Indus Valley Times

ଦୁର୍ନୀତି ଅଭିଯୋଗରେ ଜଣେ ବିଡିଓ , ଦୁଇ ଜଣ ସରପଂଚ ନିଲମ୍ବିତ

 Breaking News

ଦୁର୍ନୀତି ଅଭିଯୋଗରେ ଜଣେ ବିଡିଓ , ଦୁଇ ଜଣ ସରପଂଚ ନିଲମ୍ବିତ

December 03
10:32 2019

ଭୁବନେଶ୍ୱର,୩ ।୧୨: ଜଣେ ବିଡିଓ ଏବଂ ଦୁଇ ଜଣ ସରପଂଚଙ୍କୁ ରାଜ୍ୟ ସରକାର ସୋମବାର ଦିନ ନିଲମ୍ବନ କରିଛନ୍ତି ।
ଏ ନେଇ ଲୋକସେବା ଭବନ ଠାରେ ଗଣମାଧ୍ୟମକୁ ସୂଚନା ଦେଇ ପଂଚାୟତିରାଜ , ପାନୀୟ ଜଳ , ଆଇନ , ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିଡିଓ ରବିନ୍ଦ୍ର କୁମାର ଶତପଥୀ , ବାଲେଶ୍ୱର ଜିଲ୍ଲା ସୋରୋ ବ୍ଲକ କେଦାରପୁର ଜିପି ସରପଂଚ ଅଭିମନ୍ୟୁ ଜେନା ଏବଂ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡା ଜିପି ସରପଂଚ ଉସାନ୍ତ ସାହୁଙ୍କୁ ନିଲମ୍ବନ କରାଯାଇଛି ।
ବିଡିଓ ଶ୍ରୀ ଶତପଥୀଙ୍କୁ ପଂଚାୟତି ରାଜ ଓ ପାନୀୟଜଳ ବିଭାଗ ତରଫରୁ ପିଏମ୍ଏୱାଇ ସଂପର୍କରେ ଜାରି ମାର୍ଗଦର୍ଶିକା ପାଳନ ନକରିବା ଏବଂ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ନିଲମ୍ବନ କରାଯାଇଛି । ସେହିପରି ସପରଂଚ ଶ୍ରୀ ଉସାନ୍ତ ସାହୁ ବେଆଇନ ଆୟବହିର୍ଭୁତ ସମ୍ପତି ଠୁଳ କରିବା ଏବଂ ସରପଂଚ ଶ୍ରୀ ଅଭିମନ୍ୟୁ ଜେନା ଆର୍ଥିକ ଅନିୟମିତତା ନିମନ୍ତେ ନିଲମ୍ବନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031