Indus Valley Times

ଦେବଗଡ଼ରୁ ଅପହୃତ ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର

 Breaking News

ଦେବଗଡ଼ରୁ ଅପହୃତ ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର

December 19
09:43 2023

ସୁନ୍ଦରଗଡ଼/ଦେବଗଡ଼, ୧୯/୧୨: ଦେବଗଡ଼ରୁ ଅପହୃତା ଶିଶୁକନ୍ୟା ଉଦ୍ଧାର। ଆଜି ସକାଳେ ଦେବଗଡ଼ର କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁ (୬)କୁ କାନ୍ଦୁଥିବାର ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ଜଣେ ମହିଳା ଦେଖିବାକୁ ପାଇଥିଲେ।
ଦେବଗଡ଼ରୁ ଆଈମା କୋଳରୁ ଅପ଼ହୃତା ନାବାଳିକା ପିହୁକୁ ଭୋର୍ ୪ଟା ବେଳେ ବଡ଼ଗାଁ ଥାନା ସରବତୀ ଦେବୀ ଉଚ୍ଚବିଦ୍ୟାଳୟ ସମ୍ମୁଖ ରାସ୍ତାର ପୋଲ ତଳୁ ମହିଳା ଉଦ୍ଧାର କରିଥିଲେ। ଭୋରରୁ କାମକୁ ଯାଉଥିବା ଉକ୍ତ ମହିଳା ଦେଖିବା ପରେ ତାକୁ ଉଦ୍ଧାର କରିଥିଲେ। ପରେ ସେ ଗ୍ରାମବାସୀ ଓ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବଡ଼ଗାଁ ପୁଲିସ ପହଞ୍ଚି ନାବାଳିକାକୁ ନିଜ ହେପାଜତକୁ ଆଣିଥିଲା। ଏବେ ଦେବଗଡ଼ ପୁଲିସ ପିହୁକୁ ଆଣିବା ଲାଗି ବଡ଼ଗାଁକୁ ଯାଉଛି।
ଅପହରଣକାରୀମାନେ ଦେବଗଡ଼ରୁ ଅପହରଣ କରି ଆଣିବା ପରେ ଭୟରେ ହେଉ କି ଅନ୍ୟ କୌଣସି କାରଣରୁ ନାବାଳିକାକୁ ଏଠାରେ ଛାଡ଼ିଦେଇଥିବା ଅନୁମାନ କରାଯାଉଛି। ଶିଶୁଟି ବିଶେଷ କିଛି କହିପାରୁନି। ବଡ଼ଗାଁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031