Indus Valley Times

ଦ୍ଵିତୀୟ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ, ଫାଇଲେରିଆ ମୁକ୍ତ ଯାଜପୁର

 Breaking News

ଦ୍ଵିତୀୟ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ, ଫାଇଲେରିଆ ମୁକ୍ତ ଯାଜପୁର

ଦ୍ଵିତୀୟ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ, ଫାଇଲେରିଆ ମୁକ୍ତ ଯାଜପୁର
July 30
10:00 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର,୩୦/୭ : ବୁଧବାର ଅପରାହ୍ନ ୪ ଘଟିକା ସମୟରେ ଫାଇଲେରିଆ ରୋଗ ନିରାକରଣ ପାଇଁ ସାମୂହିକ ବଟିକା ସେବନ କାର୍ଯ୍ୟକ୍ରମ ଅନ୍ତର୍ଗତ ଦ୍ଵିତୀୟ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି।
ଏହି ବୈଠକ ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ବିଜୟ କୁମାର ମିଶ୍ର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ସ୍ବାଗତ କରିବା ସହିତ ଆଗାମୀ ଅଗଷ୍ଟ ମାସ ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ବଟିକା ସେବନ ସମ୍ବନ୍ଧିତ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ।
ଡ଼ା. ରଶ୍ମିରଞ୍ଜନ ସାହୁ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ଭିବିଡି) ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଜିଲ୍ଲାର ଲକ୍ଷ୍ୟ ହାସଲ କରିବା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ପରାମର୍ଶଦାତା ଡ଼ା. ନିଶିଥ ରଞ୍ଜନ ଦାସ ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ଆଲୋକପାତ କରିବା ସହିତ ବିଭିନ୍ନ ବିଭାଗର ଦାୟିତ୍ବ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ଜିଲ୍ଲାପାଳ ଶ୍ରୀ କର ସମସ୍ତ ବିଭାଗ ଯଥା ସ୍କୁଲ୍ ଓ ଗଣଶିକ୍ଷା ବିଭାଗ, ପଂଚାୟତରାଜ ବିଭାଗ, ହରିଜନ ଓ ଆଦିବାସୀ କଲ୍ୟାଣ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ନଗର ଉନ୍ନୟନ ବିଭାଗ ଓ ମିଶନ ଶକ୍ତି ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ମହାରାଜା ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା. ସୀତାରାମ ମହାପାତ୍ର ୨୦୨୫ ଡିସେମ୍ବର ମାସ ସୁଦ୍ଧା ସମସ୍ତ ପଞ୍ଜୀକୃତ ହାଇଡ୍ରୋସିଲ୍ ରୋଗୀଙ୍କୁ ଅସ୍ତ୍ରୋପଚାର କରି ସମାପ୍ତ କରିବାକୁ କହିଥିଲେ।
ସମସ୍ତ ପୌର ପରିଷଦରେ ଯେମିତି ମଶା ଜନିତ ରୋଗକୁ ରୋକାଯାଇ ପାରିବ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ।
ଶ୍ରୀ ବଳଦେବ ନନ୍ଦ ଜିଲ୍ଲାରେ ଗତ ଦଶ ବର୍ଷ ମଧ୍ୟରେ ଡେଙ୍ଗୁ ରୋଗ ଉପରେ ଆଲୋକପାତ କରିଥିଲେ ଏବଂ ଚଳିତ ବର୍ଷ ଡେଙ୍ଗୁ ରୋଗର ନିରାକରଣ ପାଇଁ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ।
ଅନ୍ତ ବିଭାଗୀୟ ସମନ୍ୱୟ ବୈଠକରେ ସମସ୍ତ ଜିଲ୍ଲାର ଅଧିକାରୀଗଣ ଡେଙ୍ଗୁ ରୋଗ ନିରାକରଣ ପାଇଁ ପଦକ୍ଷେପ ନେବା ସହିତ ମଶା ମରା ତେଲ ଏବଂ ଧୂଆଁ ଦେବା ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବ୍ୟାସନଗର ଏବଂ ଯାଜପୁର ପୌର ପରିଷଦଙ୍କୁ ଅନୁରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ପୌର ପରିଷଦ ଚିକିତ୍ସା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ, ଜିଲ୍ଲା କଲ୍ୟାଣ ଅଧିକାରୀ, ନିର୍ବାହୀ ଅଧିକାରୀ, ଯାଜପୁର ପୌର ପରିଷଦ, ନିର୍ବାହୀ ଅଧିକାରୀ, ବ୍ୟାସନଗର ପୌର ପରିଷଦ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ମିଶନ ଶକ୍ତି କାର୍ଯ୍ୟକ୍ରମ ସଂଯୋଜକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଏବଂ ଶିଳ୍ପ ବିଭାଗର ଅଧିକାରୀ ତଥା କର୍ମଚାରୀ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930