Indus Valley Times

ଦୁର୍ନୀତି ନିବାରଣ ସଚେତନତା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ସଭା

 Breaking News

ଦୁର୍ନୀତି ନିବାରଣ ସଚେତନତା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ସଭା

October 28
20:40 2021

କମ୍ଭୁୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୮/୧୦: ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ତୃତୀୟ ଦିନରେ ହରଭଙ୍ଗା ବ୍ଲକର ବାମଣ୍ଡାଠାରେ ଗ୍ରାମସଭା ଏବଂ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଇନିସପେକ୍ଟର ପୁଲସ୍ତି ଛତ୍ରିଆ,ସମ୍ମାନିତ ଅତିଥି ଭାବରେ ସରପଞ୍ଚ ଲଳିତ ମୋହନ ଥାଟି,ନେହେରୁ ଯୁବ କେନ୍ଦ୍ରର ପ୍ରକଳ୍ପ ସଂଯୋଜକ ଅଂଶୁମାନ ମହାକୁଡ,ମାଷ୍ଟର ବୁକ କିପର ରିତାଞ୍ଜଳୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶରତ କୁମାର ପୁରୋହିତ,ଗ୍ରାମ ରୋଜଗାର ସେବକ ଶ୍ରୀନିବାସ ଶତପଥୀ ଯୋଗଦେଇଥିଲେ । ଜିଲ୍ଲା ସାମାଜିକ ସମୀକ୍ଷକ ପ୍ରବୀର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମସ୍ତ ଅତିଥି ଦୁର୍ନୀତି ନିବାରଣ ସଂପର୍କରେ ବାମଣ୍ଡା ଗ୍ରାମବାସୀ ଓ ମହିଳାମାନଙ୍କୁ ସଚେତନ କରିଥିଲେ । ମୁଖ୍ୟଅତିଥି ଶ୍ରୀଛତ୍ରିଆ ନିଜ ଅଭିଭାଷଣରେ ଲୋକଙ୍କ ମନରେ ସଚେତନତା ବାର୍ତ୍ତାର ପ୍ରଚାର ହେଲେ ଯାଇ ଦୁର୍ନୀତି ହଟିବ ବୋଲି ପ୍ରକାଶ କରିଥିଲେ ।
ଶେଷରେ ବ୍ଲକ ସମାଜିକ ସମୀକ୍ଷକ ବଂଶୀଧର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ବନ୍ଧାପଥର,ଯୁଗିଭୁଗରା ଓ ଆମ୍ବଝରୀଠାରେ ଅନୁଷ୍ଠିତ ଗ୍ରାମସଭାରେ ଦୁର୍ନୀତି ନିର୍ବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲା ସାମାଜିକ ସମୀକ୍ଷକ ପ୍ରବୀର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ଇନିସପେକ୍ଟର ପୁଲସ୍ତି ଛତ୍ରିଆ ଓ ସମ୍ମାନିତ ଅତିଥି ଭାବରେ ସରପଞ୍ଚ ରମାକାନ୍ତ ପ୍ରଧାନ,ନେହେରୁ ଯୁବ କେନ୍ଦ୍ରର ପ୍ରକଳ୍ପ ସଂଯୋଜକ ଅଂଶୁମାନ ମହାକୁଳ,ବନ୍ଧାପଥର ଗ୍ରାମ ରୋଜଗାର ସେବକ ବିଭୁତି ଭୂଷଣ ମିଶ୍ର, ନିର୍ବାହୀ ଅଧିକାରୀ ଶରତ କୁମାର ପୁରୋହିତ ଯୋଗଦେଇ ନିଜ ନିଜ ବକ୍ତବ୍ୟରେ ବ୍ୟକ୍ତିଗତ ସ୍ୱାର୍ଥକୁ ଦୂରେଇ ସାମୁହିକ ସ୍ୱାର୍ଥ ପ୍ରତି ଗୁରୁତ୍ୱ ଦେଲେ ଦୁର୍ନୀତି ନିବାରଣ ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।
ଉଭୟ ବାମଣ୍ଡା ଓ ବନ୍ଧାପଥର ଗ୍ରାମରେ ସମସ୍ତ ଗ୍ରାମବାସୀ,ଉପସ୍ଥିତ ମହିଳା ଏବଂ ଅତିଥିମାନେ ଦୁର୍ନୀତି ନିବାରଣ ସଂପର୍କିତ ଶପଥ ପାଠ କରିବା ସହ ଲାଞ୍ଚ ଦିଅନ୍ତୁ ନାହିଁ ଲାଞ୍ଚ ନିଅନ୍ତୁ ନାହିଁ ,ଦୁର୍ନୀତି ହଟାଓ ଦେଶ ବଞ୍ଚାଅ ସ୍ଲୋଗାନ ଦେଇଥିଲେ । ଶେଷରେ ଯୋଗାଣ ସହାୟକ ବିଶ୍ୱମନ୍ଦିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ମାନସିକ ବିକୃତ ବ୍ୟକ୍ତିଙ୍କୁ ଉଦ୍ଧାର କଲା ବୌଦ୍ଧଜିଲ୍ଲା ପ୍ରଶାସନ
