୍କୁ ଭୁବନେଶ୍ୱର ଅଭିମୁଖେ ପଠାଇଥିବା ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031