Indus Valley Times

ଦୋକାନୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା-ସୁନା

 Breaking News

ଦୋକାନୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା-ସୁନା

ଦୋକାନୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା-ସୁନା
October 03
09:25 2024

ନୟାଗଡ଼, ୩/୧୦ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡ଼ିରେ ପଶି ଲୁଟି ନେଲେ ୫ ଲକ୍ଷ ଟଙ୍କାର କେନ୍ଦୁପତ୍ର। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନ୍ୟଞ୍ଚଳ ସାକେଣି କେନ୍ଦୁ ପତ୍ର ଫଡ଼ିରେ ଏହି ଘଟଣା ଘଟିଛି। ଏନେଇ ଥାନାରେ ଅଭିଯୋଗ କରିଛନ୍ତି କର୍ମଚାରୀ।
ଗତକାଲି ରାତିରେ ଏକ ପିକଅପ୍ ଭ୍ୟାନରେ ୧୦ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ସାକେଣି କେନ୍ଦୁପତ୍ର ଫଡ଼ିରେ ପହଞ୍ଚିଥିଲେ। ଏହି ସମୟରେ ୮ରୁ ଅଧିକ କର୍ମଚାରୀ ସେଠାରେ କାମ କରୁଥିଲେ। ଦୁର୍ବୃତ୍ତମାନେ କେନ୍ଦୁପତ୍ର ଫଡ଼ିରେ ପହଞ୍ଚି ପ୍ରଥମେ କର୍ମଚାରୀଙ୍କୁ ବନ୍ଧୁକ ଦେଖାୟ ଭୟଭୀତ କରିଥିଲେ।
ପରେ ସେମାନଙ୍କୁ ଏକ ଘରେ ବନ୍ଦ କରି ଦେଇଥିଲେ। ତା’ ପରେ ଦୁର୍ବୃତ୍ତମାନେ କେନ୍ଦୁପତ୍ର ଫଡ଼ିରୁ ଫଡ଼ିରୁ ବସ୍ତା ବସ୍ତା ପତ୍ର, କର୍ମଚାରୀଙ୍କ ୨ଟି ମୋବାଇଲ ଫୋନ, କର୍ମଚାରୀଙ୍କ ଦରମା ଟଙ୍କା ୭ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ।
ଦୁର୍ବୃତ୍ତମାନେ ଯିବାପରେ କର୍ମଚାରୀମାନେ ଘଟଣାସଂପର୍କରେ ଉପରିସ୍ଥିତ ଅଧିକାରୀଙ୍କୁ ଜଣାଇଥିଲେ। ଏଥିସହ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କର୍ମଚାରୀ। ପୁଲିସ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031