Indus Valley Times

ଧରାପଡ଼ିଲା ସ୍କୁଲ ଓ ପଞ୍ଚାୟତ ଅଫିସରେ କଳାକନା ବୁଲାଉଥିବା ଗ୍ୟାଙ୍ଗ; କୋଟିଏ ଟଙ୍କାର ସାମଗ୍ରୀ ଜବତ

 Breaking News

ଧରାପଡ଼ିଲା ସ୍କୁଲ ଓ ପଞ୍ଚାୟତ ଅଫିସରେ କଳାକନା ବୁଲାଉଥିବା ଗ୍ୟାଙ୍ଗ; କୋଟିଏ ଟଙ୍କାର ସାମଗ୍ରୀ ଜବତ

August 11
17:18 2024

ଭୁବନେଶ୍ବର, ୧୧/୮: ଢେଙ୍କାନାଳ ଜିଲ୍ଲା ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ୬ ଜଣିଆ କୁଖ୍ୟାତ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ଏମାନଙ୍କ ନିକଟରୁ ବହୁ ପରିମାଣର ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ, ଲାପଟପ, ମୋବାଇଲ ଫୋନ, କମ୍ପ୍ୟୁଟର, ପ୍ରିଣ୍ଟର, ଚାରୋଟି ସ୍କୁଟି, ଗୋଟିଏ ମୋଟର ସାଇକେଲ, ସୁନା କାନଫୁଲ, ସୁନା ଚୁଡ଼ି, ୧୩ଟି ଏଲଇଡି ଟିଭି, ୩ଟି ଲାପଟପ, ଇନଭର୍ଟର ବ୍ୟାଟେରୀ, ଇନଭର୍ଟର ମେସିନ ସମେତ ବିପୁଳ ପରିମାଣର ମାର୍ବଲ ଟାଇଲ ଜବତ କରିଛି। ଏହାବ୍ୟତୀତ ଏହି ଗ୍ୟାଙ୍ଗ ନିକଟରୁ ବିଭିନ୍ନ ନାମୀଦାମୀ କମ୍ପାନିର ଟେବୁଲ ଫ୍ୟାନ, ଡିଜେ ସାଉଣ୍ଡ ବକ୍ସ, ଡିଜେ ଲାଇଟ ଓ ରେଲୱେ ଧାରଣାରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି।
ଦୀର୍ଘ ଦିନ ବର୍ଷ ହେବ ଏହି ୬ ଜଣିଆ ଗ୍ୟାଙ୍ଗ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ଆତଙ୍କ ଖେଳାଇଥିଲେ। ଏହି ଗ୍ୟାଙ୍ଗ ନାଁରେ ବିଭିନ୍ନ ଥାନାରେ ୬୪ଟି ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ଏମାନଙ୍କୁ ଗିରଫ କରିବା ପାଇଁ ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। କାମାକ୍ଷାନଗର ଏସଡିପିଓ ସ୍ନେହାଶିଷ ସାହୁଙ୍କ ନେତୃତ୍ୱରେ ପରଜଙ୍ଗ, କାମାକ୍ଷାନଗର, ତୁମୁସିଙ୍ଗା ଓ କଙ୍କଡାହାଡ଼ ଥାନା ଅଧିକାରୀଙ୍କ ଏକ ମିଳିତ ଟିମ ଏହି ଗ୍ୟାଙ୍ଗ ଉପରେ ବିଭିନ୍ନ ସ୍ଥାନ ଉପରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି।
ଏହି ଗ୍ୟାଙ୍ଗ ବିଶେଷ କରି ବିଭିନ୍ନ ପଞ୍ଚାୟତ କାର‌୍ୟ୍ୟାଳୟ, ସ୍କୁଲ, ଓ ଘର ଗୁଡିକ ଉପରେ ନଜର ରଖି ଡକାୟତି କରୁଥିବା ସୂଚନା ଦେଇଛନ୍ତି ଢେଙ୍କାନାଳ ଏସପି ସନ୍ଦୀପ ସମ୍ପଦ ମଡକର। ଏମାନଙ୍କ ନାଁ ରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଛି। ଏହି ମାମଲାରେ ଅନ୍ୟ କେଉଁ ସଦସ୍ୟ ବା ଗ୍ୟାଙ୍ଗ ସହ ସମ୍ପୃକ୍ତ ରହିଛି ସେ ନେଇ ତଦନ୍ତ ଚାଲିଥିବ ବୋଲି ଏସ୍‌ପି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031