Indus Valley Times

ଦେବଗଡ଼ : ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

 Breaking News

ଦେବଗଡ଼ : ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼ : ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
April 25
16:25 2026

ଦେବଗଡ଼,୨୫/୪ : ଦେବଗଡ଼ ଗସ୍ତରେ ଆସି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାରତ ସରକାର ତଥା ସମ୍ବଲପୁର ଲୋକ ସଭା ଏମ୍‌ପି ଧର୍ମେନ୍ଦ୍ର ପ୍ରଧାନ, ଗ୍ରାମ୍ୟଉନ୍ନୟନ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ବିଧାୟକ ରୋମାଞ୍ଚ ରଞ୍ଜନ ବିଶାଳ ଶନିବାର ନୂତନ କେନ୍ଦ୍ରୀୟ ବିଦ୍ୟାଳୟ, ଦେବଗଡ଼ ମହାବିଦ୍ୟାଳୟରେ ଛାତ୍ରୀଛାତ୍ର ନିବାସକୁ ଶୁଭ ଉଦ୍‌ଘାଟନ, ମଡେଲ ଶ୍ମଶାନ ପ୍ରଧାନପାଟଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ପରେ ପରେ ପ୍ରଧାନପାଟ ବଡ଼ବଗିଚାଠାରେ ସାଧାରଣ ସଭାରେ ଯୋଗଦେଇଥିଲେ। ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ବିକାଶମୂଳକ ଭିତ୍ତିଭୂମି ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ ସମାବେଶ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାରତ ସରକାର ତଥା ଲୋକ ସଭା ଏମ୍‌ପି ଯୋଗଦେଇ ଜିଲାର ୧୫ ଟି ବିଭାଗର ୬୩ ଟି ପ୍ରକଳ୍ପ ଶୁଭ ଉଦ୍‌ଘାଟନ ଓ ୧୦ ଟି ବିଭାଗର ୬୧ଟି ପ୍ରକଳ୍ପ ଶିଳାନ୍ୟାସ ଡିଜିଟାଲ ମାଧ୍ୟମରେ ଶୁଭ ଉଦଘାଟନ କରିଥିଲେ।
ସମୁଦାୟ ବ୍ୟୟ ଅଟକଳ ୧୨୪ଟି ପ୍ରକଳ୍ପରେ ସର୍ବମୋଟ୍ ୨୭୮ କୋଟି ୪୯ ଲକ୍ଷ ୭୫ ହଜାର ଟଙ୍କାର ଡିଜିଟାଲ ମାଧ୍ୟମରେ ଶୁଭ ଉଦ୍‌ଘାଟନ କରିଛନ୍ତି।
ଦେବଗଡ଼ ଜିଲାକୁ ରାଜ୍ୟରେ ଏକ ବିକଶିତ ଓ ଅଗ୍ରଣୀ ଭାବରେ ଗଢ଼ି ତୋଳିବା ପାଇଁ ପ୍ରତିଶ୍ରୁତି ଦେବା ସହ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।
ପରେ ପରେ ଯୋଗ୍ୟ ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ, ରାଶନକାର୍ଡ, ଜଙ୍ଗଲ ଜମି ପଟ୍ଟା, ଘରବାଡ଼ି ପଟ୍ଟା , ମଧୁ ବାବୁ ପେନ୍‌ସନ୍‌, ବସୁନ୍ଧରା, ପ୍ରାଣୀସମ୍ପଦ ହିତାଧିକାରୀ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୧୦ ଜଣଙ୍କୁ ୫ ଲକ୍ଷ ଟଙ୍କା ବିବାହ ସହାୟତା, ଶିକ୍ଷା ସହାୟତା ଭାବେ ୨୧ ଜଣଙ୍କୁ ୨ଲକ୍ଷ ୨ହଜାର ୨୦୦ ଟଙ୍କା, ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ୧୫ ଜଣ ମୃତ ନମିନିମାନଙ୍କୁ ୩୦ ଲକ୍ଷ ଟଙ୍କା ବିଭାଗ ପକ୍ଷରୁ ଅନୁଦାନ ପ୍ରଦାନ କରାଯାଇଥିଲା ଶେଷରେ ଅତିରିକ୍ତ ଜିଲାପାଳ ରେବେକା ବିଲୁଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930