Indus Valley Times

ଦେଶର ପ୍ରଥମ ଟେଷ୍ଟ ଟ୍ୟୁବ୍ ମଇଁଷି ଛୁଆ: IVF ଟେକନିକରେ ଗୁଜୁରାଟରେ ହେଲା ଜନ୍ମ

 Breaking News

ଦେଶର ପ୍ରଥମ ଟେଷ୍ଟ ଟ୍ୟୁବ୍ ମଇଁଷି ଛୁଆ: IVF ଟେକନିକରେ ଗୁଜୁରାଟରେ ହେଲା ଜନ୍ମ

October 23
20:21 2021

ଅହମଦାବାଦ ୨୩/୧୦: ସନ୍ତାନହୀନତାରୁ ଦମ୍ପତିଙ୍କୁ ମୁକ୍ତି ଦେଉଥିବା ଟେକନିକ୍ ଆଇଭିଏଫକୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଭାରତରେ ପ୍ରଥମ ଥର କୃତ୍ରିମ ଗର୍ଭଧାରଣ ପ୍ରଯୁକ୍ତିବିଦ୍ୟା ଆଇଭିଏଫ ଦ୍ୱାରା ଟେଷ୍ଟ ଟ୍ୟୁବ୍ ମଇଁଷି ଛୁଆ ଜନ୍ମ ନେଇଛି।
ଏହି ମଇଁଷି ବନ୍ନି ପ୍ରଜାତିର ବୋଲି ଜଣାପଡ଼ିଛି। ମଇଁଷି ଛୁଆ ଜନ୍ମ ନେବା ପରେ ଭାରତରେ ଆଇଭିଏଫ (In vitro fertilization-IVF) ନୂଆ ସ୍ତରରେ ପହଞ୍ଚିଯାଇଛି।
ପ୍ରଥମ ଟେଷ୍ଟ ଟ୍ୟୁବ୍ ବାଛୁରୀ ୬ ଥର ଆଇଭିଏଫ ଗର୍ଭଧାରଣ ପରେ ଜନ୍ମ ନେଇଛି। ନ୍ୟୁଜ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁସାରେ, ଗୁଜୁରାଟର ସୁଶିଳା ଆଗ୍ରୋ ଫାର୍ମସର କୃଷକ ବିନୟ ଏଲ. ବାଲାଙ୍କ ଘରେ ଏହି ଆଇଭିଏଫ ପ୍ରଣାଣୀ ପୂରା ହୋଇଛି। ବନ୍ନୀ ପ୍ରଜାତିର ମଇଁଷି ସଂଖ୍ୟା ବୃଦ୍ଧି କରିବା ଉଦେଶ୍ୟରେ ଏହି ଟେକନିକ୍ର ବ୍ୟବହାର କରାଯାଇଥିବା ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଏହା ଦ୍ବାରା ଦେଶରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିହେବ। ଶୁଷ୍କ ବାତାବରଣରେ ବନ୍ନୀ ପ୍ରଜାତିର ମଇଁଷି ଅଧିକରୁ ଅଧିକ କ୍ଷୀର ଦେବାରେ ସକ୍ଷମ ବୋଲି ମଧ୍ୟ ସେ କହିଛନ୍ତି।
ଆଇଭିଏଫ ଟେକନିକ୍ ସାହାଯ୍ୟରେ ମଇଁଷି ଛୁଆର ଜନ୍ମ କରାଇବା ଦେଶର ପ୍ରଥମ ବୋଲି କେନ୍ଦ୍ର ମତ୍ସ୍ୟପାଳନ ଏବଂ ପଶୁପାଳନ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। କୃଷକ ବିନୟ ବାଲାଙ୍କ ଘରେ ଆଇଭିଏଫ ପ୍ରକ୍ରିୟାରେ ୬ ମଇଁଷି ଗର୍ଭବତୀ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଗୋଟିଏ ପିଲା ଜନ୍ମ କରିଛି ।
-ପ୍ରମେୟ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031