ବୌଦ୍ଧ,୨୮/୧୦: ବୌଦ୍ଧ ମହାନଦୀ କୂଳରେ ଥିବା ଗେହ୍ଳାମା ମନ୍ଦିର ପରିସରରେ ଦୀର୍ଘ ୭ ଦିନ ହେଲା ଅବହେଳିତ ଅବସ୍ଥାରେ ପଡିଥିବା ଜଣେ ଅସହାୟ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ଆଶ୍ରୟ ଅନୁଷ୍ଠାନରେ ରଖାଯାଇଛି । ମିଳିଥିବା ସୂଚନା ମୁତାବକ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତର ପଙ୍କୁଆଳ ଗ୍ରାମର ଧୁବେଇ ଷାଣ୍ଢଙ୍କ ପୁତ୍ର ନିଳମଣି ଷାଣ୍ଢ(୫୧) ମାନସିକ ବିକୃତ ହୋଇ ଘରୁ ଚାଲିଆସିଥିଲେ ।
ଦୀର୍ଘ ୭ ଦିନ ହେଲା ନିଳମଣି ଅସହାୟ ଅବସ୍ଥାରେ ବୌଦ୍ଧ ପୁର୍ତ୍ତବିଭାଗ ବଙ୍ଗଳା ନିକଟସ୍ଥ ଗେହ୍ଲା ମା ମନ୍ଦିର ସମ୍ମୁଖରେ ପଡି ରହିଥିଲେ । ମନ୍ଦିର ନିକଟରେ ରହୁଥିବା ବରିଷ୍ଠ ସାମ୍ବାଦିକ ରଜନୀ କାନ୍ତ ଦାଶ,ସ୍ୱାଧୀନ ରାୟ,ରଘୁନାଥ ସ୍ୱାଇଁଙ୍କ ପରିବାର ନିଳମଣିଙ୍କୁ ଖାଦ୍ୟ ଦେବା ସହିତ ତାଙ୍କର ଦେଖାଶୁଣା କରୁଥିଲେ । କିନ୍ତୁ ନିଳମଣି ନିଜ ଘରକୁ ନଫେରିବା ଓ ଅସହାୟ ଅବସ୍ଥାରେ ଶୀତ କାକରରେ ପଡି ରହିଥିବାରୁ ସାମ୍ବାଦିକ ଶ୍ରୀଦାଶ ଏ ସଂପର୍କରେ ପ୍ରଶାସନକୁ ଜଣାଇବାପରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ. ମନୋ ରଂଜନ ପଣ୍ଡା ଆଶ୍ରୟ ଅନୁଷ୍ଠାନର ମୁଖ୍ୟ କୃପାସିନ୍ଧୁ ଷଡଙ୍ଗୀଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ ।
ଏ ସଂପର୍କରେ ସୂଚନା ପାଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ମଧ୍ୟରେ ସେଠାରେ ପହଞ୍ଚିଥିଲେ । ମନ୍ଦିର ପରିସରରୁ ନିଳମଣିଙ୍କୁ ଉଦ୍ଧାର କରାଯାଇ ବିଶ୍ୱ ଜୀବନ ସେବା ସଂଘ ଦ୍ୱାରା ପରିଚାଳିତ ଆଶ୍ରୟ ଅନୁଷ୍ଠାନରେ ରଖାଯାଇଥିବା ଜଣାପଡିଛି । ପଚରା ଉଚୁରା କରାଯିବା ପରେ ଉଦ୍ଦିଷ୍ଟ ସ୍ଥାନକୁ ତାଙ୍କୁ ପଠାଯିବ ବୋଲି ସୂଚନା ଦିଆଯାଇଛି ।
ବୌଦ୍ଧ : ଅନୁସୁଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ ଦୁଇ ଦିନିଆ ବୌଦ୍ଧ ଗସ୍ତ
ବୌଦ୍ଧ,୨୮/୧୦: ରାଜ୍ୟ ଅନୁସୁଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଲକ୍ଷ୍ମଣ ମଲିକଙ୍କ ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତ କରିଛନ୍ତି । ଗତ ବୁଧବାର ଦିନ ଅର୍ଥାତ ପ୍ରଥମ ଦିନ ଜିଲ୍ଲାର ହରଭଙ୍ଗା ବ୍ଳକର ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ହରେକୃଷ୍ଣପୁର ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବଡବନ୍ଧ ପରିଦର୍ଶନ କରି ପିଲାମାନଙ୍କ ଖାଇବା,ପାଠ ପଢା ଉପରେ ପଚାରି ବୁଝିଥିଲେ । ପରେ ଧଳପୁର ଆଦର୍ଶ ଗ୍ରାମ ବୁଲି ଦେଖିଥିଲେ । ସନ୍ଧ୍ୟା ସମୟରେ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ବୁଲି ଜିଲ୍ଲାର କଳା, ସଂସ୍କୃତି ଓ ସଂରକ୍ଷିତ କରି ରଖାଯାଇଥିବା ପୂରାତନ ଅସ୍ତ୍ରଶସ୍ତ୍ର ଦେଖି ଖୁସି ବ୍ୟକ୍ତ କରିଥିଲେ ।
ଗୁରୁବାର ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ ମେଣ୍ଡିମାଳ ପରିଦର୍ଶନ କରି ପିଲାଙ୍କ ସୁବିଧା ବୁଝିଥିଲେ । ପରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ ଓ ଛାତ୍ର ବୃତ୍ତି ଉପରେ ଆଲୋଚନା କରିଥିଲେ । ପରିଦର୍ଶନ ସମୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିନୋଦ ଚନ୍ଦ୍ର ନାୟକ, ସେକ୍ସନ ଅଫିସର ମାନସ ରଂଜନ ସେଠୀ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031