Indus Valley Times

ଧଳପୁରରେ ବିଜେପିର ମିଶ୍ରଣ ପର୍ବ: ବିଜେଡି ଛାଡି ପଦ୍ମ ଶିବିରରେ ସାମିଲ ହେଲେ ସରପଞ୍ଚ ଓ ନାଏବ ସରପଞ୍ଚ

 Breaking News

ଧଳପୁରରେ ବିଜେପିର ମିଶ୍ରଣ ପର୍ବ: ବିଜେଡି ଛାଡି ପଦ୍ମ ଶିବିରରେ ସାମିଲ ହେଲେ ସରପଞ୍ଚ ଓ ନାଏବ ସରପଞ୍ଚ

ଧଳପୁରରେ ବିଜେପିର ମିଶ୍ରଣ ପର୍ବ: ବିଜେଡି ଛାଡି ପଦ୍ମ ଶିବିରରେ ସାମିଲ ହେଲେ ସରପଞ୍ଚ ଓ ନାଏବ ସରପଞ୍ଚ
July 10
10:10 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ହରଭଙ୍ଗା/ବୌଦ୍ଧ, ୧୦/୭ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଧଳପୁର ପଞ୍ଚାୟତର ଧଳପୁର ଛକଠାରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ବୃହତ୍ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।
ବୌଦ୍ଧ ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି।
ବିଜେପିର ନୀତି, ଆଦର୍ଶ ଏବଂ ଜନକଲ୍ୟାଣକାରୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡି ଦଳର ଏକାଧିକ ପ୍ରମୁଖ ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେପି ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ର, ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ମଣ୍ଡଳ ସଭାପତି ବିନୋଦ ପ୍ରଧାନ, ମଣ୍ଡଳ ପ୍ରଭାରୀ ତଥା ଜିଲ୍ଲା ସମ୍ପାଦକ ବାମନ ବାରିକ, ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ସୁଶାନ୍ତ ପ୍ରଧାନ ଏବଂ ଅମର ମହାକୁଡ଼ଙ୍କ ଉପସ୍ଥିତିରେ ଧଳପୁର ପଞ୍ଚାୟତର ବିଜେଡି ସରପଞ୍ଚ ସୁଜାତା କର୍ଣ୍ଣ, ବସନ୍ତ କର୍ଣ୍ଣ, ପ୍ରଦୀପ ହୋତା, ନାଏବ ସରପଞ୍ଚ ଦୁଖୀସ୍ୟାମ୍ ବେହେରା ଏବଂ ଗୌତମ ଗାଈଗୌରିଆ ପ୍ରମୁଖ ନେତା ବିଜେଡି ସହ ସମସ୍ତ ସମ୍ପର୍କ ଛିନ୍ନ କରି ବିଜେପିରେ ଯୋଗ ଦେଇଛନ୍ତି।
ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ବିଜେପିକୁ ସ୍ୱାଗତ କରାଯାଇଥିଲା ।
ଧଳପୁର ଅଞ୍ଚଳର ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ଭଳି ଜନପ୍ରତିନିଧିମାନେ ବିଜେପିରେ ଯୋଗ ଦେବା ଫଳରେ ସ୍ଥାନୀୟ ଅଞ୍ଚଳରେ ବିଜେପିର ସ୍ଥିତି ଆହୁରି ସୁଦୃଢ଼ ହୋଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ଏହା ଫଳରେ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରବା ପାଇଁ ଜିଲ୍ଲା ସଭାପତି ନୂତନ କାର୍ଯ୍ୟକର୍ତ୍ତାଙ୍କୁ ଉପଦେଶ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031