Indus Valley Times

ଦ୍ୱିତୀୟ ବାର୍ଷିକ ହିନ୍ଦୁସ୍ଥାନ ଫୁଟବଲ କପ୍ ଉଦଯାପିତ: ଗୁଟିଙ୍ଗିଆ ଫୁଟବଲ ଦଳ ଚମ୍ପିୟାନ

 Breaking News

ଦ୍ୱିତୀୟ ବାର୍ଷିକ ହିନ୍ଦୁସ୍ଥାନ ଫୁଟବଲ କପ୍ ଉଦଯାପିତ: ଗୁଟିଙ୍ଗିଆ ଫୁଟବଲ ଦଳ ଚମ୍ପିୟାନ

January 02
20:15 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ବଣ୍ଡଗୁଡା ପଞ୍ଚାୟତର ଚଞ୍ଚଳା ସାହି ସ୍ଥିତ ଖେଳ ପଡିଆ ଠାରେ ହିନ୍ଦୁସ୍ଥାନ ଫୁଟବଲ କପ୍ ର ଦ୍ଵିତୀୟ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବେ କ.ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁଲୋଚନା ଦଳବେହେରା ,ବଣ୍ଡଗୁଡା ସରପଞ୍ଚ ସଙ୍ଗିତା ନାଏକ, ଜିରିଡି କିଆ ସରପଞ୍ଚ ମହାଦେବ ପ୍ରଧାନ , ବ୍ଲକ ବିଜେଡି ସଭାପତି ବାସୁଦେବ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ଟୁର୍ଣ୍ଣାମେଣ୍ଟ ରେ ଅଞ୍ଚଳର ପ୍ରାୟ ଆଠଟି ଫୁଟବଲ ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ହିନ୍ଦୁସ୍ଥାନ ଫୁଟବଲ ଦଳ ସହିତ ଗୁଟିଙ୍ଗିଆ ଫୁଟବଲ ଦଳ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା।
ଏଥିରେ ଗୁଟିଙ୍ଗିଆ ଫୁଟବଲ ଦଳ ହିନ୍ଦୁସ୍ଥାନ ଫୁଟବଲ ଦଳ କୁ ୩ – ୦ ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଛି କ୍ଷ ଅତିଥି ମାନଙ୍କ ଦ୍ଵାରା ବିଜେତା ଦଳକୁ ୫୧୫୧ ଟଙ୍କା ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଉପ ବିଜେତା ଦଳକୁ ଟ୍ରଫି ସହ ୩୧୫୧ ଟଙ୍କା ରାଶି ପ୍ରଦାନ କରିଥିଲେ କ୍ଷ ଏହି ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଖେଳାଳୀ ଭାବେ ହିନ୍ଦୁସ୍ଥାନ ଦଳ ର ମନୋଜ୍ ପ୍ରଧାନ,ଗୁଟିଙ୍ଗିଆ ଦଳର ଯୁଗଳ କହଁର ,ଶ୍ରେଷ୍ଠ ଡିଫେଣ୍ଡର ଭାବେ କନ୍ନେହୀ ନାୟକ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।
ଖେଳକୁ ବଣ୍ଡଗୁଡ଼ା ବିଜେଡି ସଭାପତି ଅଶୋକ କୁମାର ପାତ୍ର ,ଅଶ୍ୱିନୀ କୁମାର ପାତ୍ର, କାମାକ୍ଷ ପ୍ରଧାନ, ମିଲନ ବିଷୋୟୀ ସନ୍ତୋଷ କୁମାର ପାତ୍ର ପରିଚାଳନା କରିଥିବା ବେଳେ ହିନ୍ଦୁସ୍ଥାନ କ୍ଳବ୍ ର ଅରବିନ୍ଦ ପ୍ରଧାନ, ଅମିତ୍ ପ୍ରଧାନ, ଅଜୟ, ଅଜିତ, ନାରାୟଣ ପ୍ରଧାନ ଙ୍କ ସମେତ କ୍ଲବ ର ସମସ୍ତ କର୍ମକର୍ତ୍ତା ସହ ଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031